ଭୁବନେଶ୍ବର:‘‘ରାଜଭବନ ଲୋକଙ୍କଠାରୁ ଦୂରରେ ରହିବା କଥା ନୁହେଁ ବରଂ ଲୋକଙ୍କ ନିକଟକୁ ଆସିବ ଦରକାର । ମତେ ବହୁତ ଖୁସି ଲାଗିଲା, ଲୋକେ ଏଠାକୁ ବୁଲିବାକୁ ଆସୁଛନ୍ତି । ସବୁବର୍ଗର ଲୋକେ ରାଜଭବନ ଆସି ଏଠିକାର ବଗିଚା ସହ ହରିଣ ପାର୍କ ବୁଲି ଦେଖୁଛନ୍ତି । ଲୋକଙ୍କ ପାଇଁ ରାଜଭବନ ବର୍ଷକୁ ଥରେ କିମ୍ବା ଦୁଇଥର ଖୋଲାଯିବା ଉଚିତ୍ । ଦରକାର ପଡିଲେ ଏନେଇ ଅଧିକ ଚିନ୍ତା କରାଯିବ ।’’ ଦାୟିତ୍ବ ଗ୍ରହଣ କରିବା ପରେ ରାଜଭବନ ଉଦ୍ୟାନରେ ଲୋକଙ୍କ ସହ ପରିଭ୍ରମଣ କରିବା ସହ ପ୍ରଥମ ଥର ପ୍ରେସମିଟ୍ କରି ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟପାଳ ହରିବାବୁ କାମ୍ଭମପତି ।
- ଦର୍ଶକଙ୍କ ସହ ଗାର୍ଡେନ ବୁଲିଲେ ରାଜ୍ୟପାଳ
ସର୍ବସାଧାରଣଙ୍କ ପାଇଁ ୧୩ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ଖୋଲାଯାଇଛି । ଯାହାକୁ ନେଇ ବିଭିନ୍ନ ବର୍ଗ ମଧ୍ୟରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ଆରମ୍ଭରୁ ଦର୍ଶକ ରାଜଭବନ ପରିସରରେ ଥିବା ବିଶାଳ ଗାର୍ଡେନ ପରିଦର୍ଶନ କରିବା ଜାରି ରଖିଛନ୍ତି । ଆଜି ଏହି ଅବସରରେ ଆଜି ଖୋଦ ରାଜ୍ୟପାଳ ଗାର୍ଡେନ ବୁଲି ଆସିଥିବା ଅନେକ ଛୋଟ ଛୋଟ ପିଲାଙ୍କ ସହ ବୁଲିଛନ୍ତି । ସେମାନଙ୍କୁ ଚକଲେଟ୍ ଏବଂ ପେନ ମଧ୍ୟ ବାଣ୍ଟିଛନ୍ତି ରାଜ୍ୟପାଳ ।ତେବେ ନୂଆ ରାଜ୍ୟପାଳଙ୍କୁ ଭେଟି ତାଙ୍କ ହାତରୁ ଉପହାର ନେବା ଛୋ ଛୋଟ ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ଖୁସି ଦେଇଛି । ଏହା ଛଡ଼ା ଜନସାଧାରଣଙ୍କୁ ମଧ୍ୟ ଭେଟିଛନ୍ତି ରାଜ୍ୟପାଳ । ଏହାପରେ ଏକ ପ୍ରେସମିଟ କରି ଗଣମାଧ୍ୟମରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- |