ଭୁବନେଶ୍ବର:ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ଆଉଟ ଅଫ ସିଲାବସ ପ୍ରଶ୍ନ ପ୍ରସଙ୍ଗ । ମୁହଁ ଖୋଲିଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ । ତ୍ରୁଟି ମାନିଲା ସିଏଚଏସସି । ମିଳିବ ଗ୍ରେସମାର୍କ । ଆଉଟ ଅଫ ସିଲାବସ୍ ନୁହେଁ ବରଂ ଏହା ଚଏସ୍ ଡେଫିସିଟ୍ ରହିଛି ବୋଲି କହିଛନ୍ତି ।
ମିଳିବ ଗ୍ରେସ ମାର୍କ: ଏନେଇ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ କହିଛନ୍ତି, "ଫିଜିକ୍ସ ପରୀକ୍ଷାର ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ସିଲବସକୁ ଆଧାର କରି ଅଲଗା ପ୍ରଶ୍ନ ତିଆରି ହୋଇଥିଲା । ରେଗୁଲାର ପରୀକ୍ଷାର୍ଥୀଙ୍କ ଚଏସ ଡେଫିସିଟ ହୋଇଛି । ରେଗୁଲାର ପିଲାଙ୍କୁ ଚଏସ ପ୍ରଶ୍ନ ମିଳିନାହିଁ । 19 ମାର୍କର ଚଏସ ଡେଫିସିଟ ହୋଇଛି । ପିଲାଙ୍କୁ କେମିତି ମାର୍କ ଦିଆଯିବ ସେ ନେଇ ଏଗଜାମିନେସନ ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ । ପିଲାଙ୍କୁ ମାର୍କ ଭରଣା କରାଯିବ, ଯେଉଁମାନେ ପ୍ରଶ୍ନ ଉତ୍ତର ଦେବାକୁ ଚେଷ୍ଟା କରିଥିବେ (ଆଟେମ୍ପଟ) ସେମାନେ ମାର୍କ ପାଇବେ । ସାମୁହିକ ଭାବେ ପିଲାମାନେ ବହୁତ୍ ଭଲ କରିଛନ୍ତି । ପ୍ରଶ୍ନ ପତ୍ର ତିଆରିରେ କେଉଁଠି ତ୍ରୁଟି ରହିଛି ତାର ଯାଞ୍ଚ ନିଶ୍ଚିତ କରାଯିବ କିନ୍ତୁ ପରୀକ୍ଷା ପ୍ରକ୍ରିୟା ସରିବା ପରେ କରାଯିବ ।"
ଫିଜିକ୍ସ ପରୀକ୍ଷାରେ ଆଉଟ ଅଫ ସିଲାବସ ପ୍ରସଙ୍ଗ, ଚଏସ ଡେଫିସିଟ୍ କହିଲା CHSE
CHSE On Odisha Plus Two Exam Physics paper out of syllabus: ଫିଜିକ୍ସ ପରୀକ୍ଷାରେ ଆଉଟ ଅଫ ସିଲାବସ ପ୍ରସଙ୍ଗ । ତ୍ରୁଟି ମାନି ଚଏସ ଡେଫିସିଟ କହିଲା ସିଏଚଏସଇ । ଅଧିକ ପଢନ୍ତୁ,
Published : Feb 27, 2024, 3:10 PM IST
|Updated : Feb 27, 2024, 4:01 PM IST
ଏହା ମଧ୍ୟ ପଢନ୍ତୁ: CBSE ଢାଞ୍ଚା ଆପଣାଇଲା CHSE: ଚଳିତ ବର୍ଷରୁ ଗୋଟିଏ ଦିନରେ କଳା-ବିଜ୍ଞାନ-ବାଣିଜ୍ୟ ରେଜଲ୍ଟ
ମେ' ସୁଦ୍ଧା ରେଜଲ୍ଟ: ଗୋଟିଏ ଦିନରେ ବାହାରିବ ଯୁକ୍ତ 2ର କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ । ମାର୍ଚ୍ଚ 20ରେ ପରୀକ୍ଷା ଶେଷ ହେବାକୁ ଥିବା ବେଳେ 22 ତାରିଖରୁ ଆରମ୍ଭ ହେବ ଖାତା ଦେଖା । ମେ 15 ଭିତରେ ରେଜଲ୍ଟ ପ୍ରକାଶ ପାଇବ । 15000 ପରୀକ୍ଷକ ଖାତା ଦେଖିବା ପାଇଁ ନିୟୋଜିତ ରହିବେ । ମାର୍ଚ୍ଚ 22 ରୁ ଏପ୍ରିଲ 2 ଏବଂ ଏପ୍ରିଲ 4 ରୁ ଏପ୍ରିଲ 15 ଯାଏ ଦୁଇଟି ଫେଜରେ ଖାତା ଦେଖାଯିବ ବୋଲି କହିଛନ୍ତି ।
ସୂଚନା ଅନୁଯାୟୀ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି । ସେହିଭଳି କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୨୦ ଯାଏ ଚାଲିବ ।
ଇଟିଭି ଭାରତ, ଭୁବନେଶ୍ବର