ଓଡିଶା

odisha

ETV Bharat / state

ଜୀବନ-ମରଣ ସହ ସଂଘର୍ଷ କରୁଛନ୍ତି ରଞ୍ଜନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ - Patient seeks help

Ranjan Seeks Help For Treatment: ବ୍ରେନ ଷ୍ଟ୍ରୋକର ଶିକାର ହୋଇଛନ୍ତି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଦେଉଳି ଗ୍ରାମର ରଞ୍ଜନ କୁମାର ବେହେରା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ପାଇଁ ପରିବାରର ନିବେଦନ । ଅଧିକ ପଢନ୍ତୁ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

By ETV Bharat Odisha Team

Published : Mar 10, 2024, 4:24 PM IST

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଜଗତସିଂହପୁର: କଥାରେ ଅଛି ଦଇବ ଯଦି ଦାଉ ସାଧେ ତେବେ ଦୋଷ ଦେବା କାହାକୁ । ଦଇବର ଲୀଳା ବଡ଼ ବିଚିତ୍ର । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏହି ପରିବାର ଜୀବନ । ସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରୁଥିଲେ ମଧ୍ୟ ତାହା ସଠିକ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ସେମିତି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଦେଉଳି ଗ୍ରାମର ରଞ୍ଜନ କୁମାର ବେହେରା । ଦିନେ ରଞ୍ଜନ ରୋଜଗାର କରି ଘର ଚଳଉଥିଲେ । ସ୍ତ୍ରୀ ଓ ପରିବାରକୁ ନେଇ ହସଖୁସିରେ ଚାଲିଥିଲା ଅଭାବୀ ସଂସାର । ହେଲେ ଦିନେ ଦୁଃଖର ପାହାଡ ତାଙ୍କ ଉପରେ ଛିଡିପଡିଲା । ଗତ ୬ ମାସ ତଳେ ବ୍ରେନ ଷ୍ଟ୍ରୋକର ଶିକାର ହେଲେ ରଞ୍ଜନ । ବର୍ତ୍ତମାନ ରଞ୍ଜନ ଜୀବନ ମରଣ ସହ ଲଢୁଥିବା ବେଳେ ଚିକିତ୍ସା ପାଇଁ ଆଉ ସମ୍ବଳ ନାହିଁ । ଫଳରେ ଅସହାୟ ହୋଇ ପଡି ରହିଛନ୍ତି ସେ ।

ଜିଲ୍ଲାର ଦେଉଳି ଗ୍ରାମରର 45 ବର୍ଷୀୟ ରଞ୍ଜନ କୁମାର ବେହେରାଙ୍କ ପରିବାର କହିଲେ ସ୍ତ୍ରୀ,ଝିଅ ଓ ଏକ ମାନସିକ ଭାବେ ଅସୁସ୍ଥ ପୁଅ । ପ୍ରତ୍ୟେକ ଦିନ ସେ ଗାଁ ଗାଁ ବୁଲି ନଡ଼ିଆ ଗଛରୁ ନଡ଼ିଆ ତୋଳି ଯାହା ପାରିଶ୍ରମିକ ମିଳେ ଏଥିରେ ୪ପ୍ରାଣୀ କୁଟୁମ୍ବଙ୍କ ପାଇଁ ଚୁଲି ଜଳେ ।ଏହିପରି ତେଲ ଲୁଣ ସଂସାରକୁ ଚଳାଇ ଆସୁଥିଲେ ରଞ୍ଜନ । ହେଲେ 6 ମାସ ତଳେ ଏକ ଅଘଟଣର କଳା ବାଦଲ ତାଙ୍କ ଉପରେ ଛିଡି ପଡିଥିଲା । ରଞ୍ଜନ ଗାନ୍ଧୀଛକ ନିକଟରୁ ଏକ ନଡ଼ିଆ ଗଛରୁ ନଡିଆ ତଳୁଥିବା ସମୟରେ ହଠାତ ସେ ବେହୋସ ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ରଞ୍ଜନଙ୍କୁ ସିଡ଼ି ଯୋଗେ ଉଦ୍ଧାର କରି ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିବା ଜଣାଇଥିଲେ । ଏହାପରେ ଅବସ୍ଥା ଗୁରୁତର ଅଛି କହି ରଞ୍ଜନଙ୍କୁ ଜଗତସିଂହପୁର ମେଡ଼ିକାଲ କର୍ତ୍ତୃପକ୍ଷ କଟକ ସ୍ଥାନାନ୍ତର କରିଥିଲେ । କଟକ ବଡ଼ ମେଡ଼ିକାଲରେ ଉତ୍ତମ ଚିକିତ୍ସା କରାଗଲା ନାହିଁ ।

ଏହା ମଧ୍ୟ ପଢନ୍ତୁ-କାମରେ ଲାଗୁନି ବିଜୁ ସ୍ବାସ୍ଥ୍ୟ କାର୍ଡ, ସହାୟତା ଅପେକ୍ଷାରେ ଲିଭର ରୋଗୀ ଜୟକୃଷ୍ଣ

ତେଣୁ ପରିବାର ଲୋକେ ଦୀର୍ଘ 1 ମାସରୁ ଅଧିକ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ତେଣୁ ପରିବାର ଲୋକେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡରେ ମାଗଣା ଚିକିତ୍ସା କରାଇ ଦେବାକୁ କହି ଘରୋଇ ହସ୍ପିଟାଲରେ 14 ଦିନରେ କାର୍ଡରେ ଉପଲବ୍ଧ ଥିବା 5ଲକ୍ଷ ଟଙ୍କା ନେଇ ଯାଇଥିଲା। 15 ଦିନ ବେଳକୁ ଆଉ ଅଧିକ ଟଙ୍କା ଲାଗିବ ବୋଲି ଡାକ୍ତର କହିବା ପରେ ରଞ୍ଜନର ସ୍ତ୍ରୀ ଓ ଝିଅ ଅନ୍ୟ ଉପାୟ ନ ପାଇ ତାଙ୍କୁ ଘରକୁ ନେଇ ଆସିଥିଲେ । ବର୍ତ୍ତମାନ ଘରର ଏକ କୋଣରେ ପଡି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ରଞ୍ଜନ । ଯାହା ସମ୍ବଳ ଥିଲା ସବୁ ସାରି ଗଲାଣି । ଏବେ ସାହାଯ୍ୟ ଅପେକ୍ଷାରେ ସ୍ତ୍ରୀ ଓ ପରିବାର । ରାଜ୍ୟ ସରକାର କିଛି ଆର୍ଥିକ ସହାୟତା ଯୋଗାଇ ଦେଲେ ରଞ୍ଜନଙ୍କ ଜୀବନ ବଞ୍ଚିପାରିବ ବୋଲି କହିଛନ୍ତି ପୀଡିତଙ୍କ ସ୍ତ୍ରୀ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details