ଭୁବନେଶ୍ବର: କେନ୍ଦ୍ର ପରେ ରାଜ୍ୟ ସରକାର ବି ବଢ଼ାଇପାରନ୍ତି ଗରିବଙ୍କୁ ମାଗଣା ଚାଉଳ ଅବଧି । ୨୦୨୮ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଗରିବଙ୍କୁ ମାଗଣାରେ ଭିଟାମିନ ଯୁକ୍ତ ଚାଉଳ ଯୋଗାଇ ଦେବେ କେନ୍ଦ୍ର ସରକାର । ୨୦୨୮ ଶେଷ ପର୍ଯ୍ୟନ୍ତ ମାଗଣାରେ ମିଳିବ ରାସନ ଚାଉଳ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଏହି ଯୋଜନାର ଲାଭ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ପାଇପାରିବେ ହିତାଧିକାରୀ । ଏନେଇ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ତେବେ ଏହା ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୮ ଯାଏ ଚାଲିବ । ଏହି ଯୋଜନାରେ ସରକାର ୧୭ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ।
'ରାଜ୍ୟ ସରକାର ବି ବଢ଼ାଇବେ ମାଗଣା ଚାଉଳ ଅବଧି'
Free Rice Supply (ETV Bharat Odisha) ୨୦୨୮ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଗରିବଙ୍କୁ ମାଗଣାରେ ଭିଟାମିନ ଯୁକ୍ତ ଚାଉଳ ଯୋଗାଇ ଦେବେ କେନ୍ଦ୍ର ସରକାର । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । "ଗରିବ ଲୋକଙ୍କ ପାଇଁ ଏହା ନିହାତି ଆବଶ୍ୟକ । ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ" ବୋଲି ମନ୍ତ୍ରୀ କହିଛନ୍ତି ।
ଚାଲିଛି ରାସନ କାର୍ଡ e-KYC:
Free Rice Supply (ETV Bharat Odisha) " ରାସନ କାର୍ଡ e-KYC ଏବେ ଚାଲିଛି । ପାଖାପାଖି 2 କୋଟି 30 ଲକ୍ଷ Ekyc ସରିଲାଣି । 1 କୋଟି ପାଖାପାଖି ଲୋକଙ୍କ e-KYC ବାକି ଅଛି । 15ରୁ 20 ଦିନ ଭିତରେ e-KYC ସରିଯିବ । ତାଟପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ" ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଏହା ମଧ୍ୟ ପଢନ୍ତୁ ....ଅକ୍ଟୋବରରୁ ଓଡ଼ିଶାରେ ରାସନରେ ଗହମ, ମୋହନ ମାଝୀ ସରକାରଙ୍କ କଥା ରଖିଲା କେନ୍ଦ୍ର - wheat for Ration card holders
ଏହା ବି ପଢନ୍ତୁ...ରାସନ କାର୍ଡ ଅଛି କି ! କେବଳ ଖାଦ୍ୟ ସାମଗ୍ରୀ ନୁହେଁ, ମିଳିବ ଏହି ସବୁ ସୁବିଧା - Ration Card Benefits
ଆଳୁ ମିଶନକୁ ଗୁରୁତ୍ବ:
ଖାଦ୍ୟ ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି, "ଆଳୁ ମିଶନ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ବିହନ ଆଣି ଚାଷୀଙ୍କୁ ଯୋଗାଇ ଦିଆଯିବ । ଭଲ କ୍ୱାଲିଟିର ବିହନ ଚାଷୀଙ୍କୁ ଦେବେ ସରକାର । ଏନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଘୋଷଣା କରିଛନ୍ତି । ଆଳୁ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବ ଓଡ଼ିଶା । ଆଉ କୌଣସି ରାଜ୍ୟ ଆଗରେ ହାତ ପତାଇବ ନାହିଁ ଓଡ଼ିଶା । ତାହା ହିଁ ପ୍ରମୁଖ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ମଧ୍ୟ 58ଟି ସବଡିଭିଜନରେ 58ଟି ଶୀତଳଭଣ୍ଡାର ତିଆରି କରିବା ପାଇଁ ନିଷ୍ପତ୍ତି ହୋଇଛି । ବର୍ଷେ ଦୁଇ ବର୍ଷ ଭିତରେ ସରକାରଙ୍କ ଯୋଜନା ସଫଳ ରୂପାୟନ ହେବ ।"
ଇଟିଭି ଭାରତ, ଭୁବନେଶ୍ବର