ଓଡିଶା

odisha

ETV Bharat / state

ବିଏଡ୍‌, ଏମ୍‌ଏଡ୍ ନାମଲେଖା: ଆଜିଠୁ ଆବେଦନ, ଜାଣନ୍ତୁ କେବେ ପ୍ରବେଶିକା ପରୀକ୍ଷା ? - BEd entrance exam

Odisha BEd, MEd Entrance Exam: ଜୁଲାଇ ୨୪ ଓ ୨୫ ତାରିଖରେ ବିଏଡ୍‌ ଏବଂ ଏମ୍‌ଏଡ୍‌ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା । ଏନେଇ ଆଜିଠୁ ଆରମ୍ଭ ହେବ ଆବଦେନ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : May 29, 2024, 7:04 AM IST


ଭୁବନେଶ୍ବର: ୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍‌, ବିଏଚ୍‌ଏଡ୍ ଏବଂ ଏମ୍‌ଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଜିଠାରୁ(ବୁଧବାର) ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆଜି ଅପରାହ୍ନ ୨ଟାରେ www.samsodisha.govt.in ୱେବ୍‌ସାଇଟ୍‌ରେ ଆବେଦନ ଫର୍ମ ଉପଲବ୍ଧ ହେବ । ଛାତ୍ରୀଛାତ୍ର ଜୁନ୍ ୧୦ ତାରିଖ ରାତି ୧୧ଟା ୪୫ମିନିଟ୍ ଭିତରେ ଆବେଦନ କରିପାରିବେ । ଫର୍ମରେ କିଛି ପରିବର୍ତ୍ତନ୍ କରିବାକୁ ଥିଲେ ଜୁନ୍ ୧୧ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ୪୫ ମିନିଟ୍ ଭିତରେ କରିବାକୁ ପଡ଼ିବ । ୧୫ ତାରିଖ ପୂର୍ବାହ୍ନ ୧୧ଟାରେ ଷ୍ଟେଟ୍ ସିଲେକ୍ସନ ବୋର୍ଡ(ଏସ୍‌ଏସ୍‌ବି) ୱେବ୍‌ସାଇଟ୍ https://ssbodisha.sc.in ଏବଂ ସାମ୍ସ ପୋର୍ଟାଲରେ ହଲ୍ ଟିକେଟ୍ ଉପଲବ୍ଧ ହେବ ।

ଜୁନ୍ ୨୪ ତାରିଖରେ ବିଏଡ୍ ଏବଂ ବିଏଚ୍‌ଏଡ୍ ଏବଂ ୨୫ ତାରିଖରେ ଏମ୍‌ଏଡ୍ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରେଜଲ୍ଟ କେବେ ପ୍ରକାଶ ପାଇବ ତାହା ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଜଣାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଏପରିକି ନାମଲେଖା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଛାତ୍ରଛତ୍ରୀଙ୍କ ଯେଭଳି ଭାବରେ କୌଣସି ଅସୁବିଧା ନହୁଏ ସେନେଇ ଦୃଷ୍ଟି ଦିଆଯିବ । ରାଜ୍ୟରେ କେତେ କଲେଜ ରହିଛି କେତେ ସିଟ୍ ଅଛି ସମସ୍ତ ତଥ୍ୟ ୱେବସାଇଟରେ ଦିଆଯାଇଛି । ଯାହାଫଳରେ ପିଲାମାନେ ସହଜ ଉପାୟରେ ଜଣାଇପାରିବେ ।

ଏହା ମଧ୍ୟ ପଢନ୍ତୁ: ପରିଶ୍ରମ ଆଗରେ ହାର ମାନିଲା ପରିସ୍ଥିତି, 3 କୃତି ମାଟ୍ରିକ ଛାତ୍ରୀଙ୍କ ସଂଘର୍ଷର କାହାଣୀ - Struggle Story Of Matric Students


ଅନ୍ୟପଟେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟିର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମହୀଶୂର ଓ ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି, ବି.ଏସସି.ବି.ଇଡି, ବି.ଇଡି, ବି.ଇଡି-ଏମ.ଇଡି, ଏମ.ଏସସି.ଇଡି, ଆଦି ଶିକ୍ଷାଭିତ୍ତିକ ଅଧ୍ୟୟନରେ ନାମଲେଖା ପାଇଁ ଆବେଦନ କରାଯାଉଛି ।

ଏହି ଆବେଦନ ଆଧାରରେ CEE ପରୀକ୍ଷା ଆସନ୍ତା ମାସ ୧୬ ତାରିଖରେ ଅନୁଷ୍ଠିତ ହେବ । ଆବେଦନର ଶେଷ ତାରିଖ ମେ' ୩୧ ତାରିଖ । ତେବେ ଚଳିତ ବର୍ଷ CEE ୨୦୨୪ ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପରିଚାଳନା କରୁଛି । ଅଧିକ ଜାଣିବାପାଇଁ ଆଗ୍ରହୀ ଛାତ୍ରଛାତ୍ରୀ www.cee.ncert.gov.inରେ ଲଗ୍ ଇନ କରିବା ସହ ହେଲ୍ପଲାଇନ ନମ୍ବର 8280337189/ 8280337190ରେ ଯୋଗାଯୋଗ କରିପାରିବେ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details