ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି ଡାଇବେଟିସ ଆକ୍ରାନ୍ତଙ୍କ ସଂଖ୍ୟା । ଫାଷ୍ଟଫୁଡ ଓ ଜୀବନଶୈଳୀରେ ପରିବର୍ତ୍ତନ ହେଉଛି ଏହାର ମୁଖ୍ୟ କାରଣ । ପାଖାପାଖି ୩୫-୪୦ ଲକ୍ଷ ଲୋକଙ୍କ ମଧ୍ୟରେ ଡାଇବେଟିସ ଦେଖାଯାଇଥାଏ । ବର୍ତ୍ତମାନ ସମୟରେ ପିଲାଙ୍କର ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି ଡାଇବେଟିସ । ସେନେଇ ଜାନୁଆରୀ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ୧୪ତମ ବିଶ୍ବ କଂଗ୍ରେସ ଡାଇବେଟିସ କାର୍ଯ୍ୟକ୍ରମ । ସେନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।
ରାଜ୍ୟରେ ଅଧିକାଂଶ ଲୋକ ଡାଇବେଟିସରେ ଆକ୍ରାନ୍ତ ହେଉଛନ୍ତି । ପାଖାପାଖି ୩୫-୪୦ ଲକ୍ଷ ଲୋକଙ୍କର ଡାଇବେଟିସ ଦେଖାଯାଉଛି । ବର୍ତ୍ତମାନ ସମୟରେ ପିଲାଙ୍କର ମଧ୍ୟରେ ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିଛି ଡାଇବେଟିସ । ଫାଷ୍ଟଫୁଡ ଏବଂ ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ହେଉଛି ଏହାର ମୁଖ୍ୟ କାରଣ । ଏନେଇ ଜାନୁଆରୀ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ୧୪ତମ ବିଶ୍ବ କଂଗ୍ରେସ ଡାଇବେଟିସ କାର୍ଯ୍ୟକ୍ରମ । ଏଥିରେ ଅନ୍ତର୍ଜାତୀୟ ଏବଂ ଜାତୀୟ ସ୍ତରର ଡାକ୍ତର ପ୍ରଫେସର ମାନେ ମଧ୍ୟ ଯୋଗ ଦେବେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ କିଭଳି ଭାବରେ ସଚେତନତା କରାଯିବ ସେନେଇ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏନେଇ ପ୍ରଫେସର ଅଭୟ କୁମାର ସାହୁ କହିଛନ୍ତି ଯେ, ‘‘ଜାନୁଆରୀ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଆୟୋଜିତ ହେବାକୁ ଯାଉଛି ଡାଇବେଟିସ ରୋଗର ନିରାକରଣ ଏବଂ ସଚେତନତା କାର୍ଯ୍ୟକ୍ରମ । ୨୫-୩୫ ଜଣ ଆନ୍ତର୍ଜାତୀୟ ଓ ୩୦୦ଜଣ ଜାତୀୟ ସ୍ତରର ପ୍ରଫେସର ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାସହ ୩ ହଜାରରୁ ଅଧିକ ଡ଼ାକ୍ତର ମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।’’