ଓଡିଶା

odisha

ETV Bharat / state

ନିର୍ବାଚନ ପୂର୍ବରୁ ନିମାପଡ଼ାରେ ରାଜନୈତିକ ହିଂସା, ବିଧାୟକଙ୍କୁ ବିରୋଧ ପରେ ମୁହାଁମୁହିଁ ବିଜେପି-ବିଜେଡି - ନିମାପଡ଼ା ବିଧାୟକଙ୍କୁ ବିରୋଧ

Political violence in Nimapada: ନିର୍ବାଚନ ପୂର୍ବରୁ ନିମାପଡ଼ାରେ ରାଜନୈତିକ ହିଂସା । ସ୍ଥାନୀୟ ବିଧାୟକଙ୍କୁ କଳା ପତାକା ପ୍ରଦର୍ଶନ ପରେ ମୁହାଁମୁହିଁ ବିଜେପି-ବିଜେଡି । ଅଧିକ ପଢନ୍ତୁ

Political violence in Nimapada
Political violence in Nimapada

By ETV Bharat Odisha Team

Published : Feb 17, 2024, 8:49 PM IST

Updated : Feb 17, 2024, 9:07 PM IST

ନିର୍ବାଚନ ପୂର୍ବରୁ ନିମାପଡ଼ାରେ ରାଜନୈତିକ ହିଂସା, ବିଧାୟକଙ୍କୁ ବିରୋଧ ପରେ ମୁହାଁମୁହିଁ ବିଜେପି-ବିଜେଡି

ନିମାପଡ଼ା:୨୦୨୪ ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି । ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କୁ ନେଇ ରାଲି କରି ଶକ୍ତି ପ୍ରଦର୍ଶନ କରୁଛନ୍ତି । ଗଣତନ୍ତ୍ରର ଏହି ମହାପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବାକୁ ସବୁ ଦିଗରୁ ଉଦ୍ୟମ ହେଉଥିବା ବେଳେ ପୁରୀ ଜିଲ୍ଲା ନିମାପଡ଼ାରେ ନିର୍ବାଚନ ପୂର୍ବରୁ ଦେଖାଦେଇଛି ରାଜନୈତିକ ହିଂସା । ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସହ ୪ ଜଣ ଆହତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

'ଆମ ଓଡ଼ିଶା ନବୀନ ଓଡିଶା' କାର୍ଯ୍ୟକ୍ରମକୁ ଯିବା ବେଳେ ନିମାପଡା ବିଧାୟକ ସମୀର ରଞ୍ଜନ ଦାସଙ୍କୁ ଏରବଙ୍ଗ ପଞ୍ଚାୟତରେ ବିଜେପି କର୍ମୀମାନେ କଳା ପତାକା ପ୍ରଦର୍ଶନ କରି ବିରୋଧ କରିଥିଲେ । ଏହାପରେ ଉତ୍ତେଜିତ ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି ଯୁବମୋର୍ଚ୍ଚା ସଭାପତି ଶିବ ପ୍ରସାଦ ସ୍ବାଇଁଙ୍କ ସହ ୪ କର୍ମୀ ଆହତ ହୋଇଛନ୍ତି । ଯୁବ ବିଜେଡି ସଭାପତି ମନ୍ଦିପ ପାଇକରାୟ ଓ ଦେବାଶିଷ ସାହୁଙ୍କ ସହ କେତେକ କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀମାନେ ଆହତ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ଏଭଳି ଘଟଣା ଗୋପ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ଆଜି ଦାୟିତ୍ବ ନେବେ ଟ୍ବିନସିଟି ନୂତନ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ରାଜନୈତିକ ହିଂସା ରୋକିବା ବଡ ଚାଲେଞ୍ଜ

ନିମାପଡା ନିର୍ବାଚନ ମଣ୍ଡଳୀରେ ୧୩ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଜୀବନ ହାରିବା ପରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାସଙ୍କ ପାଇଁ ଅଡୁଆ ସାଜିଛି । ବିଭିନ୍ନ ସମୟରେ ବିଧାୟକ ଦାସ ବିରୋଧର ସମ୍ମୁଖିନ ହେଉଥିବା ବେଳେ ଆଜି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ବିଜେଡି କର୍ମୀମାନେ ଉତ୍ତେଜିତ ହେଇ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଏପରିକି ବିଜେଡି ଯୁବ ସଭାପତି ଓ ବରିଷ୍ଠ କର୍ମକର୍ତ୍ତା ମାନେ ମଧ୍ୟ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ରାଜନୈତିକ ହିଂସା ରୋକିବାକୁ ମାଷ୍ଟରପ୍ଲାନ୍, ତଡିପାର ପ୍ରକ୍ରିୟା‌ ଲିଷ୍ଟରେ‌ ୨୦ଜଣ

ଅପର ପକ୍ଷେ ବିରୋଧ ସତ୍ତ୍ବେ ନିମାପଡ଼ା ବିଧାୟକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେଇଛି । ବେଗୁନିଆ-ନୟାହାଟ ରାସ୍ତାର ଏରବଙ୍ଗ ଗାଁ ରାସ୍ତାରେ ବିଜେପି କର୍ମୀମାନେ ଅବରୋଧ କରିଛନ୍ତି । ଏ ଘଟଣାରେ ଗୋପ ଥାନାରେ ତିନି ଜଣ ତିନୋଟି ଏତଲା ଦେଇଛନ୍ତି ।

ଇଟିଭି ଭାରତ, ନିମାପଡ଼ା

Last Updated : Feb 17, 2024, 9:07 PM IST

ABOUT THE AUTHOR

...view details