ସମ୍ବଲପୁର :ଅର୍ଦ୍ଧନିର୍ମିତ ଫ୍ଲାଇ ଓଭର ଉପରୁ ଖସିଲା ବୋଲେରୋ । ସମ୍ବଲପୁର ଜିଲ୍ଲାର ଝାଙ୍କରପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ଜଣେ ଯାତ୍ରୀ ଘଟଣାସ୍ଥଳରେ ପ୍ରାଣ ହରେଇଥିବା ବେଳେ 10 ଜଣ ଆହତ ହୋଇଛନ୍ତି l ଆହତମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି l ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବୋଲେରୋରେ ଥିବା ଯାତ୍ରୀମାନେ ଛତିଶଗଡରୁ ପୁରୀ ଯାଉଥିବା ନେଇ ସୂଚନା ରହିଛି ।
ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ସମ୍ବଲପୁର-କଟକ 55 ନମ୍ବର ଜାତୀୟ ରାଜପଥର ଝାଙ୍କରପାଲି ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l 55 ନମ୍ବର ଜାତୀୟ ରାଜପଥରେ ହାତୀ କରିଡର ପାଇଁ ତିଆରି ହେଉଥିବା ଅଧ୍ୟନିର୍ମିତ ଫ୍ଲାଏଓଭର ଉପରୁ ଏକ ବୋଲେରୋ ଗାଡି ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ, ସମ୍ବଲପୁର ପଟୁ କଟକ ଆଡକୁ ଗାଡିଟି ଯାଉଥିବା ବେଳେ ହାତୀ କରିଡର ପାଇଁ ନିର୍ମାଣ ହେଉଥିବା ଫ୍ଲାଇଓଭର ଉପରକୁ ଭୁଲରେ ଚାଲି ଯାଇଥିଲା l ଫଳରେ 200 ମିଟର ଯିବା ପରେ ଆଗକୁ ବ୍ରିଜର ଛାତ ପଡି ନଥିବାରୁ ଗାଡିଟି ତଳକୁ ଖସିପଡିଥିଲା ।
ଏହାମଧ୍ୟ ପଢନ୍ତୁ.. ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ଦୁଇ ମୃତ - Sundargarh Accident