ଓଡିଶା

odisha

ETV Bharat / state

ଗ୍ରେଡ୍ ପେ ବୃଦ୍ଧି ଦାବିରେ ସଚିବାଳୟ ସେବା ସଂଘର କଲମ ଛାଡ଼ ଆନ୍ଦୋଳନ

Secretariat Staff Protest: ଆଜିଠୁ ଓଡ଼ିଶା ସଚିବାଳୟ ସେବା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ । ଗ୍ରେଡ ପେ ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଳାଇଛନ୍ତି ସଚିବାଳୟ ସେବା କ୍ୟାଡର କର୍ମଚାରୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 13, 2024, 10:47 AM IST

ସଚିବାଳୟ ସେବା ସଂଘ
Secretariat Staff Protest

Secretariat Staff Protest

ଭୁବନେଶ୍ୱର: ଗ୍ରେଡ ପେ ବୃଦ୍ଧି ଦାବିରେ ଆଜିଠୁ ଓଡ଼ିଶା ସଚିବାଳୟ ସେବା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ । ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ତ୍ୱେ ଦାବି ପୂରଣ ହେଉନଥିବାରୁ ସଚିବାଳୟ ସେବା କ୍ୟାଡର କର୍ମଚାରୀମାନେ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି । ଲୋକସେବା ଭବନରେ ସକାଳ 10ଟାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ । କର୍ମଚାରୀ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ସଚିବାଳୟ କାର୍ଯ୍ୟ ଠପ ହୋଇଯିବାର ଆଶଙ୍କା ରହିଛି ।

ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ କହିଛନ୍ତି, ''ସୋମବାର ଦିନ ସଂଘର ଏକ ଜରୁରୀକାଳୀନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସଦସ୍ୟମାନେ ଏକତ୍ରିତ ହୋଇ ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସଂଘ ତରଫରୁ ଦୀର୍ଘଦିନ ଧରି ସରକାରଙ୍କୁ ଦିଆଯାଇଥିବା ନ୍ୟାଯ୍ୟ ଦାବି ଉପରେ ବାରମ୍ବାର ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଆଲୋଚନା ସତ୍ତ୍ୱେ କୌଣସି ସୁଫଳ ମିଳିପାରିନାହିଁ । ତେଣୁ ପ୍ରଶାସନର ଏହି ଉଦାସୀନତା ମନୋଭାବକୁ ଆଉ ବରଦାସ୍ତ କରାଯିବ ନାହିଁ । ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ନିମନ୍ତେ ମଙ୍ଗଳବାରରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବ ସଂଘ । ପଞ୍ଚାୟତିରାଜ ବିଭାଗ ପଡ଼ିଆରେ ଧାରଣାରେ ବସିବାକୁ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନେଇଛି । ''

ଏହା ମଧ୍ୟ ପଢନ୍ତୁ-ସରକାରଙ୍କ ସହ ପ୍ରାଣୀ ଚିକିତ୍ସକଙ୍କ ଆଲୋଚନା ବିଫଳ, ବଢିଲା ପଶୁପାଳକଙ୍କ ଦୁର୍ଦ୍ଦଶା

ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ କହିଛନ୍ତି, ''ସୋମବାର ଦିନ ସଂଘର ଏକ ଜରୁରୀକାଳୀନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସଦସ୍ୟମାନେ ଏକତ୍ରିତ ହୋଇ ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସଂଘ ତରଫରୁ ଦୀର୍ଘଦିନ ଧରି ସରକାରଙ୍କୁ ଦିଆଯାଇଥିବା ନ୍ୟାର୍ଯ୍ୟ ଦାବି ଉପରେ ବାରମ୍ବାର ପ୍ରଶାସନିକ ଓ ରାଜନୀତିକସ୍ତରରେ ଆଲୋଚନା ସତ୍ତ୍ୱେ କୌଣସି ସୁଫଳ ମିଳିପାରିନାହିିଁ । ତେଣୁ ପ୍ରଶାସନର ଏହି ଉଦାସୀନତା ମନୋଭାବକୁ ଆଉ ବରଦାସ୍ତ କରାଯିବ ନାହିଁ । ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ନିମନ୍ତେ ଆଜିଠାରୁ(ମଙ୍ଗଳବାର) ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବ ସଂଘ । ପଞ୍ଚାୟତିରାଜ ବିଭାଗ ପଡ଼ିଆରେ ଧାରଣାରେ ବସିବାକୁ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନେଇଛି ।


ସେ ଆହୁରି ମଧ୍ୟ କହିଥିଲେ, ''ଗତ ୩୦ ବର୍ଷ ଭିତରେ ଏପରି ଆନ୍ଦୋଳନ ହୋଇନାହିଁ । କିନ୍ତୁ କିଛି ନିର୍ଦ୍ଦିଷ୍ଟ ଲୋକ ଜାଣିଶୁଣି ଆମକୁ ହଇରାଣ କରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଁଚିବାକୁ ଦେଉନାହାନ୍ତି । କ୍ୟାଡର ମେମ୍ବର ୩୦୩୭ ଜଣ ସଦସ୍ୟ ଆନ୍ଦୋଳନକୁ ଓହ୍ଲାଇବେ । ସଂଘର ସହକାରୀ ଉପବିଭାଗ ଅଧିକାରୀ (ASO) ମାନଙ୍କର ଦରମା ହାର ଲେବଲ ୧୦ରେ ନିର୍ଦ୍ଧାରଣ କରିବା ପାଇଁ ଦାବି ହୋଇଛି । ୪ ହଜାର ୬୦୦ ଗ୍ରେଡ ପେ ପାଇଁ ଦାବି କରି ବିଭିନ୍ନ ପ୍ରକାର ପ୍ରତିବାଦ କରିଛି ସଂଘ । ଦାବି ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ, ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ସାଧାରଣ ପ୍ରଶାସନ ବିଭାଗ, ଅର୍ଥ ବିଭାଗ, ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ହୋଇଥିବା ବିଭିନ୍ନ ଆଲୋଚନା ବିଫଳ ହୋଇଛି । ''

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details