ଭୁବନେଶ୍ବର:ଶ୍ରୀମନ୍ଦିରର ପ୍ରଭୁ ପତିତପାବନ ମନ୍ଦିର ସହ , ପତିତପାବନ ଗୁମୁଟ ଦ୍ୱାର ଏବଂ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ଚଳନ୍ତି ପ୍ରତିମାଙ୍କ ପ୍ରଭା ମଧ୍ୟ ରୂପା ଛାଉଣୀ ହେବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗତାକାଲି (ଗୁରୁବାର) ସନ୍ଧ୍ୟାରେ ଏକ ଗୁରୁତ୍ୱ ବୈଠକ ଅନୁଷ୍ଠିତ ହୋଇଥିଲା ।
ସିଂହଦ୍ୱାର ଗୁମୁଟର ଦ୍ୱାର ବନ୍ଧ ହେବ ରୂପା ଛାଉଣୀ :
ଭକ୍ତମାନଙ୍କର ଦାନ ଅର୍ଥରୁ ମିଳିଥିବା ପ୍ରାୟ ୩୦୦ କେଜିରୁ ଉର୍ଦ୍ଧ୍ବ ରୂପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାର ବନ୍ଧକୁ ଖୁବଶୀଘ୍ର ରୂପା ଛାଉଣୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ବୈଠକରେ ଏନେଇ ଆଲୋଚନା କରାଯିବା ସହ ସେବାୟତ ମାନଙ୍କୁ ମଧ୍ୟ ଡିଜାଇନ ଦେଖାଯାଇଛି । ଆଗାମୀ ଡିସେମ୍ବର ୨୫ ସୁଦ୍ଧା ପତିତପାବନ ମନ୍ଦିର ଓ ଏହାର ଗୁମୁଟ ବନ୍ଧକୁ ସମ୍ପୂର୍ଣ୍ଣ ରୂପା ଛାଉଣୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ରତ୍ନ ପଲଙ୍କ ଓ ପ୍ରଭା ଆଦିକୁ ମଧ୍ୟ ଆଗାମୀ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ରୂପା ଛାଉଣୀ କରିବା ନେଇ ଆଲୋଚନା ହୋଇଛି । ପୂର୍ବରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଥିବା ବିଭିନ୍ନ ଦ୍ୱାର ଗୁଡିକରେ ରୂପା ଛାଉଣୀ କରାଯାଇଛି ।
କେଉଁଠି କେଉଁଠି ରୂପା ଛାଉଣୀ ହେବ ?
ଏନେଇ ପୂର୍ବତନ ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି," ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର କଳାହାଟ ଦ୍ୱାର ଏବଂ ବେହେରଣ ଦ୍ୱାରକୁ ରୂପା ଛାଉଣୀ କରାଯାଇଥିଲା । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଭଅଣ୍ଡ ଘର ଦ୍ୱାର, ସାତ ପାହାଚ ଦ୍ୱାରା , ଲକ୍ଷ୍ମୀ ମନ୍ଦିର ଦ୍ୱାର ,ବିମଳା ମନ୍ଦିର ଦ୍ୱାର, ଦକ୍ଷିଣ ଘର ଦ୍ୱାରା , ନୃସିଂହ ମନ୍ଦିର ଦ୍ୱାର ,ସୂର୍ଯ୍ୟମନ୍ଦିର ଦ୍ୱାର ଆଦିକୁ ରୂପା ଛାଉଣୀ କରାଯାଇଥିଲା । ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା ସିଂହଦ୍ୱାର ଗୁମୁଟ ମଧ୍ୟରେ ଥିବା ଜମ ଶିଳା ରହିଥିବା ସ୍ଥାନର ବନ୍ଧକୁ ରୁପା ଛାଉଣୀ କରିବାକୁ ନିଷ୍ପତ୍ତି ହୋଇଥିଲା ସେହି ଉପରେ ଆଜି ମଧ୍ୟ ଆଲୋଚନା କରାଯାଇଛି । "
'ଦାନ ରୂପାରେ ସମସ୍ତ କାର୍ଯ୍ୟ ହେବ':