କେନ୍ଦୁଝର:ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ । କେନ୍ଦୁଝର ଗସ୍ତ କରିଥିଲେ ମାଡାମ୍ ପ୍ରେସିଡେଣ୍ଟ । ତେବେ ଗସ୍ତ ସମୟରେ ଆଦିମ ଜନଜାତି ଜୁଆଙ୍ଗଙ୍କ ସହ ଭାବବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମସ୍ତେ ପାଠ ପଢ଼ି ଶିକ୍ଷିତ ହେଲେ ନିଜର ନିଜ ଅଞ୍ଚଳର ଉନ୍ନତି ହେବା ସହ ଦେଶର ଉନ୍ନତି ହେବ ବୋଲି କହିଥିଲେ ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ମଧ୍ୟ ଉପସ୍ଥିତ ରହିଛଡନ୍ତି ।
ସୂଚନା ଅନୁସାରେ, ରାଷ୍ଟ୍ରପତି ଦିନ ୧୦ ଟା ୫ ମିନିଟ୍ ସମୟରେ ରାଇସୁଆଁରେ ବିମାନ ଯୋଗେ ଅବତରଣ କରିବା ପରେ ସେଠାରୁ କାର୍ ଯୋଗେ ଆସି ୧୦ଟା ୫୨ ମିନିଟରେ ଗୋନାସିକା ସରକାରୀ ଉଚ୍ଚ ବିଦ୍ୟାଳୟ ସଭାସ୍ଥଳୀରେ ଯୋଗ ଦେଇଥିଲେ । ମହାମହିମ ରାଷ୍ଟ୍ରପତି ପହଞ୍ଚି ପରେ ରାଷ୍ଟ୍ରପତିଙ୍କୁ ଜୁଆଙ୍ଗ ସଂପ୍ରଦାୟର ପାରମ୍ପରିକ ଚାଙ୍ଗୁ, ବାଦ୍ୟ ବଜାର ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ପରେ ସଭାରେ ଉପସ୍ଥିତ ୫ଟି ଗାଁର ଜୁଆଙ୍ଗ ସମ୍ପ୍ରଦାୟର ଲୋକଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ଏହି ସମୟରେ ଗ୍ରାମର ଉନ୍ନତି ବିଷୟରେ ଅବଗତ କରାଇଥିଲେ ସ୍ଥାନୀୟ ବାସିନ୍ଦା ।
ଜୁଆଙ୍ଗ ଜନଜାତି କହିଥିଲେ, "ପୂର୍ବରୁ ଗ୍ରାମକୁ ରାସ୍ତା ନଥିଲା । ଏବେ ଗ୍ରାମକୁ ଭଲ ରାସ୍ତା ହୋଇ ପାରିଛିି । ଆଙ୍ଗନବାଡି ଅଛି ଏବଂ ଗ୍ରାମର ମଧ୍ୟ ଉନ୍ନତି ହୋଇଛି । " ଏହା ପରେ ରାଷ୍ଟ୍ରପତି ଉପସ୍ଥିତ ଜନଜାତିର ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇଥିଲେ । କେତେ ଲୋକ କେତେ ପାଠ ପଢ଼ିଛନ୍ତି ପଚାରି ବୁଝିଥିଲେ । କିଏ ରାଜନୀତି କରୁଛନ୍ତି, କିଏ ଚାକିରି ବ୍ୟବସାୟ କରୁଛନ୍ତି ବୋଲି ପଚାରି ବୁଝିଥିଲେ ରାଷ୍ଟ୍ରପତି । ଏହାପରେ ସେମାନେ କିଭଳି ଉନ୍ନତି କରିବ ସେ ବିଷୟରେ ଉପଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।