ଓଡିଶା

odisha

ETV Bharat / state

ଘନ କୁହୁଡି଼ ପାଇଁ ସତର୍କତା, ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ - DENSE FOG IN ODISHA

ରାଜ୍ୟରେ ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହୋଇପାରେ ଘନ କୁହୁଡି଼ । ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି । ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବା ସମ୍ଭାବନା ।

Dense fog Alert In Odisha
Dense fog Alert In Odisha (ETV Bharat Odisha)

By ETV Bharat Odisha Team

Published : Dec 12, 2024, 5:18 PM IST

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହାସହ ବର୍ତ୍ତମାନ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ରହିଥିବାବେଳେ ଶୀତର ପ୍ରଭାବ ବା ଅନୁଭବ ବେଶୀ ହେବ ନାହିଁ କିନ୍ତୁ କିଛି କିଛି ସ୍ଥାନରେ ଘନ କୁହୁଡି଼ ଦୃଶ୍ୟମାନ ହେବ । ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସର୍ବନିମ୍ନତାପମାତ୍ରାରେ ହେବନି ପରିବର୍ତ୍ତନ:

ଆଗାମୀ ୪ ରୁ ୫ ଦିନ ଯାଏଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ । ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଥିବାବେଳେ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବନାହିଁ ବୋଲି ବିଭାଗ ଆକଳନ କରିଛି । ତେଣୁ ରାଜ୍ୟରେ ଶୀତର ପ୍ରକୋପ ସ୍ୱାଭାବିକ ରହିବ ବୋଲି ବିଭାଗ ଆକଳନ କରିଛି ।

Dense fog Alert In Odisha (ETV Bharat Odisha)

ଘନ କୁହୁଡ଼ି ୱାର୍ଣ୍ଣିଂ:

ଆସନ୍ତା ୨୪ ଘଣ୍ଚାରେ ପାଗ ଶୁଖିଲା ରହିବା ସହ ଝାରସୁଗୁଡ଼ା, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ରହିଛି । ସେହିପରି ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ରେ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ଗତକାଲି (ବୁଧବାର) ଝାରସୁଗୁଡ଼ା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ, ସମ୍ବଲପୁର ଓ ବରଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଥିଲା ।

Dense fog Alert In Odisha (IMD)

ଏହା ବି ପଢନ୍ତୁ...୨-୪ ଡିଗ୍ରୀ ଖସିବ ରାତ୍ରି ତାପମାତ୍ରା,ବଢିବ ଶୀତ: କୁହୁଡି ପାଇଁ ୮ ଜିଲ୍ଲାକୁ ଆଲର୍ଟ
ଏହା ବି ପଢନ୍ତୁ...ଜାଡ଼ରେ ଥରିବ ଓଡ଼ିଶା, ଆଜିଠୁ ୩-୫ ଡିଗ୍ରୀ ଖସିବ ତାପମାତ୍ରା

ଏହା ବି ପଢନ୍ତୁ...IMDର ପୂର୍ବାନୁମାନ: 24 ଘଣ୍ଟାରେ ହାଲୁକା ବର୍ଷା, ଖସିବ ତାପମାତ୍ରା

ଏହା ବି ପଢନ୍ତୁ...ଫସଲ ଉଜାଡି ଦେଲା ଅଦିନିଆ ବର୍ଷା, ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ

ଗତ ୨୪ ଘଣ୍ଟାରେ କେତେ ଥିଲା ତାପମାତ୍ରା:

ସେପଟେ ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୧୦.୨ ଡ଼ିଗ୍ରୀ ରେକର୍ଡ ହୋଇଛି । ବିଭିନ୍ନ ସ୍ଥାନରେ ଯେପରିକି ରାଉରକେଲା ଭବାନୀପାଟଣା, କୋରାପୁଟ, ଫୁଲବାଣୀ, ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ପାହାଡିଆ ଅଞ୍ଚଳର ଜି ଉଦୟଗିରିରେରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୧୫.୦ଡିଗ୍ରୀ ଓ କଟକରେ ୧୩.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details