କଟକ: ଜବରଦଖଲ ଉଚ୍ଛେଦ କରିବା ପୂର୍ବରୁ ପକ୍ଷଙ୍କୁ ୧୫ ଦିନର ନୋଟିସ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବେଆଇନ ଜବରଦଖଲ ଉଚ୍ଛେଦ ପୂର୍ବରୁ ଜବରଦଖଲକାରୀଙ୍କୁ ଏହି ନିର୍ଦ୍ଦିଷ୍ଟ ସମୟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମକୁ କେବଳ ସହରାଞ୍ଚଳରେ ଲାଗୁ କରିବା ସପକ୍ଷରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଜାଗମରା ଅଞ୍ଚଳର ମହେନ୍ଦ୍ର ରାୟ ନାମକ ଜଣେ ଆବେଦନକାରୀଙ୍କ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ନିୟମକୁ ସହରାଞ୍ଚଳରେ ଯେପରି କଡାକଡି ଭାବରେ ପାଳନ କରାଯିବ ସେଥିପାଇଁ ବିଏମସି ଏବଂ ସିଏମସି କମିଶନରଙ୍କୁ ହାଇକୋର୍ଟ ତାଗିଦ ମଧ୍ୟ କରିଛନ୍ତି ।
୧୫ ଦିନ ପୂର୍ବରୁ ନୋଟିସ୍:
ଆଜି (ବୁଧବାର) ଓଡ଼ିଶା ହାଇକୋର୍ଟ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଏବଂ କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (CMC)ର କମିଶନରମାନଙ୍କୁ ବେଆଇନ ଜବରଦଖଲ ଉଚ୍ଛେଦ କରିବାର ୧୫ ଦିନ ପୂର୍ବରୁ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମା ଅନୁଯାୟୀ, ସମ୍ପୃକ୍ତ ସହର ଅଞ୍ଚଳରେ ପୂର୍ବ ସୂଚନା ବିନା ଉଚ୍ଛେଦ କରାଯାଇ ପାରିବ ନାହିଁ । ମ୍ୟୁନିସିପାଲ୍ କର୍ପୋରେସନ୍ ଏହି ଆଇନକୁ କଡ଼ାକଡ଼ି ପାଳନ କରିବାର ଆବଶ୍ୟକତା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ।
ନିର୍ଦ୍ଦେଶ ପାଳନ ପାଇଁ ହାଇକୋର୍ଟ ତାଗିଦ: