ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବନ୍ୟା ସହାୟତା ଘୋଷଣା; ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହ ପାଇଁ ୧.୨୦ ଲକ୍ଷ - balasore flood assistance - BALASORE FLOOD ASSISTANCE

Financial assistance for flood victims: ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହାୟତା । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହ ପାଇଁ ୧.୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା । ଚାଷୀ, ଗୃହପାଳିତ ପ୍ରାଣୀଙ୍କ ମାଲିକ, ମତ୍ସ୍ୟଜୀବୀ, ହସ୍ତଶିଳ୍ପୀଙ୍କୁ ମିଳିବ ସହାୟତା । ଆଂଶିକ କ୍ଷତିଗ୍ରସ୍ତ ପକ୍କା ବାସଗୃହ ମରାମତି ନିମନ୍ତେ ୬,୫୦୦ ଟଙ୍କା ଅଧିକ ପଢନ୍ତୁ

balasore flood assistance
balasore flood assistance (ETV Bharat Odisha)

By ETV Bharat Odisha Team

Published : Sep 25, 2024, 1:31 PM IST

ଭୁବନେଶ୍ବର:ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହ ପାଇଁ ୧.୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ସରକାର । ସେହିପରି ଚାଷୀ, ଗୃହପାଳିତ ପ୍ରାଣୀଙ୍କ ମାଲିକ, ମତ୍ସ୍ୟଜୀବୀ, ହସ୍ତଶିଳ୍ପୀଙ୍କୁ ମଧ୍ୟ ମିଳିବ ସହାୟତା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚଳିତ ମାସରେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ଵର ଗସ୍ତ କରିଥିଲେ । ଚଳିତ ମାସ ୧୮ ତାରିଖରେ ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲେଶ୍ବର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ପାଇଁ ସହାୟତା ଘୋଷଣା କରାଯାଇଛି ।

ନିଷ୍ପତ୍ତି ଅନୁଯାୟୀ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ତୁରନ୍ତ ମରାମତି ନିମନ୍ତେ ୧,୨୦,୦୦୦ ଟଙ୍କା, ଆଂଶିକ ଭାବେ କ୍ଷତିଗ୍ରସ୍ତ ପକ୍କା ବାସଗୃହର ମରାମତି ନିମନ୍ତେ ୬,୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଗୃହ ପାଇଁ ୪୦୦୦ ଟଙ୍କା, ଭାଙ୍ଗିଯାଇଥିବା କୁଡିଆ ଘର ପିଛା ୮୦୦୦ ଟଙ୍କା ଓ ଭାଙ୍ଗି ଯାଇଥିବା ଗୁହାଳ ଘର ପାଇଁ ୩୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ।

ଏହା ବି ପଢନ୍ତୁ- ଆକାଶ ମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ ଓ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ - CM Balasore Flood Aerial Survey

ଏହା ବି ପଢନ୍ତୁ-ମୁଖ୍ୟମନ୍ତ୍ରୀ ମୋହନଙ୍କ ମାଲକାନଗିରି ଗସ୍ତ, ଜିଲ୍ଲାରେ ବନ୍ୟା ସ୍ଥିତିର କରିବେ ସମୀକ୍ଷା - Malkangiri Flood Review

ଏହା ବି ପଢନ୍ତୁ-ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ମୋହନ: ବୁଲିଲେ ବନ୍ୟାଞ୍ଚଳ, ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ - CM Mohan Visits Malkangiri

ଏହା ବି ପଢନ୍ତୁ-ବାଲୁଘାଟ ଅଞ୍ଚଳରେ ପଶିଲା ବନ୍ୟାଜଳ, ଜଳବନ୍ଦୀ ଲୋକେ - FLOODWATERS ENTERED IN BALUGHAT



ବାସଗୃହ ସଂପୂର୍ଣ୍ଣ ଭାବେ ନଷ୍ଟ କିମ୍ବା ୨ ଦିନ ବନ୍ୟାଜଳରେ ବୁଡ଼ି ରହିଥିଲେ ଲୁଗାପଟା ପାଇଁ ୨୫୦୦ ଟଙ୍କା ଓ ବାସନ କୁସନ ପାଇଁ ୨୫୦୦ ଟଙ୍କା ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ । କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଫସଲ ବା ଉଦ୍ୟାନ କୃଷି କ୍ଷୟକ୍ଷତିର ଭରଣା ନିମନ୍ତେ ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କା ଓ ସମସ୍ତ ପ୍ରକାର ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହି ସହାୟତା ସର୍ବାଧିକ ୨ ହେକ୍ଟର ପାଇଁ ଯୋଗାଇ ଦିଆଯିବ ।

Balasore flood (ETV Bharat Odisha)

ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହାୟତା-

  • ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହ ପାଇଁ ୧.୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା
  • ଚାଷୀ, ଗୃହପାଳିତ ପ୍ରାଣୀଙ୍କ ମାଲିକ, ମତ୍ସ୍ୟଜୀବୀ, ହସ୍ତଶିଳ୍ପୀଙ୍କୁ ମିଳିବ ସହାୟତା
  • ଆଂଶିକ କ୍ଷତିଗ୍ରସ୍ତ ପକ୍କା ବାସଗୃହ ମରାମତି ନିମନ୍ତେ ୬,୫୦୦ ଟଙ୍କା
  • ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଗୃହ ପାଇଁ ୪୦୦୦ ଟଙ୍କା
  • ଭାଙ୍ଗିଯାଇଥିବା କୁଡିଆ ଘର ପିଛା ୮୦୦୦ ଟଙ୍କା
  • ଭାଙ୍ଗି ଯାଇଥିବା ଗୁହାଳ ଘର ପାଇଁ ୩୦୦୦ ଟଙ୍କା ସହାୟତା ଘୋଷଣା
Balasore flood (ETV Bharat Odisha)

