ଗଜପତି: ଅମୃତ ଭାରତ ରେଳ ଷ୍ଟେସନ ପୁନଃବିକାଶ ଯୋଜନା ଅଧିନରେ ଓଡିଶା ସମେତ 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି କ୍ରମରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫେନ୍ସି ଜରିଆରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତେବେ ଉଦଘାଟନ ପରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ବିଧାୟକ ।
ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସମୟରେ ଷ୍ଟେସନ୍ ନିକଟରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ କେ ନାରାୟଣ ରାଓ, ପାରଳା ମହାଦେଇ କଲ୍ୟାଣୀ ଗଜପତି ଓ ରେଳ ବିଭାଗ ଅଧିକାରୀମାନେ ମଞ୍ଚରେ ଉପସ୍ଥିତ ଥିଲେ। ସେହିପରି ଏହି ରେଳପଥ ଓ କାଶୀନଗର ଠାରେ ଷ୍ଟେସନର ଉନ୍ନତିକରଣ ପାଇଁ ରେଳ ମନ୍ତ୍ରାଳୟ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି ବିଧାୟକ କେ ନାରାୟଣ ରାଓ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ ନେତୃତ୍ୱରେ ଗତ 10 ବର୍ଷ ମଧ୍ୟରେ ଆଧୁନିକ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସାରା ଦେଶରେ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ବିକାଶ କରାଯାଇଛି । ସମୁଦାୟ ୪୧,୦୦୦ କୋଟି ଟଙ୍କା ବ୍ୟୟରେ ଆଜି (26 ଫେବୃଆରୀ)ରେ ପ୍ରଧାନମନ୍ତ୍ରୀ ୫୫୪ ଟି ରେଳ ଷ୍ଟେସନ ଓ 1500 ROB / RUBs ପ୍ରକଳ୍ପ ଗୁଡିକର ପୁନନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପକାଇଛନ୍ତି । ଅମୃତ ଭାରତ ଯୋଜନା ଅଧୀନରେ ସମୁଦାୟ ୩୨୬୮ କୋଟିବ୍ୟୟରେ ଓଡିଶାର 57 ଟି ଷ୍ଟେସନର ପୁନନିର୍ମାଣ କରାଯାଉଛି । ପ୍ରଥମପର୍ଯ୍ୟାୟରେ, ଗତବର୍ଷ ଠାରୁ କିଛି ପ୍ରମୁଖ ଷ୍ଟେସନ ଗୁଡିକରେ କାର୍ଯ୍ୟ ଆରମ୍ଭ ହୋଇସାରିଛି ।