ଓଡିଶା

odisha

By ETV Bharat Odisha Team

Published : Mar 6, 2024, 6:10 PM IST

ETV Bharat / state

ଘର ପାଲଟିଛି ଖବର କାଗଜ ସଂଗ୍ରହାଳୟ, ଦେଶ ବିଦେଶର ୬୧୫୮ଖଣ୍ଡ ପେପର୍ ସାଇତିଛନ୍ତି ବିମଳ

News Paper Collector: ନିଜ ଘରକୁ ଖବର କାଗଜର ସଂଗ୍ରହାଳୟ କରିଛନ୍ତି ଖୋର୍ଦ୍ଧା ବାସିନ୍ଦା ବିମଳ ଚନ୍ଦ୍ର ଷଡ଼ଙ୍ଗୀ । ଦେଶ ବିଦେଶର ୬,୧୫୮ଖଣ୍ଡ ପେପର୍ ସାଇତିଛନ୍ତି ବିମଳ । ଅଧିକ ପଢନ୍ତୁ

News Paper Collector
News Paper Collector

News Paper Collector

ଖୋର୍ଦ୍ଧା :ଖବରକାଗଜ ସଂଗ୍ରହର ନିଶା ଦେଇଛି ନିଆରା ପରିଚୟ । ନିଜ ଘରକୁ ଖବର କାଗଜର ସଂଗ୍ରହାଳୟ କରିଛନ୍ତି ଖୋର୍ଦ୍ଧା ବାସିନ୍ଦା ବିମଳ ଚନ୍ଦ୍ର ଷଡ଼ଙ୍ଗୀ । ଓଡ଼ିଆ, ହିନ୍ଦୀ, ଇଂରାଜୀ, ତାମିଲ , ମାଲାୟାଲମ ସହ ଋଷିଆ, ଇଂଲଣ୍ଡ, କାନାଡ଼ା , ଜର୍ମାନ , ଆଫ୍ରିକା ଭଳି ଅନେକ ଦେଶୀ ଓ ବିଦେଶୀ ଭାଷାର ଖବରକାଗଜକୁ ସଂଗ୍ରହ କରି ରଖିଛନ୍ତି ସେ । ପଞ୍ଚାୟତଠାରୁ ଆରମ୍ଭ କରି ୱାଶିଂଟନ ପର୍ଯ୍ୟନ୍ତ ବାହାରୁଥିବା ଦୈନିକ, ସାପ୍ତାହିକ, ତ୍ରୈମାସିକ ଓ ବାର୍ଷିକ ମୁଦ୍ରିତ ଖବର କାଗଜକୁ ସଂଗ୍ରହ କରିବା ପାଇଁ ଲାଗି ପଡିଛନ୍ତି । ଖୋର୍ଦ୍ଧା ସହରର ବରିଷ୍ଠ ନାଗରିକ ସଂଘର ସମ୍ପାଦକ ବିମଳ ଚନ୍ଦ୍ର ଷଡ଼ଙ୍ଗୀ ନିଜ ପତ୍ନୀଙ୍କ ସ୍ମୃତିରେ କରିଥିବା ଏହି ସଂଗ୍ରହାଳୟରେ ୧୦୬ଟି ଦେଶର ୬ ହଜାର ୧୫୮ଖଣ୍ଡ ମୁଦ୍ରିତ ଖବରକାଗଜ ସଂଗ୍ରହ କରି ରଖିଛନ୍ତି । ଯାହା ତାଙ୍କୁ ଦେଇଛି ନୂଆ ପରିଚୟ ।

