ଓଡିଶା

odisha

ETV Bharat / state

ଓଡ଼ିଆ ଭାଷା ପ୍ରତି ବଢୁଛି ଆଦର; ଏଣିକି ଓଡ଼ିଆରେ ଲେଖାହେବ ପାଠ୍ୟପୁସ୍ତକ, ଡାକ୍ତରୀ ପାଠ ପାଇଁ ବିଶେଷଜ୍ଞ କମିଟି ଗଠନ - Utkal university Vice Chancellor - UTKAL UNIVERSITY VICE CHANCELLOR

Utkal university odia language study: ଏଣିକି ଓଡ଼ିଆ ଭାଷାରେ ଲେଖାହେବ ପାଠ୍ୟପୁସ୍ତକ କହିଲେ ଉତ୍କଳ କୁଳପତି । ଏପଟେ ୨୨ ଟି ଆଗକୁ ଆଞ୍ଚଳିକ ଭାଷାରେ ବହି ଲେଖିବାକୁ ଯୋଜନା ରହିଛି ବୋଲି ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ପ୍ରତ୍ୟେକ ଡିଗ୍ରୀ କଲେଜରେ ପ୍ରତିଟି ବିଷୟ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ପରିଚାଳନା ପାଠ୍ୟକ୍ରମଗୁଡ଼ିକ ପାଇଁ ଉତ୍କଳ ସମତେ ରାଜ୍ୟ ସବୁ ବିଶ୍ବବିଦ୍ୟାଳୟ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଲେଖିବେ। ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Jul 19, 2024, 9:43 AM IST


ଭୁବନେଶ୍ବର:ଏଣିକି ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଲେଖାହେବ । ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଲେଖିବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଭାଷା ସାହିତ୍ୟ ସମିତିର ନୋଡାଲ ବିଶ୍ବବିଦ୍ୟାଳୟ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୨ ଟି ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ଲେଖିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁବାଦ ନୁହେଁ ଆଞ୍ଚଳିକ ଭାଷାରେ ପୁସ୍ତକ ଲେଖିବାକୁ ସରକାର ଯୋଜନା କରିଛନ୍ତି ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରକାଶ କରିଛନ୍ତି ।


ଉତ୍କଳ ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ତିନିଦିନିଆ ‘ବିଶ୍ୱ ଦକ୍ଷିଣାଞ୍ଚଳ ସାହିତ୍ୟ ଅନୁବାଦ : ଆହ୍ୱାନ, ପ୍ରଶ୍ନ ଏବଂ ବିତର୍କ’ ଶୀର୍ଷକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦଘାଟିତ ହୋଇଛି। ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ, ସାହିତ୍ୟର ଅନୁବାଦ କେବଳ ଭାଷାଭିତ୍ତିକ କାର୍ଯ୍ୟ ନୁହେଁ, ଏହା ଏକ ସାଂସ୍କୃତିକ କାର୍ଯ୍ୟ। ଯାହା ଚଳନଶୀଳ ଅର୍ଥକୁ ବ୍ୟାଖ୍ୟା କରିଥାଏ ଓ ପାଠରେ ରୂପାନ୍ତରିତ ହୋଇଥାଏ।

ଏ ସଂକ୍ରାନ୍ତରେ ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ର ସମ୍ମିଳନୀରେ ଆଲୋଚନା ହୋଇଛି । ଏଥିରେ ଉତ୍କଳକୁ ଭାଷା ସାହିତ୍ୟ ସମିତିର ନୋଡାଲ ବିଶ୍ବବିଦ୍ୟାଳୟ କରାଯାଇଛି । ଅନୁବାଦ ପୁସ୍ତକ ନୁହେଁ ସରକାର ଆଞ୍ଚଳିକ ଭାଷାରେ ପୁସ୍ତକ ଲେଖିବା ପାଇଁ ଯୋଜନା କରିଛନ୍ତି । ୨୨ ଟି ଆଞ୍ଚଳିକ ଭାଷାରେ ବହି ଲେଖିବାକୁ ଯୋଜନା ରଖିଛନ୍ତି ବୋଲି ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ପ୍ରତ୍ୟେକ ଡିଗ୍ରୀ କଲେଜରେ ପ୍ରତିଟି ବିଷୟ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ପରିଚାଳନା ପାଠ୍ୟକ୍ରମଗୁଡ଼ିକ ପାଇଁ ଉତ୍କଳ ସମତେ ରାଜ୍ୟ ସବୁ ବିଶ୍ବବିଦ୍ୟାଳୟ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଲେଖିବେ। ଆମ ଐତିହ୍ୟ ଓ ଭାରତୀୟ ସଂସ୍କୃତି ବେଶ ସମୃଦ୍ଧ । ଅନୁବାଦ ଆଲେଖ୍ୟ ପ୍ରକାଶନ ଭାଷାକୁ ଉଚ୍ଚତର ସୋପାନକୁ ନେଇଥାଏ, ଯାହ ଭାଷାରେ ଦକ୍ଷତା ହାସଲ ଓ ଏହାର ବିକାଶ ଦିଗରେ ସହାୟକ ହେବ ବୋଲି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

