ଭୁବନେଶ୍ବର: ରାଜ୍ୟକୁ ଔଷଧୀୟ ମଶାରୀ ଦେବାକୁ କେନ୍ଦ୍ରର ବିଳମ୍ବ । ଦେଢ଼ କୋଟି ଔଷଧୀୟ ମଶାରୀ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ ଆତଙ୍କ ବଢ଼ିଥିବା ବେଳେ କେନ୍ଦ୍ର ପକ୍ଷରୁ ଔଷଧୀୟ ମଶାରୀର ଅଭାବ ଦେଖାଦେଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅସନ୍ତୋଷ ଜାହିର କରାଯାଇଛି । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ।
ରାଜ୍ୟ ସରକାର ୨୦୨୦-୨୧ ମସିହାରେ ଓଡିଶାକୁ ୧.୫୬ କୋଟି ଔଷଧୀୟ ମଶାରୀ ଯୋଗାଇ ଦିଆଯାଇଥିଲା। ଏହାଦ୍ଵାରା ଅତ୍ୟାଧିକ ଅସୁରକ୍ଷିତ ଲୋକଙ୍କୁ ମ୍ୟାଲେରିଆ ସଂକ୍ରମଣରୁ ରକ୍ଷା କରାଯାଇ ରାଜ୍ୟରେ ମ୍ୟାଲେରିଆ ମାମଲା ଭାରରେ ଉଲ୍ଲେଖନୀୟ ହ୍ରାସ ଘଟିଥଲା । ଔଷଧୀୟ ମଶାରୀର ଫଳପ୍ରଦତା ମାତ୍ର 3 ବର୍ଷ ପାଇଁ କୁହାଯାଇଥିଲା । ଅର୍ଥାତ ୨୦୨୩ ମସିହାରେ ଏହି ଔଷଧୀୟ ମଶାରୀ ଗୁଡିକ ସରକାରଙ୍କ ଦ୍ଵାରା ଏହାକୁ ବଦଳି ହେବାର ଥିଲା । କିନ୍ତୁ ମଶାରୀ ଅଭାବ କାରଣରୁ ଏହାକୁ ବଦଳାଇ ଦିଆଯାଇନାହିଁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅସନ୍ତୋଷ ଜାହିର କରିବା ସହିତ ଓଡିଶା ତୁରନ୍ତ ୧.୫୬ କୋଟି ଔଷଧୀୟ ମଶାରୀ LLIN ଯୋଗାଣ ପାଇଁ ଅନୁରୋଧ କରାଯାଇଛି । ଏଭଳି ପରିସ୍ଥିତିରେ ମ୍ୟାଲେରିଆ ମାମଲା ବୃଦ୍ଧିକୁ ରୋକାଯାଇପାରିବ ।