ଓଡିଶା

odisha

ETV Bharat / state

ବିଧାନସଭାରେ ମଦ ଝଡ଼: ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ, RDC ସ୍ତରୀୟ ତଦନ୍ତ ହେବ କହିଲେ ମନ୍ତ୍ରୀ - ODISHA ASSEMBLY SESSION

Odisha Assembly Day 3 Adjourned Over Ganjam Hooch Tragedy: ଗଞ୍ଜାମ ମଦମୃତ୍ୟୁ ମାମଲାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଧାନସଭାରେ ହଙ୍ଗାମା କଲେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ । ସେପଟେ ମଦ ମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ହେବ କହିଲେ ଅବକାରୀ ମନ୍ତ୍ରୀ ।

ତୃତୀୟ ଦିନରେ ମଦମୃତ୍ୟୁ ମାମଲାରେ ମଧ୍ୟ କମ୍ପିଲା ଗୃହ: ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ , ସାଢେ 11ଟା ଯାଏ ଗୃହ ମୁଲତବୀ
ତୃତୀୟ ଦିନରେ ମଦମୃତ୍ୟୁ ମାମଲାରେ ମଧ୍ୟ କମ୍ପିଲା ଗୃହ: ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ , ସାଢେ 11ଟା ଯାଏ ଗୃହ ମୁଲତବୀ (ETV Bharat Odisha)

By ETV Bharat Odisha Team

Published : Aug 22, 2024, 11:01 AM IST

Updated : Aug 22, 2024, 3:44 PM IST

ଭୁବନେଶ୍ବର:ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଚାଲି ପାରୁନି ବିଧାନସଭା । ଗତ ଦୁଇଦିନ ପରି ଆଜି(ଗୁରୁବାର) ମଧ୍ୟ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ମଧ୍ୟଭାଗକୁ ଆଜି ହୋହାଲ୍ଲା କରିଛନ୍ତି । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ପୂର୍ବାହ୍ନ ସାଢେ 11ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଚିକିଟି ମଦ ମୃତ୍ୟୁକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ ସହ ଅବକରୀ ମନ୍ତ୍ରୀଙ୍କ ଗିରଫ ଦାବିରେ ଗୃହକୁ ଅଚଳ କରିଦେଇଥିଲା ବିଜେଡି । ପରବର୍ତ୍ତୀ ସମୟରେ ମଧ୍ୟ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରିନଥିଲା । ଗତକାଲି ପରି ଆଜି ମଧ୍ୟ ଗୃହ ଅପରାହ୍ନ 4ଟା ଯାଏ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ ।

ଗଞ୍ଜାମ ମଦମୃତ୍ୟୁ ନେଇ ପୁଣି କମ୍ପିଲା ବିଧାନସଭା: ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ, 4ଟା ଯାଏ ଗୃହ ମୁଲତବୀ (ETV Bharat Odisha)
  • ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି:-

ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ କଂଗ୍ରେସ ସରକାରଙ୍କ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ତୀବ୍ର ପ୍ରତିବାଦ କରିଥିଲା । ପରେ ଅନୁରୂପ ଭାବେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳର ସଦସ୍ୟମାନେ ମଧ୍ୟ ଗଞ୍ଜାମ ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନାରବାଜି କରିଥିଲେ । ‘ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅ, ମୋହନ ସରକାର ହାୟ ହାୟ’ଏଭଳି ନାରବାଜି କରି ଶକ୍ତି ପ୍ରଦର୍ଶନ କରିଥିଲେ ବିରୋଧୀ । ଫଳରେ ବାଚସ୍ପତି 11.30 ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ବିଜେଡି କହିଛି, ନିଶାମୁକ୍ତ ଓଡ଼ିଶା ପ୍ରତିଶ୍ରୁତି ଦେଇଥିଲା ବିଜେପି । ହେଲେ ଦଳ ଶାସନକୁ ଆସିବା ପରେ ଚିକିଟିରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ହସ୍ପିଟାଲରେ ଛଟପଟ ହେଉଛନ୍ତି । ନବୀନ ପଟ୍ଟନାୟକ ସରକାରରେ ଅଭିଯୋଗ ଆସିଥିବାବେଳେ ଅନଙ୍ଗ ଉଦୟ ସିଂହଦେଓ ଓ କାଳନ୍ଦୀ ବେହେରା ଇସ୍ତଫା ଦେଇଥିଲେ । ଏବେ କୁଆଡେ ଗଲା ବିଜେପିର ନୀତି ନୈତିକତା କଥା ! ମଦ ମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ବିଧାନସଭାରେ ସରକାର ତୁରନ୍ତ ରିପୋର୍ଟ ଉପସ୍ଥାପନ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ :-ଚିକିଟି ମଦ ମୃତ୍ୟୁ ମାମଲା: ହଟିଲେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ, ଆଜି ଘଟଣାସ୍ଥଳକୁ ଯିବ BJD ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ - Chikiti Hooch Tragedy

