ଭୁବନେଶ୍ୱର:ଶିକାରୀଙ୍କ ସ୍କାନରରେ ଚିତାବାଘର ଦାନ୍ତ ଓ ଚମଡ଼ା । 4 ବର୍ଷ ଧରି ହେଉଥିବା ଚିତା ହତ୍ୟା ରହସ୍ୟର ପର୍ଦ୍ଦାଫାସ ହୋଇଛି । ରାଜ୍ୟରେ ଅନେକ ସମୟରେ ବିଭିନ୍ନ ଜଙ୍ଗଲରୁ ଚିତାବାଘର ଚମଡ଼ା ଶିକାରୀମାନେ ଚୋରା ଚାଲାଣ କରୁଥିବାର ନଜରକୁ ଆସିଛି । ଜଙ୍ଗଲର ନିକଟ ଅଞ୍ଚଳରେ ରହି ଜୀବଜନ୍ତୁଙ୍କ ଉପରେ ନଜର ରଖୁଛନ୍ତି ଶିକାରୀ । ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଏବଂ ଓଡ଼ିଶା ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ ଚିତା ହତ୍ୟାର ରହସ୍ୟ ସାମ୍ନାକୁ ଆସିଛି । ଦୀର୍ଘ ଦିନ ଧରି ଚାଲିଥିବା ଚିତା ହତ୍ୟା ମାମଲାରେ ବଡ ସଫଳତା ହାସଲ ହାସଲ କରିଛି ବନ ବିଭାଗ ।
୪ ବର୍ଷ ଧରି ଚାଲିଥିବା ଚିତା ହତ୍ୟାର ରହସ୍ୟ କେବଳ ୯ ଦିନରେ ଜଣାପଡିଛି । ଶିକାରୀଙ୍କ ଠାରୁ ଜବତ ହୋଇଛି ଚିତାବାଘର ଦାନ୍ତ ଓ ଚମଡା । ସୂଚନା ଅନୁସାରେ, ଗତ 5 ତାରିଖରେ କଟକରୁ ଚିତା ବାଘର ଚମଡା ଜବତ କରାଯାଇଥିଲା । ଏହାସହ ଦୁଇ ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି ମାମଲାକୁ ଗୁରୁତର ସହ ନେଇ ଟାସ୍କଫୋର୍ସ ଗଠନ କରାଯାଇଥିଲା । କ୍ରମାଗତ 9 ଦିନ ମଧ୍ୟରେ ଓଡ଼ିଶାର 3ଟି ଜିଲ୍ଲା ଯଥା ଗଞ୍ଜାମ, କେନ୍ଦ୍ରାପଡ଼ା ଏବଂ ଗଜପତି ମଧ୍ୟରେ ଯାଞ୍ଚ ପକ୍ରିୟା ଆରମ୍ଭ କରିଥିଲା । ଏହି ଜିଲ୍ଲାଗୁଡ଼ିକରେ ଥିବା ଜଙ୍ଗଲଠାରୁ ପ୍ରାୟ 400 କିଲୋମିଟର ଦୂରରେ ଅବସ୍ଥିତ ସ୍ଥାନଗୁଡିକରେ ଯାଞ୍ଚର ଆବଶ୍ୟକତା ଥିବା ଜଣାପଡ଼ିଥିଲା ।
ଏହା ବି ପଢନ୍ତୁ...ହାତୀଦାନ୍ତ ଡିଲ୍ ବେଳେ ମାଡି ବସିଲା ବନବିଭାଗ, ୩୦ କେଜିର ହାତୀଦାନ୍ତ ସହ ୧୦ ଅଭିଯୁକ୍ତ ଗିରଫ