ସେହିଭଳି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାଲିଚର ସହାୟତା ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା, ମାଛ ଚାଷ ପୋଖରୀର ମରାମତି ଓ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା ମିଳିବ । ଚାଷ ଜମିର ଭୂସ୍ଖଳନ ନଦୀର ଗତିପଥ ପରିବର୍ତ୍ତନ ଯୋଗୁଁ କ୍ଷୟ ହୋଇଥାଏ । ତେବେ ହେକ୍ଟର ପିଛା ୪୭,୦୦୦ ଟଙ୍କା ମିଳିବ । ଏଥିପାଇଁ ଚାଷୀ ପିଛା ସର୍ବନିମ୍ନ ୫୦୦୦ ଟଙ୍କା ଆର୍ଥିକ ସହାୟତା ମିଳିବ । ମତ୍ସ୍ୟଜୀବିଙ୍କ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬,୦୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩୦୦୦ ଟଙ୍କା, ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୧୫,୦୦୦ ଟଙ୍କା, ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪,୦୦୦ ଟଙ୍କା ଓ ମତ୍ସ୍ୟ ଯାଆଁଳ ଚାଷ କ୍ଷତି ପାଇଁ ହେକ୍ଟର ପିଛା ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ।

Balasore flood (ETV Bharat Odisha)



ମୃତ ଗୃହ ପାଳିତ ପଶୁମାନଙ୍କ ପାଇଁ ଦୁଧିଆଳୀ ମଇଁଷି, ଗାଈ ପିଛା ୩୭,୫୦୦ ଟଙ୍କା, ଛେଳି ବା ମେଣ୍ଢା ପିଛା ୪୦୦୦ ଟଙ୍କା, ଭାରବାହୀ ପଶୁ ବଳଦ, ମଇଁଷି, ଘୋଡ଼ା ପିଛା ୩୨,୦୦୦ ଟଙ୍କା, ବାଛୁରୀ, ଗଧ ଏବଂ ଖଚର ପିଛା ୨୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ସହାୟତା ରାଶି ଗୋଟିଏ ପରିବାରର ୩ଟି ବଡ଼ ଦୁଗ୍ଧ ପ୍ରଦାନକାରୀ ପଶୁ ବା ୩୦ଟି ଛୋଟ ଦୁଗ୍ଧ ପ୍ରଦାନକାରୀ ପଶୁ କିମ୍ବା ୩ଟି ବୃହତ ଭାରବାହୀ ପଶୁ ବା ୬ଟି ଛୋଟ ଭାରବାହୀ ପଶୁଙ୍କ ପର୍ଯ୍ୟନ୍ତ ସିମିତ ରହିବ । ହସ୍ତଶିଳ୍ପ, ହସ୍ତତନ୍ତ କାରିଗରଙ୍କୁ ଯନ୍ତ୍ରାଂଶ ନଷ୍ଟ ବା ପ୍ରତିସ୍ଥାପନ ପାଇଁ ଗ୍ରାମୀଣ କାରୀଗର ପିଛା ୫୦୦୦ ଟଙ୍କା ଓ ବିଭିନ୍ନ ଆନୁସଙ୍ଗିକ ଦ୍ରବ୍ୟ ପାଇଁ ଗ୍ରାମୀଣ କାରୀଗର ପିଛା ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

Balasore flood (ETV Bharat Odisha)


ରାସ୍ତାଘାଟ, ପୋଲ, ବିଦ୍ୟାଳୟ, ପ୍ରାଥମିକ କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, 11 କେଭି LT ଲାଇନ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ମହିଳା ମଣ୍ଡଳ, ଯୁବ କେନ୍ଦ୍ର, ପଞ୍ଚାୟତ ଘର ଓ ଅଙ୍ଗନବାଡି ଗୃହ ଆଦିର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ସଂପୃକ୍ତ ବିଭାଗମାନଙ୍କଠାରୁ ସବିଶେଷ କ୍ଷୟକ୍ଷତିର ତଥ୍ୟ ହସ୍ତଗତ ହେଲାପରେ ଆର୍ଥିକ ସହାୟତା ଉକ୍ତ ବିଭାଗଙ୍କୁ ପ୍ରଦାନ କରାଯିବ ।

Balasore flood (ETV Bharat Odisha)



ବନ୍ୟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିପନ୍ନଙ୍କ ତ୍ୱରିତ ଉଦ୍ଧାର କାର୍ଯ୍ୟ ନିମନ୍ତେ ୮ ଟି ଅଗ୍ନିଶମ ବାହିନୀ, ୩ ଟି ODRAF ଟିମ ଓ ଗୋଟିଏ NDRF ଟିମ୍ ନିୟୋଜିତ ହୋଇଥିଲେ । ଆଶ୍ରୟସ୍ଥଳୀ ମାନଙ୍କରେ ଥିବା ଲୋକଙ୍କୁ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଭାବିତ ଲୋକଙ୍କୁ ଜଳ ଜନିତ ରୋଗରୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ସେବା ଟିମ ଗଠନ କରାଯାଇଥିଲା ।

ABOUT THE AUTHOR

...view details