ଓଡିଶା

odisha

ରାଜ୍ୟସଭା ନିର୍ବାଚନ: ନାମାଙ୍କନ ପ୍ରତ୍ୟାହାର କଲେ ଜଗନ୍ନାଥ, କହିଲେ ଦଳ ନିର୍ଦ୍ଦେଶ ଦେଇଥିଲା - Jagannath Pradhan nomination

By ETV Bharat Odisha Team

Published : Aug 27, 2024, 1:08 PM IST

Rajya Sabha by election: ନାମାଙ୍କନ ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ । ସଫା ହେଲା ମମତା ମହାନ୍ତଙ୍କ ରାସ୍ତା । ଜଗନ୍ନାଥ କହିଲେ ଦଳ ନିର୍ଦ୍ଦେଶରେ କରିଥିଲି । ଅଧିକ ପଢନ୍ତୁ

ରାଜ୍ୟସଭା ନିର୍ବାଚନ: ନାମାଙ୍କନ ପ୍ରତ୍ୟାହାର କଲେ ଜଗନ୍ନାଥ
ରାଜ୍ୟସଭା ନିର୍ବାଚନ: ନାମାଙ୍କନ ପ୍ରତ୍ୟାହାର କଲେ ଜଗନ୍ନାଥ (ETV Bharat Odisha)

ଭୁବନେଶ୍ବର:ରାଜ୍ୟସଭା ନିର୍ବାଚନରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ । ବିଜେପିରୁ ମମତା ମହାନ୍ତ ନାମାଙ୍କନ ଦାଖଲ କରିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ଜଗନ୍ନାଥ ପ୍ରଧାନ । ଆଜି ସେ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ମମତା ମହାନ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଲା । କେବଳ ଔପଚାରିକ ଘୋଷଣା ଅଛି । ତେବେ ଏବେ ଗ୍ରାଉଣ୍ଡରେ ମମତା ଏକମାତ୍ର ପ୍ରାର୍ଥୀ ଭାବେ ରହିଛନ୍ତି । ତେଣୁ ସେ ପୂର୍ବପରି ରାଜ୍ୟସଭାକୁ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଛି ।

ଆଜି ପ୍ରାର୍ଥିତ୍ବ ପ୍ରତ୍ୟାହାର କରିବା ପରେ ଜଗନ୍ନାଥ କହିଛନ୍ତି, "ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ, ଦଳ ମୋତେ ଯାହା ନିର୍ଦ୍ଦେଶ ଦେଇଥିଲା ତାହା ମୁଁ କରିଥିଲି ,ଆଜି ଯେତେବେଳେ ଦଳ ମୋତେ ନିର୍ଦ୍ଦେଶ ଦେଲା ମୁଁ ପ୍ରତ୍ୟାହାର କଲି ।’’ ଯେଉଁଦିନ ଜଗନ୍ନାଥ ପ୍ରଧାନ ପ୍ରାର୍ଥିପତ୍ର ଦାଖଲ କରିଥିଲେ, ସେଦିନ ବିଜେପିର ବହୁ ବିଧାୟକ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏଥିରୁ ସ୍ପଷ୍ଟ ହେଉଥଲା ଜଗନ୍ନାଥ ଦଳର ଇଙ୍ଗୀତରେ ହିଁ ନାମାଙ୍କନ ଭରିଥିଲେ ।

  • ମମତାଙ୍କ ବିଜୟ ନିଶ୍ଚିତ:-

ରାଜ୍ୟରେ ଏବେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ନିକଟରେ 78 ଜଣ ସଦସ୍ୟ ଥିବାରୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହନ୍ତ ଜିତିବା ଏକ ପ୍ରକାର ନିଶ୍ଚିତ । ତେବେ ନାମାଙ୍କନ ସର୍ତ୍ତବଳି ଓ ଅନ୍ୟ କୌଣସି କାରଣ ପାଇଁ କୌଣସି ସମ୍ଭାବ୍ୟ ସମସ୍ୟା କାରଣରୁ ମମତାଙ୍କ ପରେ ଜଗନ୍ନାଥଙ୍କୁ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା । ବିରୋଧୀଙ୍କୁ କୌଣସି ସୁଯୋଗ ଦେବାକୁ ବାଟ ଛାଡି ନଥିଲା ବିଜେପି ।

21ରେ ଜଗନ୍ନାଥ କରିଥିଲେ ନାମାଙ୍କନ:-
ବିଜେପି ନେତା ଜଗନ୍ନାଥ ପ୍ରଧାନ ଗତ 21 ତାରିଖରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ମାତ୍ର ହାତଗଣତି ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ।

33 ଖଣ୍ଡ ଭୋଟରେ ବିଧାନସଭା ହାରିଥିଲେ ଜଗନ୍ନାଥ !

2024 ସାଧାରଣ ନିର୍ବାଚନରେ ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଜଗନ୍ନାଥ ପ୍ରଧାନ । 37 ଖଣ୍ଡ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କଠାରୁ ପରାଜିତ ହୋଇଥିଲେ । ପୂର୍ବରୁ 2019 ନିର୍ବାଚନରେ ଜଗନ୍ନାଥ ପ୍ରଧାନ 12 ହଜାର ଭୋଟରେ ଭୁବନେଶ୍ୱର(ମଧ୍ୟ) ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କଠାରୁ ହାରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details