ଗଞ୍ଜାମ ମଦ ମୃତ୍ୟୁର ଆରଡିସି ତଦନ୍ତ ହେବ:

ଚିକିଟି ମଦ ମୃତ୍ୟୁକୁ ନେଇ ବଡ଼ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ''ଏହି ଘଟଣାରେ ଆରଡିସି ସ୍ତରୀୟ ତଦନ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ରାଜ୍ୟରେ ବେଆଇନ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହେବ । 217ଟି ଚିହ୍ନଟ ହୋଇଥିବା ବେଆଇନ ମଦଭାଟି ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ କୌଣସି ବେଆଇନ ମଦଭାଟି ରହିବ ନାହିଁ । ଚିକିଟି ଘଟଣାରେ ଅବକାରୀ ଇନ୍ସପେକ୍ଟର, ଜଣେ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ଅବକାରୀ ଅଧିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଗତ 20 ତାରିଖରୁ ରାଜ୍ୟବ୍ୟାପୀ ବିଷାକ୍ତ ମଦଭାଟି ଉପରେ ରେଡ୍ ହେଉଛି । ଯେଉଁଠି ମଦ ଭାଟି ରହିଛି ବୁଲଡୋଜର ମାଧ୍ୟମରେ ସେଗୁଡିକ ନଷ୍ଟ କରାଯାଉଛି ।

ବିଜେଡି ପଠାଇଲା ଫ୍ୟାକ୍ଟ-ଫାଇଣ୍ଡିଂ ଟିମ୍:

ଅନ୍ୟପଟେ ବିଜେଡି ମଧ୍ୟ ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ-ଫାଇଣ୍ଡିଂ ଟିମ ଗଠନ କରି ମଦମୃତ୍ୟୁ ଘଟଣାର ଅନୁଧ୍ୟାନ କରିବାକୁ ଚିକିଟି ପଠାଇଛି । ବିଜେଡି ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରିଛି । ଦଳର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପ୍ରେସମିଟ କରି ବିଜେପି ସରକାରର ଅବକାରୀ ନୀତିକୁ କଡା ସମାଲୋଚନା କରିଛନ୍ତି । ମଦ ଦୋକାନ ଖୋଲାଯିବା ପ୍ରସଙ୍ଗରେ ସରକାରର ମନ୍ତ୍ରୀମାନେ ଭିନ୍ନ ଭିନ୍ନ ମତପୋଷଣ କରୁଛନ୍ତି । କୌଣସି ନୀତିଗତ ସ୍ପଷ୍ଟତା ନାହିଁ ବୋଲି ପ୍ରତାପ ଅଭିଯୋଗ କରିଥିଲେ । ଏହା ସହ ନିରଞ୍ଜନ ପୂଜାରୀଙ୍କ ନେତୃତ୍ବାଧୀନ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଘଟଣାସ୍ଥଳରୁ ଫେରିବା ପରେ ଦଳ ସୁପ୍ରିମୋଙ୍କୁ ରିପୋର୍ଟ ଦେବ । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ପ୍ରତାପ କହିଥିଲେ ।

ଆଜି କଂଗ୍ରେସ ଘେରୁଛି ଇଡି ଅଫିସ:-

ଆଜି ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ (ଇଡି) କାର୍ଯ୍ୟାଳୟ ଘେରାଓ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ED କାର୍ଯ୍ୟାଳୟ ଘେରିଛନ୍ତି ଏବଂ ବିରୋଧ ପ୍ରଦର୍ଶନ କରୁଛନ୍ତି । କଂଗ୍ରେସ ପ୍ରଭାରୀ ଅଜୟ କୁମାର, ଦଳର ବରିଷ୍ଠ ନେତା ଜୟଦେବ ଜେନା, ଶରତ ରାଉତ, ଶ୍ରୀକାନ୍ତ ଜେନା, ଭକ୍ତ ଦାଶ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଛନ୍ତି । ସେପଟେ ବିଜେଡି ଏହି ବିକ୍ଷୋଭ ପ୍ରଦର୍ଶନକୁ କଂଗ୍ରେସର ଦଳୀୟ ବ୍ୟାପର ବୋଲି କହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 22, 2024, 3:44 PM IST

ABOUT THE AUTHOR

...view details