ଭୁବନେଶ୍ବର:ରାଜ୍ୟର ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଶିକ୍ଷୟିତ୍ରୀଙ୍କୁ ମାତୃତ୍ବ ଛୁଟି ମିଳିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪୬୦୫ ଜଣ କଳା ଶିକ୍ଷକ, ଶିକ୍ଷୟିତ୍ରୀ ଉପକୃତ ହେବେ । ନିର୍ବାଚନ ପୂର୍ବରୁ ଶିକ୍ଷକଙ୍କୁ ଖୁସି କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ପୂର୍ବରୁ ସେମାନଙ୍କ ପାରିଶ୍ରମିକ 7 ହଜାର ଟଙ୍କା ରହିଥିବା ବେଳେ ଏହାକୁ 10 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୂରା ୧୨ ମାସ ପାଇଁ ପାଇବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ ।
ଏହା ମଧ୍ୟ ପଢନ୍ତୁ: ବଢ଼ିଲା ଗଣଶିକ୍ଷକଙ୍କ ପାରିଶ୍ରମିକ, OTET ପାସଙ୍କୁ ବାର୍ଷିକ ଇନକ୍ରିମେଣ୍ଟ