ଓଡିଶା

odisha

By ETV Bharat Odisha Team

Published : 5 hours ago

ETV Bharat / state

‘ଓଡ଼ିଶାରେ 5 ବର୍ଷରେ 5 ଲକ୍ଷ କୋଟି ନିବେଶ’ ଶିଳ୍ପାୟନକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM Mohan Delhi Visit

CM Mohan Delhi Visit: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରେ ପୁଞ୍ଜି ନିବେଶ ନେଇ କରିବେ ରୋଡ ସୋ’ । ଓଡ଼ିଶାରେ ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ।

CM Mohan Delhi Visit
CM Mohan Delhi Visit (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ହେବ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ । ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିବାର ଲକ୍ଷ୍ୟ ରଖିବା ସହ ୧୦୦ ଦିନ ଭିତରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିସାରିଛି । ତେବେ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗସ୍ତ ସମୟରେ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ପୁଞ୍ଜିନିବେଶକାରୀଙ୍କ ସହ ୱାନ ଟୁ ୱାନ:

CM Mohan Delhi Visit (ETV Bharat Odisha)

ନୂଆଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ମୁଁ ଦୁଇ ଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛି । ମୋ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଓ ବିଭାଗୀୟ ଅଧିକାରୀମାନେ ରହିବେ । ଓଡ଼ିଶାକୁ ବଡ଼ ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ମୋର ଉଦ୍ୟମ ରହିବ । ୨ ଦିନିଆ ଗସ୍ତରେ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବି । ଏହା ସହ ଏକ ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ଆସିବା ପାଇଁ ନିବେଦନ କରିବି ।"

୫ ବର୍ଷରେ ୫ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ ଲକ୍ଷ୍ୟ:

CM Mohan Delhi Visit (ETV Bharat Odisha)

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆସନ୍ତା ବର୍ଷ ଜାନୁଆରୀ ୨୮ ଓ ୨୯ରେ ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା ୨୦୨୫ କନକ୍ଲେଭ ଅନୁଷ୍ଠିତ ହେବ । ଫୁଡ ପ୍ରୋସେସିଂ, ଆଇଟି, କେମିକାଲ, ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପ୍ରାଥମିକତାର ସହ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା ହେବ । ଓଡ଼ିଶାରେ ପୁଞ୍ଜି ଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଥ‌ିବା ସକାରାତ୍ମକ ଇକୋ ସିଷ୍ଟମ ସମ୍ବନ୍ଧରେ ଅବଗତ କରାଇବି । ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବା ଆମ ଲକ୍ଷ୍ୟ ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ...କାଲି ଦିଲ୍ଲୀରେ ରୋଡ଼ ସୋ' କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଫୋକସରେ ଓଡିଶାରେ ପୁଞ୍ଜିନିବେଶ - Utkarsh Odisha 2025

ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷରେ ମୋହନ ମାଝୀ ସରକାରଙ୍କ ମିଶନ ଶିଳ୍ପାୟନ, ‘ଉତ୍କର୍ଷ ଓଡ଼ିଶା’ରେ ବିଶ୍ବ ନିବେଶକଙ୍କୁ କରାଯିବ ଆକୃଷ୍ଟ - Utkarsha Odisha Logo Unveiled

ଏହା ମଧ୍ୟ ପଢ଼ନ୍ତୁ...ବଦଳିଲା ନବମ-ଦଶମ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରେସ, ସବୁଜ ବଦଳରେ ହେଲା ଖଇରିଆ-ବାଦାମୀ ରଙ୍ଗ - SCHOOL UNIFORMS CHANGES

୧୦୦ ଦିନ ଭିତରେ ୪୫ ହଜାର କୋଟିର ପୁଞ୍ଜି ଆସିଛି:

CM Mohan Delhi Visit (ETV Bharat Odisha)

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଖୁସିର କଥା ଗତ ୧୦୦ ଦିନ ଭିତରେ ୪୫ ହଜାର କୋଟିର ପୁଞ୍ଜି ଓଡ଼ିଶାକୁ ଆସିସାରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାକୁ ଦ୍ରୁତ ଶିଳ୍ପାୟନର ପଥରେ ଆଗେଇ ନେବା ପାଇଁ ମୋର ପ୍ରଚେଷ୍ଟା ଉତ୍କର୍ଷ ମାନେ ଏକ୍ସଲେନ୍ସ ଏବଂ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଉତ୍କର୍ଷ ଆଣିଦେବ । ମୁଁ ରାଜ୍ୟବାସୀଙ୍କ ତରଫରୁ ଏହି କାମର ଶୁଭାରମ୍ଭ କରିବାକୁ ଯାଉଛି । ତେଣୁ ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡୁଛି ।" ମୁଖ୍ୟମନ୍ତ୍ରୀ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ଫେରିବେ ।

ଇଟିଭି ଭାରତ, ଓଡ଼ିଶା

ABOUT THE AUTHOR

...view details