ଆଳୁ ଦର ଆକାଶ ଛୁଆଁ , ହଟହଟା ହେଲେଣି ବ୍ୟବସାୟୀ ଓ ଗ୍ରାହକ କଟକ: ହାଣ୍ଡିଶାଳ ଉପରେ ମହଙ୍ଗା ମାଡ । ଗ୍ରାହକଙ୍କୁ କନ୍ଦାଉଛି ଆଳୁ । ଗରିବର ନିତିଦିନିଆ ପରିବାରେ ସାମିଲ ହୋଇଥାଏ ଆଳୁ । କିନ୍ତୁ ଆଳୁ ଦର ଶୁଣି ଗ୍ରାହକ ବି ଚିନ୍ତାରେ । ଗତ ସପ୍ତାହରେ ପ୍ରତି ଆଳୁ ବସ୍ତା ପିଛା ୭୦୦ ଟଙ୍କା ଥିବା ବେଳେ ତାହା ଆଜି ୧୧୦୦ ରୁ ୧୨୦୦ ଟଙ୍କାରେ ରେ ପହଞ୍ଚିଛି । ଯାହା ବସ୍ତା ପ୍ରତି ୫୦୦ ଟଙ୍କା ବୃଦ୍ଧି ଘଟିଛି । ସେହିଭଳି ବିଗତ ଦଶ ଦିନ ମଧ୍ୟରେ ଆଳୁ କିଲୋ ଧଡ଼ା ପ୍ରତି ୨୦ ରୁ ୩୦ ଟଙ୍କା ବୃଦ୍ଧି ଘଟିଛି ଛତ୍ରବଜାରରେ । କଟକ ଛତ୍ରବଜାରରେ ଆଳୁ ଧଡ଼ା ପ୍ରତି ୯୦ ଟଙ୍କାରେ ବିକ୍ରୟ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ ...ପୋଲିସ ଉପସ୍ଥିତିରେ ଟ୍ରେନରୁ ପଡି ଯୁବକଙ୍କ ମୃତ୍ୟୁ ମାମଲା, 2 ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର - YOUTH Died FALLING FROM TRAIN
ଛତ୍ରବଜାରରେ ଆଳୁ ଦର ବଢିବା ଫଳରେ ଆଖପାଖ ବଜାରରେ ଏହାର ଦର ପ୍ରାୟ ୧୦ ରୁ ୨୦ ଟଙ୍କା ମଧ୍ୟରେ ବୃଦ୍ଧି ପାଇଛି । ଛତ୍ରବଜାର ବ୍ୟବସାୟୀ ସଂଘର କହିବାନୁଯାୟୀ ଓଡିଶା ମୁଖ୍ୟତଃ ବେଙ୍ଗଲ ଓ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଉପରେ ନିର୍ଭରଶୀଳ ହୋଇଥାଏ । ଚାଷୀ ମାନଙ୍କ ଆଳୁ ଅମଳ ପରେ ତାହା କୋଲ୍ଡ ଷ୍ଟୋରେଜ ବା ଶୀତଳ ଭଣ୍ଡାରରେ ସଂରକ୍ଷିତ ରଖାଯାଇଥାଏ । ତେବେ ଭଲ ଆଳୁ ଗୁଡିକରର ଦର ବେଙ୍ଗଲରେ ବଢୁଥିବାରୁ ଏଠାରେ ମଧ୍ୟ ଦର ବୃଦ୍ଧି ପାଇଛି । ତେବେ ଆସନ୍ତା ୭-୮ ଦିନ ମଧ୍ୟରେ ଶୀତଳ ଭଣ୍ଡାରରୁ ଆଳୁ ବାହାରିବା ପରେ ଦରରେ ସାମନ୍ୟ ହ୍ରାସ ହେବ । କିନ୍ତୁ ଏବର୍ଷ ଅମଳ ମଧ୍ୟ କମ୍ ହୋଇଛି ଏବଂ ସ୍ଥାନୀୟ ସ୍ତରରେ ଆଳୁ ଉତ୍ପାଦନ କୌଣସି ବଡ ଧରଣ ହେଉନଥିବାରୁ ଏପରି ସ୍ଥିତି ସମ୍ମୁଖୀନ ହେଉଛୁ ।
ଛତ୍ରବଜାରରେ ଖୁଚୁରା ବ୍ୟବସାୟୀଙ୍କ କହିବାନୁଯାୟୀ ନିର୍ବାଚନ ସମୟ ଥିବାରୁ ବେଙ୍ଗଲରୁ ଜାଣି ଶୁଣି ଆଳୁ ଆସୁ ନାହିଁ । ସେଥିପାଇଁ ଦର ବୃଦ୍ଧି ଘଟୁଛି । ବର୍ତ୍ତମାନ ସମୟରେ ଆଳୁ ସଠିକ ପରିମାଣରେ ଆସୁନାହିଁ । ଏବେ ବେଙ୍ଗଲରେ ଆଳୁ ଷ୍ଟୋରେଜ କରିବାର ସମୟ । ଥରେ ଷ୍ଟୋରେଜ ହେଲେ ୩ ମାସ ପରେ ରୁମ ରୁ ବାହାରିବ ଆଳୁ । ଆଗାମୀ ୧୦ ଦିନ ମଧ୍ୟରେ ଦର କମିବାର ସମ୍ଭାବନା ଅଛି ବୋଲି କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ।
ଇଟିଭି ଭାରତ, କଟକ