ଓଡିଶା

odisha

ETV Bharat / state

ଦୋଳ ପୂର୍ଣ୍ଣିମା; ପାରଳାଖେମୁଣ୍ଡିରେ ଜମିଲା ମଘାପୋଡ଼ି ଉତ୍ସବ - Dola Purnima Maghapodi Festival

Dola Purnima Maghapodi Festival: ପାରଳାଖେମୁଣ୍ଡିରେ ଦୋଳ ଉତ୍ସବକୁ ମହାସମାରୋହରେ ପାଳନ କରାଯାଉଛି । 7 ଦିନ ଧରି ଚାଲିବାକୁ ଥିବା ଉତ୍ସବର ପଞ୍ଚମ ଦିନରେ ମଘାପୋଡ଼ି ଉତ୍ସବ ଧୁମଧାମରେ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Mar 25, 2024, 3:47 PM IST

ମଘାପୋଡ଼ି ଉତ୍ସବ

ପାରଳାଖେମୁଣ୍ଡି: ଦୋଳ ପୂର୍ଣ୍ଣିମା ଓ ହୋଲିକୁ ନେଇ ସାରା ଓଡ଼ିଶା ଚଳଚଞ୍ଚଳ ରହିଥିବା ବେଳେ ସଂସ୍କୃତିର ସହର ପାରଳାଖେମୁଣ୍ଡିରେ ଦୋଳ ଉତ୍ସବକୁ ମହାସମାରୋହରେ ପାଳନ କରାଯାଉଛି । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବର ପଞ୍ଚମ ଦିନରେ ମଘାପୋଡ଼ି ଉତ୍ସବ ଧୁମଧାମରେ ପାଳନ କରାଯାଇଛି । ଏହାକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । 7 ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଦୋଳ ଯାତ୍ରା ଉନ୍ନୟନ କମିଟି ତରଫରୁ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଐତିହ୍ୟ ଓ ସଂସ୍କୃତିର ସହର ପାରଳାଖେମୁଣ୍ଡିରେ ବାର ମାସରେ ତେର ଯାତ୍ରା ପାଳନ କରାଯାଏ । ଚଳିତ ବର୍ଷ ଦୋଳ ଯାତ୍ରାକୁ ବହୁ ଜାକଜମକରେ ପାଳନ କରାଯାଉଛି । ଗତ 21 ତାରିଖରୁ ଆରମ୍ଭ ହୋଇଥିବା ଏହି ଦୋଳ ଉତ୍ସବରେ, ଦୋଳ ଉତ୍ସବ କମିଟି ତରଫରୁ ପ୍ରତି ଦିନ ସନ୍ଧ୍ୟାରେ ରାମସ୍ବାମୀ ମନ୍ଦିରରୁ ରାଧାକୃଷ୍ଣଙ୍କୁ ନଗର ପରିକ୍ରମା କରି ଦୋଳ ମଣ୍ଡପରେ ପୂଜାର୍ଜନା କରାଯାଇଥାଏ । ପଞ୍ଚମ ଦିନରେ ପାରମ୍ପରିକ ରୀତି ଅନୁସାରେ ମଘାପୋଡ଼ି ବା ହୋଲିକା ଦହନ ଉତ୍ସବ ପାଳନ କରାଯାଇଥିଲା । ଦୋଳ ଉତ୍ସବ କମିଟି ପ୍ରତି ବର୍ଷ ଭଳି ଚଳିତ ବର୍ଷ ଲୋକଙ୍କୁ ମନୋରଞ୍ଜନ ପାଇଁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଛି । ମଘାପୋଡ଼ି ଉତ୍ସବ ଦେଖିବା ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ତ୍ରେତୟା ଯୁଗର ପୌରାଣିକ ରୀତି ଓ ହିନ୍ଦୁ ଧର୍ମର ବିଶ୍ବାସକୁ ନେଇ ମଘାପୋଡ଼ି କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ପାଳନ କରାଯାଇଥିଲା । ହିନ୍ଦୁ ଧର୍ମର ପ୍ରଥା ଅନୁସାରେ ଏହି ଦିନ ହର ଓ ହରିଙ୍କ ଅପୁର୍ବ ମିଳନ ହୋଇଥାଏ । ଯାହାର ଦର୍ଶନ ମାତ୍ରେ ମୋକ୍ଷ ମିଳେ ବୋଲି ବିଶ୍ବାସ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଦୋଳ ବିମାନ କାରିଗର ରତ୍ନାକର, କଳାକୁ ବଞ୍ଚାଇ ରଖିବାକୁ କରୁଛନ୍ତି ପ୍ରୟାସ - Dola Biman

ତେବେ ମୋଘାପେଡ଼ି ଉତ୍ସବରେ ହିନ୍ଦୁ ଧର୍ମର ରୀତି ଅନୁସାରେ ହରହରିଙ୍କ ଅପୂର୍ବ ମିଳନ ହୋଇଥାଏ । ଏହାର ଅପୂର୍ବ ଦୃଶ୍ୟ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟୁଛି । ଘରକରଣା ଜିନିଷ ସାଙ୍ଗକୁ ପିଲାମାନଙ୍କର ଖେଳନା ଏବଂ ଚଟପଟି ଖାଇବାର ବିଭିନ୍ନ ଷ୍ଟଲ ଏହି ଉତ୍ସବରେ ଲାଗିଛି । ଯାହାକୁ ବୁଲି ଦେଖି ଭରପୁର ମଜ୍ଜା ଉଠାଇଛନ୍ତି ଦର୍ଶକ । ମଘାପୋଡ଼ି ଉତ୍ସବ ପରେ ଆଜି ଦୋଳ ଯାତ୍ରା ଓ ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ଆଉ ୨ ଦିନ ଧରି ଦୋଳ ଉତ୍ସବ ଚାଲିବ ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details