ଓଡିଶା

odisha

ETV Bharat / state

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି - PURI SRIMANDIR RATNA BHANDAR REPAIR

ଦିନେ ଦୁଇ ଦିନରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଜାନୁଆରୀ ୩୧ସୁଦ୍ଧା ସରିବ ମରାମତି ଏବଂ ଗଣତି ମଣତି । ସରକାରୀ କ୍ବାର୍ଟର ଭଡ଼ାକୁ ଦେଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ।

Ratna Bhandar Repair Work
Ratna Bhandar Repair Work (ETV Bharat Odisha)

By ETV Bharat Odisha Team

Published : Nov 24, 2024, 7:54 PM IST

ଭୁବନେଶ୍ବର: ଦିନେ ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଜାନୁଆରୀ ୩୧ ତାରିଖ ସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି କାର୍ଯ୍ୟ । ସେହପରି GPS ରିପୋର୍ଟରେ କିଛି ସୁଡ଼ଙ୍ଗ ନଥିବା ସ୍ପଷ୍ଟ ହୋଇଛି । ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା ଥିଲା ସେମିତି କିଛି ନାହିଁ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ସରକାରୀ କ୍ବାର୍ଟର ଭଡ଼ାକୁ ଦେଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।


ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି ସରିବ:

Ratna Bhandar Repair Work (ETV Bharat Odisha)

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନକହିଛନ୍ତି, "ଜାନୁଆରୀ ୩୧ ତାରିଖ ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି ଏବଂ ଗଣତି ମଣତି । ଜିପିଏସ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନ ଥିବା ସ୍ପଷ୍ଟ ହୋଇଛି । କିମ୍ବା ଧାତବ ଜିନିଷ ଥିବା ନେଇ ଯେଉଁ ପରିକଳ୍ପନା ଥିଲା କିନ୍ତୁ ସେମିତି କିଛି ନାହିଁ । ସେ ପର୍ଯ୍ୟାୟ ସରିଛି । ଏବେ ଦ୍ଵିତୀୟ ପର୍ଯ୍ୟାୟରେ ଛତିଶା ନିଯୋଗ ସହ ମନ୍ଦିର ପ୍ରଶାସନ ଆଲୋଚନା ସରିଛି । ଆଜି ଏଏସଆଇ ସିଡ୍ୟୁଲ ଦାଖଲ କରିବ । ତୁରନ୍ତ କାମ ଆରମ୍ଭ ପାଇଁ ମନ୍ଦିର ପ୍ରଶାସନ ଏଏସଆଇକୁ ଅନୁମତି ପତ୍ର ଦିଆଯାଇଛି । ଆଶା କରୁଛୁ ଦିନେ ଦୁଇ ଦିନରେ କାମ ଆରମ୍ଭ ହେବ । ଭିତର ସଫା କରି ଶୀଘ୍ର ମରାମତି ଆରମ୍ଭ ହେବ । ଆଗ ମରାମତି ସରିଲେ ଆସ୍ଥୟୀ ରତ୍ନଭଣ୍ଡାରରୁ ଅଳଙ୍କାର ଭିତରକୁ ଯିବ । ପରେ ଏକ ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ଗଣତି ମଣତି ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର GPR-GPS ସର୍ଭେ ରିପୋର୍ଟ ପ୍ରଦାନ କଲା ASI

ଏହା ମଧ୍ୟ ପଢ଼ନ୍ତୁ...କାର୍ତ୍ତିକ ପରେ ମେଘନାଦ ପାଚେରି ମରାମତି, ଶ୍ରୀମନ୍ଦିର ପ୍ରଶାସନ-ASI ବୈଠକରେ ନିଷ୍ପତ୍ତି

ସରକାରୀ କ୍ବାର୍ଟର ଭଡ଼ାକୁ ଦେଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ:

ସେହିପରି ଅନ୍ୟ ଏକ ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି, "ସରକାରୀ କ୍ଵାର୍ଟର ଜବରଦଖଲ, ଭଡା ଲଗାଇବା ଉପରେ ସରକାର କଠୋର ହେବେ । ସରକାରୀ କ୍ଵାର୍ଟର ଭଡାକୁ ଲଗାଇଲେ, ଆଲର୍ଟମେଣ୍ଟ ହୋଇଥିବା ବ୍ୟକ୍ତି, ଭଡାରେ ରହୁଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନେକ ଜାଗାରେ ସରକାରୀ କ୍ଵାର୍ଟର ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । ଅନେକ ଜାଗାରେ ଲୋକେ କ୍ଵାର୍ଟର ମାଡି ବସିଛନ୍ତି । ଏହା ଉପରେ GA ବିଭାଗ ଏକ ତାଲିକା ପ୍ରସ୍ତୁତ କରୁଛି ଓ ଏଭଳି ହେଉଥିବା ଜାଗାରେ ଉଚ୍ଛେ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସରକାରୀ କ୍ଵାର୍ଟର ଯେମିତି ମିଳିବା କଥା ସେଭଳି ବ୍ୟବସ୍ଥା ହେବ । ଯେଉଁ ଅଞ୍ଚଳରେ ଘର ହେଉଛି ବା ପୁରୁଣା ହୋଇଗଲାଣି ତାକୁ ଭାଙ୍ଗି ନୂଆ ଆକାରରେ ଭର୍ଟିକାଲ ଆକାରରେ ତିଆରି କରାଯିବ । ଯାହା ଫଳରେ ଗୋଟିଏ ଜାଗାରେ ବହୁତ ଲୋକ ରହିପାରିବେ । ସେହି ବାବଦରେ ଆମ ସରକାର କାର୍ଯ୍ୟ କରୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details