ଓଡିଶା

odisha

ନିର୍ବାଚନ ନେଇ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ଡିଜି କ୍ୟାମ୍ପ ଅଫିସରେ ବରିଷ୍ଠ ପୋଲିସ ଅଧିକାରୀ

By ETV Bharat Odisha Team

Published : Mar 18, 2024, 1:47 PM IST

DG meeting with senior rank police officers: ନିର୍ବାଚନ ପରିଚାଳନା ନେଇ ଡିଜି କ୍ୟାମ୍ପ ଅଫିସରେ ଓଡିଶା ପୋଲିସର ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଆଲୋଚନା । ଅଧିକ ପଢନ୍ତୁ

DG meeting
DG meeting

ଭୁବନେଶ୍ୱର:ନିର୍ବାଚନ ଆଚରଣ ବିଧି ଲାଗୁ ପରେ ପୋଲିସର ଗୁରୁତ୍ବପୁର୍ଣ୍ଣ ବୈଠକ । ଡିଜି କ୍ୟାମ୍ପ ଅଫିସରେ ଓଡିଶା ପୋଲିସର ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଆଲୋଚନା ।

ଏହାମଧ୍ୟ ପଢନ୍ତୁ..ନିର୍ବାଚନ ଆଚରଣ ବିଧି ଲାଗୁ ପରେ ମଧ୍ୟ ରାଜଧାନୀରେ ମାଳମାଳ ହୋଡିଂ, ଉଚ୍ଛେଦ ଆରମ୍ଭ କଲା ବିଏମସି

ଏହି ବୈଠକରେ ଏଡିଜି ହେଡକ୍ବାଟର ଆର.କେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଗୁଇନ୍ଦା ଆଇଜି ଅନୁପ ସାହୁ, SIW ଡିଆଇଜି ଉମା ଶଙ୍କର ଦାଶ ସମେତ ଅପରେସନ ଡିଆଇଜି ଦେବଦତ୍ତ ସିଂହ, ଆଇଜି ହେଡକ୍ବାଟର ଜତିନ୍ଦ୍ର କୋଏଲ, ଏସପି ହେଡକ୍ବାକର ବାତୁଲା ଗଙ୍ଗାଧର ଏବଂ ବହୁ ବରିଷ୍ଠ IPS ଅଧିକାରୀମାନେ ଭିଡିଓ କନଫରେନ୍ସରେ ଉପସ୍ଥିତି ରହିଛିନ୍ତି । ଏନେଇ ସମସ୍ତ ଜିଲ୍ଲାର ଏସପି ଓ ଡିଆଇଜି ଓ ରେଞ୍ଜ ଆଇଜିଙ୍କ ସହ ନିର୍ବାଚନ ପରିଚାଳନା ନେଇ ଆଲୋଚନା କରିବେ ।

ଲୋକସଭା ସହ ରାଜ୍ୟରେ ନିର୍ବାଚନ ନେଇ ବିଗୁଲ ବାଜି ସାରିଛି । 4ଟି ପର୍ଯ୍ୟାୟରେ ଓଡିଶାରେ ନିର୍ବାଚନ ହେବ । ମେ’ 13, ମେ’ 20, ମେ’ 25 ଓ ଜୁନ 1ରେ ରାଜ୍ୟରେ ଭୋଟିଂ ହେବ । ଏଥିସହ ଜୁନ 4ରେ ଫଳାଫଳ ପ୍ରକାଶ ପାଇବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନକୁ ଦୃଷ୍ଟିରେ ପୋଲିସ ଆଗରେ ଅନେକ ଚ୍ୟାଲେଞ୍ଜ ଥିବା ବେଳେ କିପରି ସୁରୁଖୁରରେ ନିର୍ବାଚନ ଅନୁଷ୍ଠିତ ହେବ ସେ ନେଇ ବୈଠକ ବସିଛି ।


ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details