ଓଡିଶା

odisha

ବିଶ୍ୱ ଶାନ୍ତି ପାଇଁ ସର୍ବଧର୍ମ ପ୍ରାର୍ଥନା, ଏକ ଲକ୍ଷ ଗଛ ଲଗାଇବେ ପଦ୍ମଶ୍ରୀ ବାବା ବଳିଆ - PRAYER FOR WORLD PEACE

By ETV Bharat Odisha Team

Published : May 12, 2024, 9:10 AM IST

PRAYER FOR WORLD PEACE: ଅରିଲୋ ସ୍ଥିତ ଶିଶୁ ଅନନ୍ତ ଆଶ୍ରମରେ ୫୫ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳା ଉଦଘାଟିତ । ପଦ୍ମଶ୍ରୀ ବାବା ବଳିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ବିଶ୍ୱ ଶାନ୍ତି ପାଇଁ ସର୍ବଧର୍ମ ପ୍ରାର୍ଥନା । ଅଧିକ ପଢନ୍ତୁ

ବିଶ୍ୱ ଶାନ୍ତି ପାଇଁ ସର୍ବଧର୍ମ ପ୍ରାର୍ଥନା, ଏକ ଲକ୍ଷ ଗଛ ଲଗାଇବେ ପଦ୍ମଶ୍ରୀ ବାବା ବଳିଆ
ବିଶ୍ୱ ଶାନ୍ତି ପାଇଁ ସର୍ବଧର୍ମ ପ୍ରାର୍ଥନା, ଏକ ଲକ୍ଷ ଗଛ ଲଗାଇବେ ପଦ୍ମଶ୍ରୀ ବାବା ବଳିଆ (ETV Bharat Odisha)

ବିଶ୍ୱ ଶାନ୍ତି ପାଇଁ ସର୍ବଧର୍ମ ପ୍ରାର୍ଥନା, ଏକ ଲକ୍ଷ ଗଛ ଲଗାଇବେ ପଦ୍ମଶ୍ରୀ ବାବା ବଳିଆ (ETV Bharat Odisha)

ଜଗତସିଂହପୁର: ଜିଲ୍ଲା ତ୍ରିର୍ତ୍ତଲ ବ୍ଲକ ଅନ୍ତର୍ଗତ ଅରିଲୋ ସ୍ଥିତ ଶିଶୁ ଅନନ୍ତ ଆଶ୍ରମ ପରିସରରେ ୫୫ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳା ଶନିବାର ଉଦଘାଟିତ ହୋଇଛି । ଏହି ଅବସରରେ ବିଶ୍ୱ ଶାନ୍ତି ଲାଗି ବିଶ୍ବ ପତାକା ଉତ୍ତୋଳନ ଓ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଛି । ପଦ୍ମଶ୍ରୀ ବାବା ବଳିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ ବାବା ବଳିଆ କହିଛନ୍ତି ଯେ, ସମଗ୍ର ବିଶ୍ଵରେ ଗୋଟିଏ ଧର୍ମ ହେଉଛି ମାନବିକତାର ଧର୍ମ । ଧର୍ମ ଶବ୍ଦ ପୂର୍ବରୁ କୌଣସି ଶବ୍ଦ ଯୋଡ଼ାଗଲେ ତାହା ସମ୍ପ୍ରଦାୟରେ ପରିଣତ ହୋଇଥାଏ । ତାହା ଧର୍ମ ପଦବାଚ୍ୟ ହୁଏ ନାହିଁ । ବିଶ୍ବରେ ମାନବ ଧର୍ମ ହିଁ ସର୍ବଶ୍ରେଷ୍ଠ ଧର୍ମ । ସମସ୍ତେ ଇଶ୍ବରଙ୍କ ସନ୍ତାନ । ଧର୍ମ ନାମରେ ହତ୍ୟା ଆତଙ୍କ ସୃଷ୍ଟି କରାନଯାଉ ବୋଲି କହିଥିଲେ । ସମନ୍ବୟ ଓ ଭାତୃତ୍ବ ଭାବ ଦ୍ବାରା ହିଁ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ।

ବାବା ବଳିଆ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ବିଶ୍ୱରେ ତାପମାତ୍ରା ସୀମା ଲଙ୍ଘନ କରିଛି । ଅନନ୍ତ ବଳିଆ ଆଶ୍ରମ ପକ୍ଷରୁ ଚଳିତ ବର୍ଷ 1 ଲକ୍ଷ ବୃକ୍ଷରୋପଣ କରାଯିବ । ଓଡ଼ିଆ ଓ ଓଡ଼ିଶା ବାହାରେ ଗଛ ଲଗାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଭାରତ ବାହାରେ, ଆମେରିକା, ଚୀନ, ଋଷ ଆଦି ଦେଶରେ ଗଛ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିବା କହିଥିଲେ । ଏହି ସର୍ବ ଧର୍ମ ପ୍ରାର୍ଥନା ସଭାରେ ପ୍ରତିଟି ସମ୍ପ୍ରଦାୟର ଅନୁଗାମୀମାନେ ଯୋଗଦେଇ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ବିଶ୍ବ ପ୍ରସିଦ୍ଧ କବି ଜୟଦେବଙ୍କ ଜୟନ୍ତୀ ଉତ୍ସବ, ଉତ୍ସବ ମୁଖର ଜନ୍ମମାଟି କେନ୍ଦୁବିଲ୍ବ - Poet Jayadevas Birth Anniversary

ଏଥିରେ ବୌଦ୍ଧ ଧର୍ମର ଭନ୍ତେ ଧର୍ମରତ୍ନ ଓ ଭନ୍ତେ ଧର୍ମ ଗବେଷକ ଦିଗମ୍ବର, ଜୈନ ସମ୍ପ୍ରଦାୟର ରାଜେଶ କୁମାର ଓ ଖ୍ରୀଷ୍ଟ ଧର୍ମର ମିହିର କୁମାର ସିଂହ, ଇସଲାମ ଧର୍ମର ସେକ୍ ମହମ୍ମଦ ସକିଲ ଅହମ୍ମଦ, ବକ୍ତିଆର ଅଲ୍ଲୀ ଓ ତିଲକ ବାବୁ, ବ୍ରାହ୍ମ ସମ୍ପ୍ରଦାୟର ମହାତ୍ମା ନିତି ନିତି ପ୍ରେମାନନ୍ଦ, ପାଗଳ ବାବା, ପ୍ରେମଦା ମଦାସାନନ୍ଦ, ମହିମା ଅଲେଖ ସମ୍ପ୍ରଦାୟର କୃଷ୍ଣ ବାବା ପ୍ରମୁଖ ଯୋଗଦାନ କରି ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ । ସମସ୍ତ ଧର୍ମଯାଜକଙ୍କୁ ଶିଶୁ ଅନନ୍ତ ଆଶ୍ରମ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦ୍ବାରା ସମ୍ବଦ୍ଧିତ କରାଯାଇଥିଲା ।

ପ୍ରାରମ୍ଭରେ ବିଶ୍ବ ପତାକା ଉତ୍ତୋଳନ ଓ ବିଶ୍ଵ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆଶ୍ରମର ମନୁଦାସ ସଂଯୋଜନା କରିଥିବାବେଳେ ପରିଚାଳନାରେ ବାବାଜୀ ଶ୍ରୀବାସ ଦାସ, ଡ଼ ସ୍ବାମୀ ଚିଦାନନ୍ଦ ବ୍ରହ୍ମଚାରୀ, ବିମ୍ବାଧର ଦାସ ଓ ଗୋପାଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details