ଓଡିଶା

odisha

ETV Bharat / state

କୃଷି ଭବନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ; କୃଷି ସମୀକ୍ଷା କେନ୍ଦ୍ର ଏବଂ ମିଲେଟ କାଫେ ବୁଲି ଦେଖିଲେ

Prime Ministers Principal Secretary: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର । କୃଷି ସମୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ କାର୍ଯ୍ୟକାରିତା ସଂପର୍କରେ କଲେ ଆଲୋଚନା । ଅଧିକ ପଢ଼ନ୍ତୁ

କୃଷି ଭବନ
କୃଷି ଭବନ

By ETV Bharat Odisha Team

Published : Mar 2, 2024, 7:21 AM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଗତକାଲି (ଶୁକ୍ରବାର) କୃଷି ଭବନ ପରିଦର୍ଶନ କରିଛନ୍ତି । କୃଷି ଭବନ ପରିଦର୍ଶନ ଅବସରରେ କୃଷି ସମୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ ଏହାର କାର୍ଯ୍ୟକାରିତା ସଂପର୍କରେ ପ୍ରମୁଖ ଶାସନ ସଚିବ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କୃଷି ଭବନରେ ଥିବା ମିଲେଟସ କାଫେ ପରିଦର୍ଶନ କରିଛନ୍ତି ଡ. ପ୍ରମୋଦ ।

ତେବେ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର କୃଷିଭବନ ପରିଦର୍ଶନ କରିବା ପାଇଁ ପହଞ୍ଚିବା ପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଡ. ପ୍ରମୋଦ କୁମାର ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଏବଂ ଡିଜିଟାଇଜେସନ ମାଧ୍ୟମରେ କୃଷିରେ ରୂପାନ୍ତରଣ ଆଣିବା ପାଇଁ କୃଷି ବିଭାଗ ପକ୍ଷରୁ ଏକ କୃଷି ସମୀକ୍ଷା କେନ୍ଦ୍ର ନାମକ ଏକ ଅତ୍ୟାଧୁନିକ ଡିଜିଟାଲ ପ୍ଲାଟଫର୍ମ ସ୍ଥାପନ କରାଯାଇଛି । ଏହା ଦ୍ୱାରା ପ୍ରକୃତ କ୍ଷେତ୍ରସ୍ତରୀୟ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରାଯାଇପାରୁଛି । କୃଷି ସମୀକ୍ଷା କେନ୍ଦ୍ରରେ ଏକ କେନ୍ଦ୍ରୀଭୂତ କମାଣ୍ଡ ଓ କଣ୍ଟ୍ରୋଲ ସନ୍ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ ଡିଜିଟାଲ ପ୍ଲାଟଫର୍ମର ଉପଯୋଗ ଦ୍ୱାରା କୃଷି ବିଭାଗର ବିଭିନ୍ନ ଯୋଜନାର ବାସ୍ତବ ରୂପାୟନ, ବିଭାଗୀୟ ନିର୍ଦ୍ଦେଶ ଏବଂ କାର୍ଯ୍ୟର ସମୀକ୍ଷା ଓ ପର୍ଯ୍ୟବେକ୍ଷଣ ପାଇଁ ଏକ ସମନ୍ୱିତ ନିଷ୍ପତ୍ତି ଗ୍ରହଣର ବ୍ୟବସ୍ଥା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଶିଶୁ ଓ ମା'ଙ୍କ ପାଇଁ କଳିକା-କୃଷି ଭବନ କ୍ରେଚ ଉଦଘାଟିତ

କୃଷି ସମୀକ୍ଷା କେନ୍ଦ୍ର ମାଧ୍ୟମରେ ବିଭାଗର ଅଧିକାରୀମାନେ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ଡିଜାଇନର ଅନୁମାନ ଦିଗରେ ପରିକଳ୍ପନା ଆଧାରିତ ସର୍ବେକ୍ଷଣ କରିପାରୁଛନ୍ତି । ବାସ୍ତବ ସମୟର ତଥ୍ୟ ଏବଂ ଏହାର ଅପଡେଟ ଆଧାରରେ କ୍ଷେତ୍ରର ସମସ୍ୟାକୁ ତୁରନ୍ତ ଚିହ୍ନଟ କରି ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇପାରୁଛି । ଏହା ଦ୍ୱାରା କୀଟପତଙ୍ଗର ପ୍ରାଦୁର୍ଭାବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଫସଲହାନୀକୁ ବହୁ ପରିମାଣରେ ହ୍ରାସ କରାଯାଇପାରୁଛି । ଏହା ପରେ ଡ. ପ୍ରମୋଦ କୁମାର ମିଶ୍ର କୃଷି ଭବନରେ ଥିବା ମିଲେଟସ କାଫେ ପରିଦର୍ଶନ କରିଛନ୍ତି । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସଂପର୍କରେ ପଚାରି ବୁଝିଛନ୍ତି । ଡ. ପ୍ରମୋଦ କୁମାର ମିଶ୍ରଙ୍କ ପରିଦର୍ଶନ ସମୟରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ଓସେପାର ନିର୍ଦ୍ଦେଶକ ଅନୁପମ ସାହାଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details