ଏହା ବି ପଢନ୍ତୁ- ଏଣିକି ଓଡ଼ିଆରେ ଡାକ୍ତରୀ ପାଠ, ଗଠନ ହେଲା ବିଶେଷଜ୍ଞ କମିଟି - MBBS In Odia Language


ସୂଚନା ଅନୁଯାୟୀ, ଏହି ଉତ୍କଳ ବିଶ୍ୱବିଦ୍ୟାଳୟରେ ନିଜସ୍ୱ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ଏବେ ଏହି ବିଶ୍ୱବିଦ୍ୟାଳୟରେ ୨୭ଟି ସ୍ନାତକୋତ୍ତର ବିଭାଗ ବିଜ୍ଞାନ, କଳା ଓ ବାଣିଜ୍ୟ କ୍ଷେତ୍ରରେ ଶିକ୍ଷାଦାନ କରୁଛନ୍ତି। ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷା ନିର୍ଦ୍ଦେଶାଳୟ, ଆଇନଶିକ୍ଷା ମହାବିଦ୍ୟାଳୟ ଓ ବହୁ ସେଲ୍ଫ ଫାଇନାନ୍ସ ବିଭାଗ ମଧ୍ୟ ଅଛି। ସମ୍ପ୍ରତି ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ପ୍ରାୟ ୩୦୦୦ରୁ ଅଧିକ ଛାତ୍ର ପଢୁଛନ୍ତି।

ଓଡିଆ ଭାଷାରେ ଡାକ୍ତରୀ ପାଠ-

ଓଡ଼ିଆ ଭାଷା ପ୍ରତି ବଢୁଛି ଆଦର (ETV Bharat Odisha)

ଏଣିକି ଓଡ଼ିଆରେ ଛାତ୍ରଛାତ୍ରୀ ପଢିବେ ଡାକ୍ତରୀ ପାଠ । ଏମବିବିଏସ ପାଠ୍ୟପୁସ୍ତକ ପାଇଁ ଗଠନ ହେଲା ୨୨ ଜଣିଆ କମିଟି । ଓଡ଼ିଆରେ ଡାକ୍ତରୀ ବହି ପାଇଁ କମିଟି ଗଠନ ହୋଇଛି । ଓଡ଼ିଶାରେ MBBS ପାଠ୍ୟପୁସ୍ତକ ପାଇଁ ୨୨ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ । କେଉଁ ପାଠ୍ୟ ପୁସ୍ତକ ଅନୁବାଦ କରାଯିବ, ଏହି ବିଶେଷଜ୍ଞ କମିଟି ତାର ଚୟନ କରିବ । ତେବେ ଏହି କମିଟିରେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁ ହେଉଛନ୍ତି ଅଧ୍ୟକ୍ଷ ରହିଛନ୍ତି । ଏପରିକି ଅନ୍ୟ ୨୧ ଜଣ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲର ଡ଼ାକ୍ତର, ପ୍ରଫେସର ରେଜିଷ୍ଟର ରହିଛନ୍ତି ।

ଡ଼ିଆରେ ଡାକ୍ତରୀ ପାଠ ପାଇଁ ଗଠନ ହୋଇଛି ବିଶେଷଜ୍ଞ କମିଟି (ETV Bharat Odisha)

ଏହି ଟିମରେ ଏମ୍ସର ଆନାଟୋମି ବିଭାଗର ପ୍ରଫେସର ଡକ୍ଟର ପ୍ରଭାସ ତ୍ରିପାଠୀ ସଦସ୍ୟ ଭାବରେ ରହିଛନ୍ତି । ଏହାସହ ସଦସ୍ୟ ଭାବରେ କଟକ ବଡ଼ ମେଡ଼ିକାଲ କଲେଜର ସାଇକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଅର୍ଚ୍ଚନା ମିଶ୍ର, ଏମ୍ସର ବାୟୋକେମ ବିଭାଗର ମୁଖ୍ୟ ପ୍ରଫେସର ମନସ୍ବିନୀ ମଙ୍ଗରାଜ ମଧ୍ୟ ରହିଛନ୍ତି । ସେହିପରି ପାଥୋଲୋଜିର ମୁଖ୍ୟ ପ୍ରଫେସର ନିରଞ୍ଜନ ରାଉତ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭରତ ପଟେଲ ବି ସାମିଲ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details