ଓଡିଶା

odisha

By ETV Bharat Odisha Team

Published : Mar 17, 2024, 8:30 PM IST

ETV Bharat / state

ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

Election Preparation In Bhadrak: ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ କରିବା ପାଇଁ ତତ୍ପର ଭଦ୍ରକ ଜିଲ୍ଲା ପ୍ରଶାସନ । ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Election Preparation
Election Preparation

Election Preparation

ଭଦ୍ରକ:ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଭଦ୍ରକ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଭଦ୍ରକ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଠପାଲିଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ । ଭଦ୍ରକ ଜିଲ୍ଲାରେ ସପ୍ତମ ପର୍ଯ୍ୟାୟରେ ଅର୍ଥାତ ଜୁନ 1 ତାରିଖ ଦିନ ଜିଲ୍ଲାରେ ଥିବା ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବ ।

ଗତକାଲି (ଶନିବାର)ଠାରୁ ନିର୍ବାଚନ ପାଇଁ ଓଡ଼ିଶା ସମେତ ସମଗ୍ର ଦେଶରେ ଆଚରଣ ବିଧି ଲାଗୁ କରାଯାଇଛି । ତେବେ ଭଦ୍ରକରେ ହେବାକୁ ଥିବା ନିର୍ବାଚନ ପାଇଁ ମେ ମାସ 7 ତାରିଖ ଦିନ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ 14 ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବା ଲାଗି ଶେଷ ତାରିଖ ରଖାଯାଇଛି । 17 ତାରିଖରେ ପ୍ରାାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ଭଦ୍ରକ ଜିଲ୍ଲାପାଳ ତଥା ଭଦ୍ରକ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଜିଲ୍ଲାରେ 1 ହଜାର 309ଟି ବୁଥ ମଧ୍ୟରୁ 60 ଭାଗ ବୁଥରେ ୱେବ୍‌କାଷ୍ଟିଂ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ 10ଟି ବୁଥକୁ ନେଇ ଗୋଟିଏ ସେକ୍ଟର କରାଯିବ । ସେହିପରି ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 15ଟି ଫ୍ଲାୟିଙ୍ଗ୍‌ ସ୍କ୍ବାଡ୍ ଟିମ ଗଠନ କରାଯାଇଛି ।

ଏହା ବି ପଢନ୍ତୁ...ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜଗତସିଂହପୁରରେ ପ୍ରସ୍ତୁତି: 131ଟି ସଖୀ ବୁଥ, 60% ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା

ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 3ଟି ଫ୍ଲାୟିଂ ସ୍କ୍ବାଡ୍ ଟିମ୍ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଚେକିଂ ଆରମ୍ଭ ହୋଇଯାଇଛି । ଏଥିସହ ରାତି 10ଟା ପରେ ବିଭିନ୍ନ ରାସ୍ତାରେ ଚେକ୍ ପୋଷ୍ଟ ମାନ କରାଯାଇ ଚେକିଂ ଆରମ୍ଭ କରାଯାଇଛି । ଚଳିତ ନିର୍ବାଚନରେ ଯେପରି ଅଧିକରୁ ଅଧିକ ମତଦାତାମାନେ ସେମାନଙ୍କ ମତଦାନ କରିବେ ସେଥିପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।


ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details