ଭୁବନେଶ୍ବର:ଆୟ ଠାରୁ ଢେର୍ ଗୁଣା ଅଧିକ ସମ୍ପତ୍ତି କରି ବନ୍ଧା ହେଲେ କୋଟିପତି ଯନ୍ତ୍ରୀ ସଞ୍ଚୟ । ଆୟ ବହିର୍ଭୁତ ଟଙ୍କାରେ ଧାର୍ମିକ ସ୍ଥାନ ମଥୁରାରେ ଘର ଓ ବୃନ୍ଦାବନରେ ଘର ପାଇଁ କିଣିଥିଲେ ପ୍ଲଟ । ଆଉ ସପ୍ତଶଯ୍ୟାରେ ଏକ ଫାର୍ମ ହାଉସ କରି ସେଠାରେ ୧୦୦ ଗୋପାଳନ ଭଳି ଧର୍ମ ଅର୍ଜନ କାମ କରୁଥିଲେ ଗିରଫ ହୋଇଥିବା ଲୋୟର ସୁକତେଲର କୋଟିପତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ।
କଳା ସାମ୍ରାଜ୍ୟର ସମ୍ପତ୍ତି ଦେଖି ଛାନିଆ ହେଲେ ଅଧିକାରୀ:ଆୟ ଠାରୁ ଢେର ଗୁଣା ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏନେଇ ଏହି କୋଟିପତି ସରକାରୀ କର୍ମଚାରୀଙ୍କର କୋଟି କୋଟି ଟଙ୍କାର ବିଶାଳ ସାମ୍ରାଜ୍ୟର ହିସାବ ନିକାଶ ଖୋଜି ପାଇଛି ଭିଜିଲାନ୍ସ । ଭିଜିଲାନ୍ସ ରେଡ ବେଳେ ଜାଣିବାକୁ ପାଇଛନ୍ତି ,ସୁନିଲ କୁମାର ରାଉତଙ୍କର ନାରେ ଏଯାବତ ରାଜ୍ୟ ବାହାରେ ଓ ରାଜ୍ୟ ଭିତରେ ମିଶାଇ ଏବେ ସୁଧା ମିଳିଛି ୩୬ଟି ପ୍ଲଟ । ୨କୋଟି ୨୬ଲକ୍ଷ ଟଙ୍କାର ଡିପୋଜିଟ ।ଏଥିସହ ବେନାମୀ ଗାଡି ଯାହାକି ନିଜ ସମ୍ପର୍କୀୟଙ୍କ ନାଁରେ କିଣିଥିଲେ । ଯେଉଁଥିରେ ରହିଛି ଥାର ଭଳି ଦାମୀ ଗାଡି ସହ କ୍ବେଟା ଓ ଦୁଇଟି ଟ୍ରକ ଏବଂ ବାଇକ ମଧ୍ୟ ଜବତ କରାଯାଇଛି । ଏପରିକି ୧କୋଟି ୮୬ଲକ୍ଷ ଟଙ୍କାର ପ୍ରିମିୟମ ଦେଇ ଇନସୁରାନସ ଡିପୋଜିଟ ମଧ୍ୟ ଠାବ ହୋଇଛି ।
ସପ୍ତଶଯ୍ୟାରେ ଫାର୍ମ ହାଉସ ଠାବ:ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହୋଇଛି ଯେତେବେଳେ ଢେଙ୍କାନାଳର ସପ୍ତଶଯ୍ୟାରେ ଏକ ଫାର୍ମ ହାଉସ ଠାବ ହୋଇଛି । ଯେଉଁଠି ଏକ ବିଶାଳ ସାମ୍ରାଜ୍ୟ ଦେଖିବାକୁ ମିଳିଛି । ୧୦୦ ଗୋପାଳନ କ୍ଷମତା ଥିବା ଗାଇ ଫାର୍ମ ମଧ୍ୟ ତିଆରି କରିଥିଲେ । ଯେଉଁଠି ୬୫ଟି ଗାଇ ମଧ୍ୟ ପାଳୁଥିଲେ । ଏଥିସହ ୧୦୦୦ କୁକୁଡା ରହିବା ଭଳି କୁକୁଡା ଫାର୍ମ ସହ ପୋଖରୀ ଖୋଳି ତାର ଚାରିପାଖେ ଦାମି ଗଛ ମଧ୍ୟ ଲଗାଇଥିଲେ । ଏହି ଫାର୍ମ ହାଉସ ଭିତରେ ଦୁଇ ମହଲା କୋଠାର ମଧ୍ୟ ତିଆରି କରି ବାବୁଙ୍କ ଛୁଟି କାଟିବାକୁ ସେଠାକୁ ଆସୁଥିଲେ ।
କୋଟିପତି ବାବୁଙ୍କ ମଥୁରା ଲିଙ୍କ୍:ଏପରିକି ଧାର୍ମିକ କାମ ପାଇଁ ଉତ୍ତରପ୍ରଦେଶର ମଥୁରେରେ ଏକ ଫ୍ଲାଟ୍ ରଖିଥିଲେ । ଏହାସହ ବୃନ୍ଦାବନରେ ମଧ୍ୟ ଏକ ପ୍ଲଟ କିଣିଥିଲେ । ଯେଉଁଠି ନିଜର ଆୟବହିର୍ଭୂତ ସମ୍ପତିରେ ବିଶାଳ ସାମ୍ରାଜ୍ୟ କରି ପରେ ଧର୍ମିକ ସ୍ଥଳରେ ଯାଇ ସମୟ ଅତିବାହାତ କରୁଥିଲେ ।ତେବେ ଏବେବି ରେଡ୍ ଜାରି ରହିଛି । ରେଡ ସମୟରେ ତାଙ୍କର ଦୁଇଟି ଲକ୍ ମଧ୍ୟ ଠାବ ହୋଇଛି । ଯେଉଁଠୁ ପ୍ରାୟ ୯୦୦ ଗ୍ରାମର ଉର୍ଦ୍ଧ ସୁନା ଗହଣା ଜବତ କରାଯାଇଛି । ଯେଉଁଥିରେ ବିଭିନ ପ୍ରକାର ଗହଣା ସମେତ ସୁନା ବିସ୍କୁଟ ଓ ସୁନାର କଏନ୍ ମଧ୍ୟ ଠାବ ହୋଇଛି ।