ଓଡିଶା

odisha

ETV Bharat / state

ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ, ଓଡ଼ିଶା ବିଧାନସଭାରେ ଦ୍ବିତୀୟ ମହିଳା ବାଚସ୍ପତି - SURAMA PADHY NEW SPEAKER - SURAMA PADHY NEW SPEAKER

Surama padhy take charge of Speaker: ନିର୍ବାଚିତ ହେବା ପରେ କାମଚଳା ବାଚସ୍ପତି ରାଜା ସ୍ବାଇଁଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କଲେ ସୁରମା ପାଢୀ । ପ୍ରମିଳା ମଲ୍ଲିକଙ୍କ ପରେ ସୁରମା ପାଢ଼ୀ ଦ୍ବିତୀୟ ମହିଳା ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ପଦରେ ଅଧିଷ୍ଠିତ ହୋଇଛନ୍ତି । ଅଧିକ ପଢନ୍ତୁ

ସୁରମା ପାଢୀ ବାଚସ୍ପତି ନିର୍ବାଚିତ, କାମଚଳା ବାଚସ୍ପତିଙ୍କ ଠାରୁ ଗ୍ରହଣ କଲେ କାର୍ଯ୍ୟଭାର
ସୁରମା ପାଢୀ ବାଚସ୍ପତି ନିର୍ବାଚିତ, କାମଚଳା ବାଚସ୍ପତିଙ୍କ ଠାରୁ ଗ୍ରହଣ କଲେ କାର୍ଯ୍ୟଭାର (ETV Bharat Odisha)

By ETV Bharat Odisha Team

Published : Jun 20, 2024, 12:09 PM IST

Updated : Jun 20, 2024, 12:52 PM IST

ଭୁବନେଶ୍ବର:ବାଚସ୍ପତି ଭାବେ ନିର୍ବାଚିତ ହେବା ସହ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ତଥା ନୟାଗଡ ଜିଲ୍ଲା ରଣପୁରର ବିଧାୟିକା ସୁରମା ପାଢୀ । ଆଜି ବିଧାନସଭା ସ୍ବତନ୍ତ୍ର ଅଧିବେଶନର ଅନ୍ତିମ କାର୍ଯ୍ୟଦିବସ ଆରମ୍ଭ ହେବା ପରେ ସେ ସର୍ବସମ୍ମିତିକ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ପରେ କାମଚଳା ବାଚସ୍ପତି ରାଜା ସ୍ବାଇଁଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛି । ସଂସଦୀୟ ପ୍ରକ୍ରିୟା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁରମାଙ୍କୁ ବାଚସ୍ପତିଙ୍କ ପୋଡିୟମ ପର୍ଯ୍ୟନ୍ତ ପାଛେଟି ନେଇଥିଲେ । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପରେ ସୁରମା ହେଉଛନ୍ତି ରାଜ୍ୟର ଦ୍ବିତୀୟ ମହିଳା ବାଚସ୍ପତି ।

ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ, ଓଡ଼ିଶା ବିଧାନସଭାରେ ଦ୍ବିତୀୟ ମହିଳା ବାଚସ୍ପତି (ETV Bharat Odisha)

ଏହା ବି ପଢନ୍ତୁ- ସୁରମା ପାଢ଼ୀ ବାଚସ୍ପତି, ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ

ଏହା ପରେ ଏକ ସ୍ବଳ୍ପଅବଧିର ଗୃହକାର୍ଯ୍ୟ ମଧ୍ୟ ହୋଇଥିଲା । ଗୃହର ନେତା ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ଓ ଅନ୍ୟ ଦଳର ବିଧାୟକମାନେ ନିଜ ବିବୃତ୍ତିରେ ନବନିର୍ବାଚିତ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୁରମାଙ୍କର ବିଭିନ୍ନ ରାଜନୈତିକ ପଦପଦବୀ ଓ ଦାୟିତ୍ବରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ସେ ବେଶ ଭଲ ଭାବେ ଗୃହ ପରିଚାଳନା କରିବେ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଏହାସହ ଆଜି 18 ତାରିଖରୁ ଆରମ୍ଭ ହୋଇଥିବା 3 ଦିନିଆ ସ୍ବତନ୍ତ୍ର ଅଧିବେଶନ ମଧ୍ୟ ଶେଷ ହୋଇଛି ।

ସୁରମାଙ୍କ ରାଜନୈତିକ କ୍ୟାରିୟର:-

1988 ମସିହାରେ ସୁରମା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । 1998 ରେ ସେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । 2000 ମସିହାରେ ଦଳ ତାଙ୍କୁ ସଂଗଠନର ରାଷ୍ଟ୍ରୀୟ ଦାୟିତ୍ବ ମଧ୍ୟ ଦେଇଥିଲା । ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ହୋଇଥିଲେ ସୁରମା । 2004 ମସିହାରେ ସୁରମା ବିଜେପି ଟିକଟରେ ନୟାଗଡ ଜିଲ୍ଲା ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ 13ଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାନସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିବା ସହ ନବୀନ ପଟ୍ଟନାୟକଙ୍କର ୨ୟ ମନ୍ତ୍ରିମଣ୍ଡଳରେ ସମବାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ନବୀନ ହେବେ କି ବିରୋଧୀ ଦଳ ନେତା ? ଆଜି ବିଜେଡି ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି - Leader of Opposition for BJD

କ୍ରମାଗତ 3 ନିର୍ବାଚନ ହାରିଥିଲେ ସୁରମା:-

ପ୍ରଥମ ବିଜୟରେ ମନ୍ତ୍ରୀ ହୋଇଥିବା ସୁରମାଙ୍କୁ ପରବର୍ତ୍ତୀ ସମୟରେ ସିରିଜ ପରାଜର ସାମ୍ନ କରିବାକୁ ପଡିଥିଲା । 2009, 2014 ଓ 2019 ବିଧାନସଭା ନିର୍ବାଚନରେ ସେ କ୍ରମାଗତ ପରାଜିତ ହୋଇଥିଲେ । ଚଳିତ ନିର୍ବାଚନରେ ପୁଣିଥରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟ ହାସଲ କରିଥିଲେ ସୁରମା । ପ୍ରଥମ ବିଜୟରେ ମନ୍ତ୍ରୀ ପଦ ପାଇଥିବା ସୁରମା ଏଥର ଦ୍ବିତୀୟ ବିଜୟରେ ବାଚସ୍ପତି ପରି ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 20, 2024, 12:52 PM IST

ABOUT THE AUTHOR

...view details