ଓଡିଶା

odisha

ETV Bharat / state

ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ସମୀକ୍ଷା ବୈଠକ - PREPARATORY MEETING SNANA YATRA

Preparatory Meeting: ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ନେଇ ବୈଠକ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jun 8, 2024, 9:44 PM IST

Preparatory Meeting In Puri
Preparatory Meeting In Puri (ETV Bharat Odisha)

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା । ଏହା କିଭଳି ସୁରୁଖୁରୁରେ ଆୟୋଜନ ହୋଇ ପାରିବ ସେନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ପୁରୀ ଏସପି, ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଥିଲେ । ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ପରେ ମୁଖ୍ୟ ଶାସନ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଚଳିତ ବର୍ଷ ସ୍ନାନ ଯାତ୍ରା ଓ ରଥ ଯାତ୍ରା କିଭଳି ସୁରୁଖିରୁରେ ଶେଷ ହେବ ସେନେଇ ପ୍ରାର୍ଥନା କରିଥିଲେ ।

Preparatory Meeting In Puri (ETV Bharat Odisha)

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, "ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସମସ୍ତ ବିଭାଗର ଅଧିକାରୀଙ୍କୁ ସଠିକ ସମୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ରଥ ନିର୍ମାଣ ସହ ରଥ ଖଳାରେ ତାଳଧ୍ବଜ ରଥ ଠିଆ ହେବା ପାଇଁ ବଡଦାଣ୍ଡରେ ହୋଇଥିବା ଭକ୍ତଙ୍କ ପାଇଁ ଏସି ସେଡକୁ ଖୋଲାଯିବା ଆରମ୍ଭ ହୋଇଛି । ଏହାଦ୍ୱାରା ଟ୍ରାଫିକ ସମସ୍ୟା ଦୂର ହେବା ସହ ରଥ ବଡ଼ଦାଣ୍ଡରେ ଗଡିବାରେ ସୁବିଧା ହେବ। ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ନେବେ। ସରକାର ଯାହା ନିର୍ଦ୍ଦେଶ ଦେବେ ଜିଲ୍ଲା ପ୍ରଶାସନ ତାହା ପାଳନ କରିବ। ଚାରି ଦ୍ୱାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ସହ ନୂଆ ସରକାର ଆଲୋଚନା କରିବେ। ମହାପ୍ରଭୁଙ୍କ ନୀତି ଯେଭଳି ପ୍ରଭଭିତ ନହୁଏ ତାହାକୁ ନଜରରେ ରଖି ସରକାର ପଦକ୍ଷେପ ନେବେ ।"

ଏହା ବି ପଢନ୍ତୁ...ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ତିନି ରଥର ଚାଲିଛି ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ - PURI RATH YATRA 2024

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି, "ବଡ଼ଦାଣ୍ଡରେ ନିର୍ମାଣ ହୋଇଥିବା ଏସି ସେଡକୁ ଶ୍ରୀମନ୍ଦିର ନିକଟ କାକୁଡି଼ଖାଇ ଠାକୁରାଣୀଙ୍କ ନିକଟରୁ ସିଂହଦ୍ୱାର ଯାଏ କରାଯିବ । ଏହାଦ୍ୱାରା ବହୁ ଅର୍ଥ ଅପଚୟ ସହ ସମୟ ମଧ୍ୟ ଅପଚୟ ହେବ। ଏଣୁ ବଡ଼ଦାଣ୍ଡରେ ଥିବା ଏସି ସେଡକୁ କାକୁଡିଖାଇ ଠାକୁରାଣୀଙ୍କ ମନ୍ଦିର ନିକଟରୁ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୂର୍ଗା ଦାସ ମହାପାତ୍ର ପରାମର୍ଶ ଦେଇଥିବା କହିଛନ୍ତି । ବଡ଼ଦାଣ୍ଡରେ ଏସି ସେଡ୍ ଯୋଗୁ ଟ୍ରାଫିକ ସମସ୍ୟା ଉପୁଜିଛି । ଏହାକୁ ହଟାଇବା ପାଇଁ ପୁରୀ ବାସିନ୍ଦା ବାରମ୍ବାର ଦାବି କରୁଥିବାବେଳେ ପୂର୍ବ ବିଜେଡି ସରକାର ଏହାକୁ କାର୍ଯ୍ୟକାରୀ କରିନଥିବା ଅଭିଯୋଗ ହୋଇଛି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details