ବ୍ରହ୍ମପୁର:ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ମେଡିକାଲ ହେଉଛି ବ୍ରହ୍ମପୁରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ.କେ.ସି.ଜି) ମେଡିକାଲ । ଦକ୍ଷିଣ ଓଡିଶାବାସୀ ସ୍ୱାସ୍ଥ୍ୟ ସେବା ପାଇଁ ଏମ.କେ.ସି.ଜି ମେଡିକାଲ ଉପରେ ନିର୍ଭରଶୀଳ । ତେବେ ଏହାରୁ ରୂପାନ୍ତରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ସରକାର ତାଙ୍କ ପ୍ରତିଶୃତି ଭୁଲିଯାଇଥିବା ଅଭିଯୋଗ କରି ମେଡିକାଲର ରୂପାନ୍ତରଣ ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସମାଧାନ ଦାବିରେ ରେଶମ ସହର ବ୍ରହ୍ମପୁରରୁ ରାଜଧାନୀ ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଛନ୍ତି ସହରର ଦୁଇ ଯୁବକ ।
ବ୍ରହ୍ମପୁର ସ୍ଥିତ ଏମ.କେ.ସି.ଜି ମେଡିକାଲ ରୂପାନ୍ତରଣ ଓ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଦାବି କରି ବ୍ରହ୍ମପୁରରୁ ରାଜଧାନୀ ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଛନ୍ତି ଦୁଇ ଯୁବକ ବିନୋଦ ସାବତ ଓ ଦୀନେଶ ରାଜ । ଏହା ପୂର୍ବରୁ ଅନେକବାର ଯୁବ ସମାଜସେବୀ ବିନୋଦ ସାବତ ଏମ୍.କେ.ସି.ଜି ମେଡିକାଲର ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ମେଡିକାଲର ବର୍ଣ୍ଣ କେୟାର ୟୁନିଟ୍ ତୁରନ୍ତ ଖୋଲାଯାଇ ଏହାକୁ କାର୍ଯ୍ୟକାରୀ କରିବା ଦାବି ନେଇ ଆନ୍ଦୋଳନ କରିଛନ୍ତି । ଏହା ସହିତ ବିଭିନ୍ନ ଫୋରମରେ ମଧ୍ୟ ଏହାକୁ ଉପସ୍ଥାପନା କରିଛନ୍ତି । ହେଲେ ବାରମ୍ବାର ଏହି ଦାବିକୁ ନେଇ ଆନ୍ଦୋଳନ କରିବା ପରେ ବାରମ୍ବାର ପ୍ରତିଶୃତି ମିଳିଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇନାହିଁ । ଶେଷରେ ବାଧ୍ୟ ହୋଇ ଏପରି ନିଜର ସାଥୀଙ୍କୁ ନେଇ ବ୍ରହ୍ମପୁର ସହରରୁ ପଦଯାତ୍ରାରେ ବାହାରି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବି ଜଣାଇବା ପାଇଁ ବାହାରିଛନ୍ତି ବିନୋଦ ।
ଏହା ମଧ୍ୟ ପଢ଼ନ୍ତୁ....ଏମକେସିଜିରେ ହେବ ୬୦୦ ଶଯ୍ୟା ବିଶିଷ୍ଟ ଇନଡୋର ଚିକିତ୍ସା ସୁବିଧା, 5T ଅଧ୍ୟକ୍ଷଙ୍କ ଘୋଷଣା