ଓଡିଶା

odisha

ETV Bharat / state

ପୌର ପ୍ରଶାସନରେ ୮୯ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ବିଭାଗୀୟ ମନ୍ତ୍ରୀ - ପୌର ପ୍ରଶାସନରେ ନିଯୁକ୍ତି

Nijukti Parba: ମ୍ୟୁନିସିପାଲ ପ୍ରଶାସନ ପରିବର୍ତ୍ତନ ପାଇଁ ଆଜି ଆଉ ଏକ ପଦକ୍ଷେପ ନେଇଛନ୍ତି । ୫ଟି ଅଧିନରେ ଦକ୍ଷତା, ସ୍ବଚ୍ଛତା ଏବଂ ଗୋଷ୍ଠୀ ଯୋଗଦାନକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି । ଆଜି ୮୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

Nijukti Parba
Nijukti Parba

By ETV Bharat Odisha Team

Published : Feb 26, 2024, 10:01 PM IST

ପୌର ପ୍ରଶାସନରେ ୮୯ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ବର: ମ୍ୟୁନିସିପାଲ ପ୍ରଶାସନ ପରିବର୍ତ୍ତନ ପାଇଁ ଆଜି ଆଉ ଏକ ପଦକ୍ଷେପ ନେଇଛନ୍ତି । ୫ଟି ଅଧିନରେ ଦକ୍ଷତା, ସ୍ବଚ୍ଛତା ଏବଂ ଗୋଷ୍ଠୀ ଯୋଗଦାନକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି । ଆଜି ୮୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୬୧ ଜଣ ଅମିନ ଓ ୨୮ ଜଣ ଅଡିଟର ଅଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଯୋଗ ଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ପୌର ପ୍ରଶାସନରେ ୮୯ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ବିଭାଗୀୟ ମନ୍ତ୍ରୀ

ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ନିଯୁକ୍ତି ପର୍ବ । ଏହି ଅବସରରେ ନିର୍ଦ୍ଦେଶକ ପୌର ପ୍ରଶାସନ ସଂଗ୍ରାମଜିତ ନାୟକଙ୍କ ଅଭିଭାଷଣ ଏକ ନିପୁଣ ଶୈକ୍ଷିକ ପ୍ରଶିକ୍ଷଣ ସ୍ବରୂପ ରହିଛି । ଏହି ବିଭାଗରେ ପ୍ରଥମଥର ପାଇଁ ଏପରି ନିଯୁକ୍ତି ପ୍ରଦାନ କରାଯାଉଛି ବୋଲି ସେ ଅବଗତ କରାଇଛନ୍ତି । ରାଜ୍ୟରେ ସହରାଞ୍ଚଳ ରୂପାନ୍ତରୀକରଣ ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥନନ ସୂଚନା ପ୍ରଦାନ କରିଛନ୍ତି ।


ଅଧିକ ପଢନ୍ତୁ- ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ପର୍ବ, 576 ଜଣ ହିନ୍ଦୀ-ସଂସ୍କୃତ ଶିକ୍ଷକ ନିଯୁକ୍ତ

ପୌର ପ୍ରଶାସନରେ ୮୯ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ବିଭାଗୀୟ ମନ୍ତ୍ରୀ

କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ କୌଶଳ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ କର୍ତ୍ତବ୍ୟ ଓ ଦାୟିତ୍ବବୋଧ ସଂପର୍କରେ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ଉପଦେଶ ଦେଇଛନ୍ତି । ସାଧାରଣ ନାଗରିକଙ୍କ ସେବାରେ ରୂପାନ୍ତରୀକରଣ ଆଣିବା ଦିଗରେ ୮୯ ଜଣ ନବ ନିଯୁକ୍ତ ଏକ ଶକ୍ତି ଭାବେ ବିଦ୍ୟମାନ ହେବେ । ସେମାନଙ୍କର ସମ୍ମିଳିତ ଉଦ୍ୟମ ସ୍ବଚ୍ଛ ରାସ୍ତା, ସର୍ବସାଧାରଣ ବ୍ୟବସ୍ଥାରେ ଉନ୍ନତି ଏବଂ କର୍ତ୍ତବ୍ୟନିଷ୍ଠା ଓ ଉତ୍ତରଦାୟୀ ପୌର ପ୍ରଶାସନକୁ ନିଶ୍ଚିତ କରାଇବ । ଏହି ୮୯ ଜଣଙ୍କ ନିଯୁକ୍ତି ପୌର ପ୍ରସାଶନରେ ଏକ ନୂତନ ଅଧ୍ୟାୟର ଆରମ୍ଭ ମାତ୍ର । ତେବେ ଏମାନଙ୍କ ନିଯୁକ୍ତି ନିଷ୍ଠାପର ସେବା ପୌରାଞ୍ଚଳ ସର୍ବସାଧାରଣଙ୍କ ଅଭିଯୋଗ, ଆବଶ୍ୟକତା ଏବଂ ସ୍ବପ୍ନକୁ ସାକାର କରିବାରେ ନିଶ୍ଚିତ ଭାବେ ସହାୟକ ହେବ ।

ପୌର ପ୍ରଶାସନରେ ୮୯ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ବିଭାଗୀୟ ମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details