ଭୁବନେଶ୍ବର:କଟକ-ଭୁବନେଶ୍ୱରର ଓ ପୁରୀରେ ମହାନଦୀ ସମେତ କାଠଯୋଡି ହେଉ ବା କୁଆଖାଇ ନଦୀରେ କିଛି ଦିନ ଧରି କୁମ୍ଭୀର ଆତଙ୍କ ଖେଳାଇଛି । ଯାହା ଥଣ୍ଟିଆ ବା ଘଡିଆଲ କୁମ୍ଭୀର ଅଟେ । ବିଶେଷ ଭବାରେ କୁମ୍ଭୀରକୁ ନଦୀ ମଧ୍ୟରେ ଦେଖି ଲୋକମାନେ ଭୟ କରିଥାନ୍ତି । କିନ୍ତୁ ଘଡିଆଳ କୁମ୍ଭୀର ମଣିଷର କୌଣସି କ୍ଷତି କରେନାହିଁ କେବଳ ମାଛ ଖାଇଥାଏ । ତେବେ ଘଡିଆଲ କୁମ୍ଭୀରକୁ ଭୟ ନକରି ସାବଧାନତା ରହିବା ସହ ବନ ବିଭାଗକୁ ଜଣାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।
କ'ଣ କହୁଛନ୍ତି ବନ୍ୟପ୍ରାଣୀ ପିସିସିଏଫ:-
ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି,"ମହାନଦୀ ଓ ତାର ଶାଖା ନନ୍ଦୀରେ ଯେଉଁ କୁମ୍ଭୀର ଦେଖୁଛନ୍ତି ସେହି କୁମ୍ଭୀର ଗୁଡିକ ହେଉଛି ଥଣ୍ଟିଆ ବା ଘଡିଆଲ କୁମ୍ଭୀର । ଘଡିଆଲ କୁମ୍ଭୀର ମଣିଷର କୌଣସି କ୍ଷତି କରିନଥାନ୍ତି । ସେମାନେ କେବଳ ମାଛ ଖାଇଥାନ୍ତି । ଏବେ ଘଡିଆଲ କୁମ୍ଭୀର ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି । ପୂର୍ବରୁ ଯେତେବେଳେ ହୀରାକୁଦ ବନ୍ଧ ହେବା ପରେ ପରେ ବିଶେଷ ଭାବରେ ଘଡିଆଲ କୁମ୍ଭୀରର ବଂଶ ଲୋପ ପାଇଯାଇଥିଲା । ତେଣୁ ସେମାନଙ୍କ ପାଇଁ ଭୟଭୀତ ହେବାର କାରଣ ନାହିଁ । "
ମହାନଦୀରେ ଅଧିକ ସଂଖ୍ୟରେ ଘଡିଆଲ ଦେଖାଯାନ୍ତି:-
ସେ ଆହୁରି ମଧ୍ୟ କହିଛନ୍ତି,"ବିଶ୍ୱର ସର୍ବପୁରାତନ ପ୍ରଜାତିର ଘଡିଆଳ କୁମ୍ଭୀର ବଂଶ ବୃଦ୍ଧି ପାଇଁ ବନ୍ୟ ବିଭାଗ ପକ୍ଷରୁ ନିଆଯାଉଛି ନୂଆ ନୂଆ ପଦକ୍ଷେପ ।ବିଶେଷ ଭାବରେ ଭାରତର ମହାନଦୀ ବା ଆଖପାଖ ଶାଖା ନଦୀରେ ବିଶେଷ ଭାବରେ ଏହି ଘଡିଆଲ କୁମ୍ଭୀର ଦେଖାଯାନ୍ତି । ଘଡିଆଳ ରିକଭରି ପ୍ରୋଗ୍ରାମରେ ନନ୍ଦନକାନନରୁ କିଛି ଘଡିଆଳ ହୀରାକୁଦ ଯାଇଥିଲେ । ସେମାନଙ୍କର ଅଣ୍ଡା ନେଇ ଟିକରପଡ଼ାରେ ଛଡାଯାଇଥିଲା । ଏସବୁ କୁମ୍ଭୀର ବର୍ଷା ଯୋଗୁଁ ତଳ ମୁଣ୍ଡକୁ ଆସିଛନ୍ତି । ସେମାନେ ପୁଣି ଫେରିଯିବେ ।ତେଣୁ ଭୟଭୀତ ନ ହୋଇ ସହାନୁଭୂତି ଦେଖାଇବାକୁ ଲୋକଙ୍କୁ ଅନୁରୋଧ ।"
କେଉଁ ମସିହାରେ କେତେ ଘଡିଆଲ ରହିଛନ୍ତି:-
ଓଡିଶା ବନ୍ୟାପ୍ରାଣୀ ସଂଗଠନ ଅନୁସାରେ ....
* ୨୦୧୬-୧୭ ମସିହାରେ ମହାନଦୀ ଉପତ୍ୟକାରେ ୯ ଟି ଘଡିଆଳ ।
* ୨୦୧୭-୨୦୧୮ ମସିହାରେ ମହାନଦୀ ଉପତ୍ୟକାରେ ୭ଟି ଘଡିଆଳ ।
* ୨୦୧୮-୨୦୧୯ ମସିହାରେ ମହାନଦୀ ଉପତ୍ୟକାରେ ୮ ଟି ।