ଭୁବନେଶ୍ବର:ଘରୋଇ ବିଶ୍ବ ବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଓ ବିଶ୍ବବିଦ୍ୟାଳୟରୁ ନେପାଳ ଛାତ୍ରଛାତ୍ରୀଙ୍କୁ ବିଦା କରିବା ଘଟଣାରେ ହସ୍ତକ୍ଷେପ କଲେ ରାଜ୍ୟ ସରକାର । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଘଟଣା ବାବଦରେ ସବିଶେଷ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ଭେଟିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ବାବଦରେ ଡ଼ିସିପି ଅବଗତ କରିବା ସହ ମାମଲାରେ କାର୍ଯ୍ୟାନୁଷ୍ଠାନ ବାବଦରେ ମଧ୍ୟ ସୂଚନା ଦେଇଥିବା ଜଣାପଡିଛି । ଅନ୍ୟପଟେ ସାଇନ ଡାଏ ନିଷ୍ପତ୍ତିକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଫେରାଇ ନେଇଛନ୍ତି । ନେପାଳ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଓଏସଆରଟିସି ବସ ବ୍ୟବସ୍ଥା କରି ଫେରାଇ ଆଣିବା ଲାଗି ବ୍ୟବସ୍ଥା ହୋଇଛି । କଲେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଫେରି ଆସିବାକୁ ନିବେଦନ କରାଯାଇଛି ।
'ଆମେ ଏହି ଘଟଣାକୁ ଗୁରୁତର ସହ ନେଇଛୁ':
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କରିଛନ୍ତି, "ନେପାଳ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ ଗଭୀର ରହି ଆସିଛି । ନେପାଳ ସହ ଓଡିଶାର ସମ୍ପର୍କ ଦୀର୍ଘ ବର୍ଷରୁ ରହିଆସିଛି । ପ୍ରଭୁ ଜଗନ୍ନାଥ ଆଧାର ସାଜିଛନ୍ତି । ଘରୋଇ ବିଶ୍ବ ବିଦ୍ୟାଳୟରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁଃଖଦ । ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛୁ । ଘଟଣା ପରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତ୍ୱରିତ ପଦକ୍ଷେପ ନେଇଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତକଙ୍କ ଲ୍ୟାପଟପ, ନୋଟ, ମୋବାଇଲ ଜବତ କରାଯାଇଛି । ବିଶ୍ବବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ପାଖାପାଖି 1000 ନେପାଳି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ପୋଲିସ ସେଠାରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛି । ସମ୍ବେଦନଶୀଳ ଭାବେ ଘଟଣାକୁ ଆମେ ଗୁରୁତର ସହ ନେଇଛୁ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବୈଦେଶିକ ବ୍ୟାପାର ବିଭାଗ ସହ ଆମେ ଯୋଗାଯୋଗରେ ଅଛୁ । ନିରପେକ୍ଷ ତଦନ୍ତ ହେଉଛି । ଘଟଣା ବାବଦରେ ଅବଗତ କରିବାକୁ ମୁଖ୍ୟମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ନିଶ୍ଚୟ ଦଣ୍ଡିତ ହେବ । ଜଣେ ଗିରଫ ହୋଇଛନ୍ତି । ଯଦି ଅନ୍ୟ କେହି ସାମିଲ ଥିବେ ତାଙ୍କୁ ଧରିବାକୁ ଗୁରୁତ୍ୱ ଦିଆଯିବ ।"
ସାଇନ ଡାଏ ନିଷ୍ପତ୍ତିକୁ ଫେରାଇଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ:
ଉଚ୍ଚଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "କଟକ ରେଳ ଷ୍ଟେସନରେ ମଧ୍ୟ ଅଭାବନୀୟ ଘଟଣା ଘଟିଛି । କଲେଜରେ ସାଇନ ଡାଏ କରାଗଲା ବୋଲି କହି ନେପାଳ ଛାତ୍ରଙ୍କୁ ବାହାର କରିଦିଆଯାଇଛି । ଏହାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି । ରାଜ୍ୟ ସରକାର ହସ୍ତକ୍ଷେପ କରିବା ପରେ ସାଇନ ଡାଏ ନିଷ୍ପତ୍ତିକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଫେରାଇ ନେଇଛନ୍ତି । ନେପାଳ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଓଏସଆରଟିସି ବସ ବ୍ୟବସ୍ଥା କରି ଫେରାଇ ଆଣିବା ଲାଗି ବ୍ୟବସ୍ଥା ହୋଇଛି । ନେପାଳ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରକାର ମାନସିକ ନିର୍ଯାତନା, ଧମକ ଚମକ ନମିଳିବ ସରକାର ନଜର ରଖିବେ । ଓଡିଶା-ନେପାଳ ମଧ୍ୟରେ ସୁସମ୍ପର୍କ ବଜାୟ ରଖିବା ଲାଗି ବ୍ୟବସ୍ଥା କରୁଛୁ । ବେସରକାରୀ ବିଶ୍ୱବିଦ୍ୟାଳୟ ଉପରେ ସରକାରଙ୍କର ବିଶେଷ କର୍ତ୍ତୃତ୍ୱ ନଥିଲେ ମଧ୍ୟ ଏହି ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାର ନିରପେକ୍ଷତାର ସହ ବିଚାର କରିବେ ।
ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦବେଗ:
ସୋସିଆଲ ମିଡିଆରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି, ''ଓଡ଼ିଶାରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର ଏକ ହଷ୍ଟେଲରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବଂ ହଷ୍ଟେଲରୁ ନେପାଳୀ ଛାତ୍ରମାନଙ୍କୁ ଜୋରଜବରଦସ୍ତ ବାହାର କରାଯିବା ଘଟଣା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଆମ ସରକାର କୂଟନୈତିକ ଆଧାରରେ କାମ କରୁଛନ୍ତି ଏବଂ ଯୋଗାଯୋଗରେ ଅଛନ୍ତି ।''
ଦୁଃଖ ପ୍ରକାଶ କଲା ଭାରତୀୟ ଦୂତାବାସ: