ଓଡିଶା

odisha

By ETV Bharat Odisha Team

Published : Aug 15, 2024, 11:38 AM IST

Updated : Aug 15, 2024, 1:23 PM IST

ETV Bharat / state

କର୍ମଜୀବୀ ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି - MENSTRUATION LEAVE

Deputy CM Pravati Parida On Menstruation Leave: ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ବଡ ଘୋଷଣା । ଏଣିକି ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାମ କରୁଥିବା ମହିଳାଙ୍କୁ ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି । ଅଧିକ ପଢନ୍ତୁ

menstruation leave
menstruation leave (Etv Bharat)

କଟକ: ସ୍ବାଧୀନତା ଦିବସରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କର୍ମଜୀବୀ ମହିଳାଙ୍କୁ ମିଳିବ ମାସିକ ଋତୁସ୍ରାବ ଛୁଟି । ଋତୁସ୍ରାବ ପାଇଁ ମହିଳା କର୍ମଜୀବୀଙ୍କୁ ଗୋଟିଏ ଦିନ ଛୁଟି ଦିଆଯିବ । ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାମ କରୁଥିବା ମହିଳାମାନେ ଏହି ଛୁଟି ପାଇବେ । କଟକରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେବା ସମୟରେ ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

menstruation leave (ETV Bharat Odisha)

ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଛୁଟି:ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ କହିଥିଲେ, ''ଯେଉଁ ମହିଳାମାନେ ଚାକିରି କରୁଛନ୍ତି ସେମାନେ ଋତୁସ୍ରାବ ଦିନ ନଚେତ୍ ପରଦିନ ଛୁଟି ନେଇ ପାରିବେ । ଉଭୟ ସରକାରୀ ଓ ବେସରକାରୀ ସ୍ଥରରେ କାର୍ଯ୍ୟ କରୁଥିବା ମହିଳାମାନେ ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ନେଇପାରିବେ ।''

ଉଦବୋଧନରେ କ'ଣ କହିଲେ ଉପମୁଖ୍ୟମନ୍ତ୍ରୀ:କଟକରେ ପାଳିତ ହୋଇଛି 78ତମ ସ୍ୱାଧୀନତା ଦିବସ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଉତ୍ତୋଳନ କରି କଟକବାସୀଙ୍କୁ ଉଦବୋଧନ ଦେଇଥିଲେ । ମୋଟ 44ଟି ଟ୍ରୁପ ସ୍ୱାଧୀନତା ଦିବସ ପରେଡ଼ରେ ସାମିଲ ହୋଇଥିଲେ । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭାଷଣ ଆରମ୍ଭ ହେବା ପୂର୍ବରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମରେ କଟକ ଥିଲା କେନ୍ଦ୍ରବିନ୍ଦୁ, ପବିତ୍ର ତୀର୍ଥଭୂମି ହେଉଛି କଟକ । ସ୍ୱାଧୀନତା ହାସଲ ଦିଗରେ ଓଡ଼ିଶାର କଟକର ସ୍ୱତନ୍ତ୍ର ପରିଚୟ ରହିଛି । ଏହାସହ ରାଜ୍ୟରେ ନୂଆ ସରକାର ଆସିବା ପରେ ଓଡ଼ିଶାରେ ମିଶନ ଶକ୍ତିକୁ ଶକ୍ତିଶାଳୀ କରିଛୁ । ମହିଳାଙ୍କୁ ସ୍ୱୟଂ ସଂପୂର୍ଣ୍ଣା କରିବା ଏହି ସରକାରଙ୍କ ଲକ୍ଷ୍ୟ । ମିଶନ ଶକ୍ତି ବଜାରକୁ ବିକାଶ ପାଇଁ ଅର୍ଥ ମଞ୍ଜୁରୀ କରାଯାଇଛି । ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି ଟଙ୍କାର ବଜେଟ କରାଯାଇଛି ।

ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; 'ଯାହା କହିଛି କରିବି, ବିକାଶର ରେଳଗାଡିରେ ଓଡ଼ିଶା ହେବ ପ୍ରଥମ ବଗି' - 78th independence day

'କଟକରେ ବାରବାଟୀ ଦୁର୍ଗକୁ ମିଳିବ ଐତିହାସିକ ମାନ୍ୟତା': ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ବଜେଟ କରାଯାଇଛି । ସବକା ସାଥ୍ ଓ ସବକା ବିକାଶର ମନ୍ତ୍ର ନେଇ ଆଗେଇ ଚାଲିଛନ୍ତି ସରକାର । କଟକ ପର୍ଯ୍ୟଟନର ହେବ ଉନ୍ନତି ଓ ବିକାଶ । କଟକରେ ବାରବାଟୀ ଦୁର୍ଗକୁ ମିଳିବ ଐତିହାସିକ ମାନ୍ୟତା । ଚଳିତବର୍ଷ ବାଲିଯାତ୍ରାକୁ ଆନ୍ତର୍ଜାତୀୟ ଉତ୍ସବର ମାନ୍ୟତା ମିଳିବା ନେଇ ଉଦ୍ୟମ କରାଯିବ । ବୋଟ କ୍ଳବ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳର ହେବ ବିକାଶ ।

ସୁଭଦ୍ରା ଯୋଜନା ନେଇ କଣ କହିଲେ?: ଆଜି ସୁଭଦ୍ରା ଯୋଜନାର ଆସିବ ଫିଡ଼ବ୍ୟାକ୍ । ସାଧାରଣ ମହିଳାମାନଙ୍କ ପାଖରେ ବିନା ବାଟ ମାରଣାରେ ପହଞ୍ଚିବ ଯୋଜନା । ଜନତା ଓ ବୁଦ୍ଧିଜୀବୀଙ୍କ ମତ ଅନୁସାରେ SOP ଆସିବ । ଏହାଛଡ଼ା କର୍ମଜୀବୀ ମହିଳାଙ୍କୁ ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ଦିଆଯିବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପରିଶେଷରେ ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ । ଏହାସହ କୃତି ଟ୍ରୁପମାନଙ୍କୁ ପୁରସ୍କୃତ କରିଥିଲେ ।

ଉପମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ବାଗତ: ଋତୁସ୍ରାବକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତ୍ତିକୁ ମହିଳା କର୍ମଜୀବୀମାନେ ସ୍ବାଗତ କରିଛନ୍ତି । ଏହା ବହୁତ ଭଲ ପଦକ୍ଷପ ବୋଲି କହିବା ସହ ପ୍ରଭାତୀ ପରିଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, କଟକ

Last Updated : Aug 15, 2024, 1:23 PM IST

ABOUT THE AUTHOR

...view details