ଏଥିରେ ଆସାମ ରାଜ୍ୟର ସର୍ବାଧିକ ୪ ଟି ଭାଷା ସହ ଆଞ୍ଚଳିକ ଓ ବିଦେଶୀ ଭାଷାକୁ ମିଶାଇ ମୋଟ ୧୦୮ଟି ଭାଷାର ଖବର କାଗଜକୁ ସଂଗ୍ରହ କରିଛନ୍ତି । ପ୍ରଥମେ ସେ ଆଞ୍ଚଳିକ କାଗଜ ଯୋଗାଡ଼ କରିଥିଲେ । ୨୦୧୭ ମସିହା ସୁଦ୍ଧା ୧ ହଜାର ୪୧୦ ପ୍ରକାରର କାଗଜ ଯୋଗାଡ଼ କରି ନିଜ ପତ୍ନୀଙ୍କ ନାମରେ କରୁଣାମୟୀ ସ୍ମାରକୀ ସମ୍ବାଦପତ୍ର ସଂଗ୍ରହାଳୟ ଉନ୍ମୋଚନ କରିଥିଲେ । ୭ ବର୍ଷ ମଧ୍ୟରେ ଏହି ଖବର କାଗଜ ସଂଖ୍ୟା ପ୍ରାୟ ୪ ଗୁଣ ବଢ଼ିଛି । ସମବାୟ ବିଭାଗରୁ ୨୦୧୩ ମସିହାରେ ସହକାରୀ ନିବନ୍ଧକ ଭାବେ ଅବସର ଗ୍ରହଣ କରିବା ପରେ ବିଭିନ୍ନ ସ୍ଥାନରୁ ପ୍ରକାଶ ପାଉଥିବା ଖବରକାଗଜ ସଂଗ୍ରହ କରିବା ନିଶା ତାଙ୍କୁ ଘାରିଥିଲା । ଆମେରିକା , ଜର୍ମାନ୍ , ଆଫ୍ରିକା , ଚୀନ ,ପାକିସ୍ତାନ , ଦୁବାଇ , ଇଂଲଣ୍ଡ , ଭୁଟାନ , କେନିଆ, ଆରବ , ଓମାନ , ମ୍ୟାଲେସିଆ , ନାଇଜେରିଆ , ଫ୍ରାନ୍ସ , ସ୍ପେନ ଆଦି ପ୍ରାୟ ୧୦୬ଟି ଦେଶର କାଗଜ ସେ ଯୋଗାଡ଼ କରିସାରିଲେଣି ।

ଏହା ବି ପଢନ୍ତୁ...ଇଣ୍ଟରନେଟ ଯୁଗରେ ଆଜିବି ଲୋକପ୍ରିୟ ରହିଛି ରେଡିଓ: ସୁବ୍ରତ ପତି

ସେହିଭଳି ଭାରତୀୟ ଭାଷାର କାଗଜ ଦାମ ପ୍ରାୟ ୧୦ ଟଙ୍କା ମଧ୍ୟରେ ରହୁଥିବାବେଳେ ବିଦେଶୀ କାଗଜର ଦାମ ୨ ରୁ ୩ ଡଲାର ଦେଇ କିଣିବାକୁ ପଡୁଥିବା କହିଛନ୍ତି । ଆବଶ୍ୟକସ୍ଥଳେ ଗୋଟିଏ ଗୋଟିଏ କାଗଜକୁ ଶତାଧିକ ଟଙ୍କା ଦେଇ କିଣିବାକୁ ପଡୁଛି ବୋଲି ସେ ପ୍ରକାଶ କରିଛନ୍ତି । "ଆମ ରାଜ୍ୟରେ ବର୍ତ୍ତମାନ ମୁଦ୍ରିତ ଖବର କାଗଜ ପଢିବାକୁ ପାଠକଙ୍କ ଆଗ୍ରହ ସେତେଟା ପରିଲକ୍ଷିତ ହେଉନାହିଁ। ମୋବାଇଲର ବହୁଳ ବ୍ୟବହାର ସାଙ୍ଗକୁ ଡିଜିଟାଲ ଯୁଗରେ ଆଉ କିଛି ବର୍ଷ ପରେ ଏହି ମୁଦ୍ରିତ ଖବର କାଗଜ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ" ବୋଲି ଆଶଙ୍କା କରିଛନ୍ତି ବିମଳ । ଏହି ସଂଗୃହୀତ ଖବର କାଗଜ ଆଗାମୀ ପିଢ଼ି ପାଇଁ କାମରେ ଆସିବ ବୋଲି ଆଶା ରଖିଛନ୍ତି ବିମଳ ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details