ଓଡିଶା

odisha

ETV Bharat / state

ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ, ବଡ଼ ଆନ୍ଦୋଳନର ଦେଲେ ଚେତାବନୀ

Elephants Terror In Sambalpur: ଦିନକୁ ଦିନ ବୃଦ୍ଧି ପାଉଛି ବଣୁଆ ହାତୀ ଉପଦ୍ରଵ । ଉପଦ୍ରବର ସମାଧାନ ପାଇଁ ଜନ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ । ଅଧିକ ପଢ଼ନ୍ତୁ

ହାତୀ ଉପଦ୍ରବ
ହାତୀ ଉପଦ୍ରବ

By ETV Bharat Odisha Team

Published : Feb 24, 2024, 7:27 AM IST

ହାତୀ ଉପଦ୍ରବ

ସମ୍ବଲପୁର:ଅସ୍ତବ୍ୟସ୍ତ କରିପକାଇଲେଣି ବଣୁଆ ହାତୀ । ସମ୍ବଲପୁର ଜିଲ୍ଲା ପଡିଆବାହାଲ ଓ ବଡସାହିର ଫରେଷ୍ଟ ରେଞ୍ଚ ଅଞ୍ଚଳରେ ଦିନକୁ ଦିନ ବଣୁଆ ହାତୀ ଉପଦ୍ରଵ ବୃଦ୍ଧି ପାଇବାରେ ଲାଗିଛି । ବଣୁଆ ହାତୀ ପ୍ରତ୍ୟେକ ଦିନ ଗାଁକୁ ଆସି ଲୋକଙ୍କ ଘର ଦ୍ୱାରା ଭାଙ୍ଗି ଦେଉଛନ୍ତି । ହେଲେ ବନ ବିଭାଗ ଏହାର ପ୍ରତିକାର କରିବା ଅଥବା କ୍ଷତିପୂରଣ ଦେବାରେ ବିଫଳ ହୋଇଛି ବୋଲି ଅଭିଯୋଗ ହୋଇଛି । ଏହା ଫଳରେ ଏହାର ପ୍ରତିବାଦରେ ସ୍ଥାନୀୟ ଜନପ୍ରତିନିଧି ଓ ଜନତା ଏକ ହୋଇ ଆନ୍ଦୋଳନ ମୁହାଁ ହେବାକୁ ସଜବାଜ ହେଲେଣି । ଏନେଇ ଡଙ୍ଗରପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା ସୂଚନା ଦେଇଛନ୍ତି । ବନ ବିଭାଗ ଯଥାଶୀଘ୍ର କୌଣସି ଠୋସ ପଦକ୍ଷେପ ନନେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ଓ଼ ବଡ଼ସାହିର ରେଞ୍ଜ ରେ ହାତୀ ଉପଦ୍ରଵ ବୃଦ୍ଧି ପାଇବାରେ ଲାଗିଛି । କେବଳ ପଡିଆବାହାଲ କି ବଡସାହିର ନୁହେଁ ବରଂ ଯୁଜୁମୁରା, ନାକଟିଦେଉଲ,ମାନେଶ୍ୱର ଓ ରେଢାଖୋଲ ବ୍ଲକରେ ବଣୁଆ ହାତୀପଲ ଲୋକଙ୍କ ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଉଛନ୍ତି । ଗତ 5 ବର୍ଷ ଧରି ଏହା ଏକ ନିତିଦିନିଆଁ ଘଟଣାରେ ପରିଣତ ହୋଇଛି ବୋଲି ଅଭିଯୋଗ ହୋଇଛି । କିନ୍ତୁ ବନ ବିଭାଗ ଉପର ଠାଉରିଆ ଭାବେ କାମ କରି ନିଜର ଅସହାୟତା ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ଆଶା ଜନକ କ୍ଷତିପୂରଣ ସହାୟତା ପ୍ରଦାନରେ ବିଫଳ ହୋଇଥିବାରୁ ଗାଁଗାଁରେ ଜନ ଅସନ୍ତୋଷ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଏପରିକି ଗତ 10 ଦିନ ତଳେ କଦଳିମୁଣ୍ଡାରେ ହାତୀ ପଲ ଦ୍ୱାରା ବ୍ୟାପକ କ୍ଷତି ଯୋଗୁଁ ଅଞ୍ଚଳର ବରିଷ୍ଠ ନେତା ସୁବୋଧ କୁମାର ବେହେରା ପଡିଆବାହାଲ ରେଞ୍ଜରଙ୍କୁ ଭେଟି ବିହିତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ । ଆଜି ପୁଣି ଡଙ୍ଗରପଡା ଓ ସରଖଣ୍ଡିରେ ହାତୀ ଏକାଧିକ ଘର ଭାଙ୍ଗିଥିବାରୁ ଲୋକେ ଏଥିରେ ଭୟଭୀତ ହୋଇ ପଡିଛନ୍ତି l ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନର ଉଦାସୀନତାକୁ ନେଇ ଜିଲ୍ଲାପାଳ, ଡିଏଫଓ, ରେଞ୍ଜର କାର୍ଯ୍ୟାଳୟକୁ ଏକକାଳୀନ ଘେରିବାକୁ ଆଜି ଡଙ୍ଗରପଡା ସରପଞ୍ଚ୍ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ, ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପକାଇଲେ ତାଲା

ସୂ୍ଚନା ଯୋଗ୍ୟଯେ, ଗତ ଦିନେ ଦୁଇଦିନ ତଳେ ରାତିରେ ପଡ଼ିଆବାହାଲ ଅଞ୍ଚଳର ସୁଧାଂଶୁ ଶେଖର ସାହୁ, ଖିରୋଦ ବେହେରା, ନୃପ ବାଗ୍, ରଜତ ପ୍ରଧାନ, ସଂଯୁକ୍ତା ପ୍ରଧାନ, ସୀତାରାମ ମାଝୀ, ଲକ୍ଷ୍ମଣ ବଗର୍ତ୍ତି ପ୍ରମୁଖଙ୍କ ଘର, କୁକୁଡା ଘର, ପମ୍ପ ହାଉସ ପ୍ରଭୃତି ନଷ୍ଟ କରି ଧାନ ଚାଉଳ ଖାଇଥିବା ନେଇ ବନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ବନ ବିଭାଗ ନିଜ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ହାତୀ ଉପଦ୍ରଵକୁ ନେଇ ବନ ବିଭାଗ ନିଜର କାର୍ଯ୍ୟକୁଶଳତା ଦେଖାଇ ନପାରିଲେ ଆଗାମୀ ଦିନରେ ବାହାମ, ଡଙ୍ଗରପଡା, ନୂଆଁବରଙ୍ଗାମାଲ, ଘେନୁପାଲି ପ୍ରଭୃତି ପଞ୍ଚାୟତର ଲୋକେ ଏକାଠି ହୋଇ ହାତୀ ଉପଦ୍ରବର ସମାଧାନ ପାଇଁ ଜନ ଆନ୍ଦୋଳନକୁ ତୀବ୍ରତର କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details