ଓଡିଶା

odisha

By ETV Bharat Odisha Team

Published : Mar 4, 2024, 11:01 PM IST

ETV Bharat / state

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ: ରୋକିବା ପାଇଁ ଖୁବଶୀଘ୍ର ଏସଓପି ଆଣିବ ପ୍ରଶାସନ

Non Hindu in Puri Jagannath Temple: ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ପ୍ରସଙ୍ଗ । ଖୁବଶୀଘ୍ର ଆସିବ ଏସଓପି । ଅଧିକ ପଢନ୍ତୁ

Non Hindu In Shreemandir
Non Hindu In Shreemandir

Non Hindu In Shreemandir

ପୁରୀ: ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ପ୍ରସଙ୍ଗ । ଖୁବଶୀଘ୍ର ଏସଓପି ଆଣିବ ଶ୍ରୀମନ୍ଦିର ପ୍ରଶାସନ । ଗତ ରବିବାର ସନ୍ଧ୍ୟାରେ 9 ଜଣ ଅଣ ହିନ୍ଦୁ ପ୍ରବେଶ ଘଟଣାକୁ ନେଇ ତେଜିଛି ବିରୋଧାଭାଷ। ବିଶେଷ କରି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଂଲାଦେଶରୁ ଆସିଥିବା କିଛି ଅଣ ହିନ୍ଦୁ ଶ୍ରୀମନ୍ଦିର ପ୍ରବେଶ କରିବା ପରେ ଏହାକୁ କିଭଳି ରୋକି ହେବ ସେନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି। ଶ୍ରୀମନ୍ଦିରରେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ଘଟିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଆଇନ ଅନୁଯାୟୀ ତଦନ୍ତ ସହ ପୋଲିସ କଡ଼ା କାର୍ଯ୍ୟନୁଷ୍ଠାନ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏତଲାରେ ଦର୍ଶାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।

ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ କୁମାର ସାହୁ କହିଛନ୍ତି, "ଏହାକୁ କିଭଳି ରୋକି ହେବ ସେନେଇ ଏକ SOP ପ୍ରସ୍ତୁତ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ଖୁବଶୀଘ୍ର ହେବ। ସେହିପରି ଶ୍ରୀମନ୍ଦିର ଚାରି ପାଖରେ ଅଣ ହିନ୍ଦୁ ପ୍ରବେଶ କଟକଣା ଥିବା ସାଇନ୍ ବୋର୍ଡ ଲଗାଯିବ। ମନ୍ଦିରରେ ପ୍ରବେଶ ପୂର୍ବରୁ ବାରିକେଡରେ କଡ଼ାକଡ଼ି ଚେକ୍ କରାଯିବ ।"

ଏହାସହ ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ବିପଦ ଥିବା ଆଶଙ୍କାକୁ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି, "ଜିଲ୍ଲା ପୋଲିସ ପକ୍ଷରୁ ଶ୍ରୀମନ୍ଦିର ଚାରି ଦ୍ୱାରରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି । ନିୟମିତ ଏସପି ସମୀକ୍ଷା କରୁଛନ୍ତି। ତେବେ ଆଗାମୀ ଦିନରେ ଅଣ ହିନ୍ଦୁ କିଭଳି ମନ୍ଦିରରେ ପ୍ରବେଶ ନ କରିବେ ସେ ଦିଗରେ ସ୍ଵତନ୍ତ୍ର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ ।"


ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶର ତଦନ୍ତ କରୁଛି ପୋଲିସ, ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ବୁଦ୍ଧିଜୀବୀ ଅସନ୍ତୋଷ



ସୂଚନା ଅନୁସାରେ, ଗତ ରବିବାର ସନ୍ଧ୍ୟାରେ ଶ୍ରୀମନ୍ଦିରରେ କିଛି ଅଣହିନ୍ଦୁ ବ୍ୟକ୍ତିଙ୍କ ପ୍ରବେଶକୁ ନେଇ ଅଭିଯୋଗ ହେବା ପରେ ମୋଟ ୯ ଜଣ ବ୍ୟକ୍ତିଙ୍କୁ ସିଂହଦ୍ଵାର ଥାନା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ବିଶେଷ କରି ଏହି ୯ ଜଣ ବ୍ୟକ୍ତିଙ୍କର ପାସପୋର୍ଟ ଏବଂ ଭିସା ଯାଞ୍ଚ ପାଇଁ ବାଂଲାଦେଶର ଦୂତାବାସଙ୍କ ସହ ଯୋଗାଯୋଗ କରାଯାଇଛି। ସେହିପରି ଭିସା, ପାସପୋର୍ଟର ବୈଧତା ଅଛି କି ନାହିଁ ସେ ନେଇ ଯାଞ୍ଚ କରାଯାଉଛି ।

ଏହି ୯ ଜଣ ବ୍ୟକ୍ତି ଓଡ଼ିଶାକୁ କାହିଁକି ଆସିଥିଲେ, କେଉଁ କେଉଁ ସ୍ଥାନକୁ ଯାଇଥିଲେ, ପୂର୍ବରୁ ଭାରତକୁ ଏମାନେ ଆସିଛନ୍ତି କି ନାହିଁ ସେନେଇ ପୋଲିସ ତଦନ୍ତ କରୁଥିବା ଏସପି ପିନାକ ମିଶ୍ର କହିଛନ୍ତି। ସେହିପରି ଏହି ସନ୍ଦିଗ୍ଧ ବ୍ୟକ୍ତି ମାନେ କେଉଁ ହୋଟେଲରେ ରହିଥିଲେ ଏବଂ କ'ଣ ପରିଚୟ ଦେଇ ରହିଥିଲେ ତାହା ମଧ୍ୟ ପୋଲିସ ଯାଞ୍ଚ କରୁଛି। ତେବେ ଏହାର ସବିଶେଷ ତଦନ୍ତ ସରିବା ପରେ ସମ୍ପୂର୍ଣ୍ଣ ଘଟଣାକ୍ରମ ଜଣାପଡ଼ିବ ବୋଲି ଏସପି କହିଛନ୍ତି ।


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details