ଓଡିଶା

odisha

ETV Bharat / state

ଶପଥ ନେଲେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି - NEW GOVERNOR OATH CEREMONY

ନୂଆ ରାଜ୍ୟପାଳ ଭାବରେ ଶପଥ ନେଲେ ଡକ୍ଟର ହରିବାବୁ କମ୍ଭମପତି । ଶପଥପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି । ରାଜଭବନରେ ସ୍ବତନ୍ତ୍ର ଆୟୋଜନ ।

Odisha New Governor Dr Hari Babu Kambhampati
Odisha New Governor Dr Hari Babu Kambhampati (ETV Bharat Odisha)

By ETV Bharat Odisha Team

Published : Jan 3, 2025, 8:28 AM IST

Updated : Jan 3, 2025, 10:33 AM IST

ଭୁବନେଶ୍ବର:ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ଶପଥ ନେଲେ ଡକ୍ଟର ହରିବାବୁ କମ୍ଭମପତି । ରାଜଭବନରେ ଆୟୋଜିତ ଭବ୍ୟ ସମାରୋହରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରି ଶରଣ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ହରିବାବୁ । ଶପଥ ଗ୍ରହଣ ପରେ ରାଜଭବନ ପରିସରରେ ଦିଆଗଲା ଗାର୍ଡ ଅଫ ଅନର । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ରହିଛନ୍ତି । ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ହରିବାବୁ କମ୍ଭମପତି ।

Odisha New Governor Dr Hari Babu Kambhampati Oath Ceremony (ETV Bharat Odisha)

ଡକ୍ଟର ହରିବାବୁ କମ୍ଭମପତିଙ୍କୁ ରାଷ୍ଟ୍ରପତି ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତ ଦେବା ପରେ ଗତକାଲି(ଗୁରୁବାର) ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲେ । ପ୍ରୋଟୋକଲ ଅନୁସାରେ ସେଠାରେ ତାଙ୍କୁ ‘ଗାର୍ଡ-ଅଫ-ଅନର’ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା । ପରେ ଏୟାରପୋର୍ଟରୁ ସପରିବାର ସିଧା ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଆଜି ସେ ରାଜଭବନରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ।

ଶପଥ ନେଲେ ନୂଆ ରାଜ୍ୟପାଳ (ETV Bharat Odisha)
ଶପଥ ନେଲେ ନୂଆ ରାଜ୍ୟପାଳ (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଶପଥ ପୂର୍ବରୁ ସପରିବାର ମହାପ୍ରଭୁଙ୍କ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ନୂଆ ରାଜ୍ୟପାଳ: ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, କାଲି ଶପଥ

ଡକ୍ଟର ହରିବାବୁ କମ୍ଭମପତିଙ୍କ କ୍ୟାରିୟର:

ଶପଥ ନେଲେ ନୂଆ ରାଜ୍ୟପାଳ (ETV Bharat Odisha)
ଶପଥ ନେଲେ ନୂଆ ରାଜ୍ୟପାଳ (ETV Bharat Odisha)

୧୯୫୩ ମସିହା ଜୁନ ୧୫ରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଟିମାସମୁଦ୍ରମ ଗାଁରେ ଜନ୍ମଗ୍ରହଣ କରିଥିଲେ ହରିବାବୁ କମ୍ଭମପତି । ଆନ୍ଧ୍ରପ୍ରଦେଶ ୟୁନିଭର୍ସିଟିରୁ ଇଲେକ୍ଟ୍ରିକାଲ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମରେ ମାଷ୍ଟର ଡିଗ୍ରୀ ଓ କଣ୍ଟ୍ରୋଲ ସିଷ୍ଟମରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି । ଆନ୍ଧ୍ରପ୍ରଦେଶ ୟୁନିର୍ଭସିଟି ଇଞ୍ଜିନିୟରିଂ କଲେଜରେ ୨୪ ବର୍ଷ ଧରି ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ । ଡାକ୍ଟର ହରିବାବୁ କମ୍ଭମପତିଙ୍କ ରାଜନୈତିକ କ୍ୟାରିଅର ବେଶ ଲମ୍ବା । ଛାତ୍ର ରାଜନୀତିରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ଛାତ୍ର ଜୀବନରେ ସେ ଜୟପ୍ରକାଶ ନାରାୟଣ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନରେ ସାମିଲ ହୋଇ ଗିରଫ ହୋଇଥିଲେ । ସେଥିପାଇଁ ତାଙ୍କୁ ୬ ମାସ ଜେଲରେ ରହିବାକୁ ପଡିଥିଲା । ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ସେହିପରି ସେ ଆନ୍ଧ୍ରପ୍ରଦେଶର ରାଜ୍ୟ ବିଜେପି ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଶପଥ ନେଲେ ନୂଆ ରାଜ୍ୟପାଳ (ETV Bharat Odisha)
ଶପଥ ନେଲେ ନୂଆ ରାଜ୍ୟପାଳ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 3, 2025, 10:33 AM IST

ABOUT THE AUTHOR

...view details