ଓଡିଶା

odisha

ETV Bharat / state

ନବ ଦାସ ହତ୍ୟାକାଣ୍ଡ: ‘ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ବ୍ୟକ୍ତି ହିଁ ଷଡଯନ୍ତ୍ରକାରୀ’ - NABA DAS MURDER CASE

ବିସ୍ଫୋରଣ କଲେ ଶାସକ ଦଳର ସାଂସଦ ପ୍ରଦୀପ ପୁରୋହିତ । କହିଲେ ହତ୍ୟାକାଣ୍ଡ ପଛରେ ସେତେବେଳର ମୁଖ୍ୟମନ୍ତ୍ରୀ ଆଶାୟୀ । ଏବେ ପ୍ରମାଣିତ ହେବାକୁ ଯାଉଛି ।

ନବ ଦାସ ହତ୍ୟାକାଣ୍ଡ: ‘ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ବ୍ୟକ୍ତି ହିଁ ଷଡଯନ୍ତ୍ରକାରୀ’
ନବ ଦାସ ହତ୍ୟାକାଣ୍ଡ: ‘ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ବ୍ୟକ୍ତି ହିଁ ଷଡଯନ୍ତ୍ରକାରୀ’ (ETV Bharat Odisha)

By ETV Bharat Odisha Team

Published : Jan 19, 2025, 5:32 PM IST

ଭୁବନେଶ୍ବର:ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଶାସକ ଦଳର ସାଂସଦ ପ୍ରଦୀପ ପୁରୋହିତ । ନବଙ୍କ ହତ୍ୟା କେବଳ ଗୋପାଳ ଦାସ କରିନାହାନ୍ତି, ବରଂ ଏହା ପଛରେ ଏକ ବଡ ଷଡଷନ୍ତ୍ରକାରୀ ଗୋଷ୍ଠୀ ରହିଛି । ନବୀନ ପଟ୍ଟନାୟକଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ, ସେ ହିଁ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ । ଏବେ ତାହା ପ୍ରମାଣିତ ହେବାକୁ ଯାଉଛି ବୋଲି ପ୍ରଦୀପ କହିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

  • ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ଆଶାୟୀ ହିଁ ମୁଖ୍ୟ ଷଡଯନ୍ତ୍ରକାରୀ: ପ୍ରଦୀପ

ଆଜି ଏକ ଭିଡିଓ ପ୍ରତିକ୍ରିୟାରେ ପ୍ରଦୀପ କହିଛନ୍ତି,‘‘ନବୀନ ପଟ୍ଟନାୟକଙ୍କ ପରେ ଯିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ, ସିଏ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଆଜି ତାହା ପ୍ରମାଣିତ ହେବାକୁ ଯାଉଛି । ଦୁର୍ଭାଗ୍ୟର ବିଷୟ ସେ ସମୟରେ ତାଙ୍କ (ନବ ଦାସଙ୍କ) ପରିବାର ସମ୍ପୂର୍ଣ୍ଣ ନୀରବ ରହିଲେ । କ୍ଷମତା ଓ ସମ୍ପତ୍ତି ଲୋଭରେ ତଦନ୍ତ ଠିକ୍‌ ହେଉଥିବା କହିଥିଲେ । ଯଦି ପ୍ରକୃତରେ ତାଙ୍କ ପରିବାର ନବ ଦାସଙ୍କ ହତ୍ୟାକାରୀକୁ ଧରିବାକୁ ଚାହୁଁଛନ୍ତି, ତେବେ ଓଡ଼ିଶା ସରକାରଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରନ୍ତୁ । ନବ ଦାସଙ୍କ ହତ୍ୟାକାଣ୍ଡର ଅଧିକ ତଦନ୍ତ ହେବାର ଆବଶ୍ୟକ ରହିଛି ଏବଂ ପରଦା ପଛର ଖଳନାୟକମାନେ ସାମ୍ନାକୁ ଆସିବା ଦରକାର ଅଛି ।’’

ନବ ଦାସ ହତ୍ୟାକାଣ୍ଡ: ‘ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ବ୍ୟକ୍ତି ହିଁ ଷଡଯନ୍ତ୍ରକାରୀ’ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

ନବ ଦାସ ହତ୍ୟା ମାମଲା:‘ ପରିବାର ଲିଖିତରେ ଦେଲେ CBI ତଦନ୍ତ କଥା ସରକାର ବିଚାର କରିବେ ’

ନବ ଦାସ ହତ୍ୟା ମାମଲାରେ CBI ତଦନ୍ତ ଦାବି, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ନବ ଦାସ ହତ୍ୟା: CBI ତଦନ୍ତ ଦାବି କଲେ ଝିଅ ଦୀପାଳି, ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ

  • ତଦନ୍ତ କରିବାକୁ କି’ଏ ମନା କରିଛି: ବିଜେଡି

ସେପଟେ ପ୍ରଦୀପଙ୍କ ଏପରି ବିସ୍ଫୋରକ ବୟାନ ପରେ ବିରୋଧୀ ବିଜେଡି କ୍ୟାମ୍ପରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ କହିଛନ୍ତି, ‘‘ ବିଜେପି ନିର୍ବାଚନ ପୂର୍ବରୁ କହିଥିଲା ଯେ ଆମେ ସରକାରରେ ଆସିଲେ ସବୁ ହତ୍ୟାକାଣ୍ଡର ‘ସିବିଆଇ’ ତଦନ୍ତ କରି ଦୋଷୀଙ୍କୁ ଜେଲ ପଠାଇବୁ । ହେଲେ ସରକାର ଆସିବାକୁ ସାତ ମାସ ବିତିଲାଣି । ଖାଲି କହୁଛନ୍ତି ତଦନ୍ତ କରିବୁ । କରୁନାହାନ୍ତି, କି’ଏ ମନା କରୁଛି ତାଙ୍କୁ । ତାଙ୍କର ଡ଼ବଲ ଇଞ୍ଜିନ୍ ସରକାର ସେ ତଦନ୍ତ କରନ୍ତୁ । କେବଳ ଅଭିଯୋଗ କଲେ କଣ ହେବ । ନିର୍ବାଚନ ବେଳେ ତ ନବ ଦାସଙ୍କ କେସଠୁ ଅନ୍ୟ କେସ ଗୁଡିକରେ ତଦନ୍ତ କରିବା ପାଇଁ ବିଜେପି କହିଥିଲା । ଏବେ କାହିଁକି ଲେଖିକି ଦେବା କଥା କହୁଛନ୍ତି । ନିଜ ଆଡୁ ସିବିଆଇ ତଦନ୍ତ କରାନ୍ତୁ । ’’

ଏହା ମଧ୍ୟ ପଢନ୍ତୁ:-

ନବ ଦାସ ହତ୍ୟା ମାମଲା, CBI ତଦନ୍ତ ପାଇଁ ଲିଖିତ ଜଣାଇବେ ଦୀପାଳି

ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ, ରକ୍ତ ଭିଜା ସାର୍ଟ କେଉଁଠି ?

  • ଅଫିସର ଓ ବିଧାୟକଙ୍କ ସମ୍ପୃକ୍ତି କଥା ଉଠାଇଥିଲେ ଜୟ ନାରାୟଣ

ପୂର୍ବରୁ କିଛି ଅଧିକାରୀ ଓ ବିଧାୟକଙ୍କ ସମ୍ପୃକ୍ତି କଥା ଉଠାଇସାରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବିଧାୟକ ଜୟ ନାରାୟଣ ମିଶ୍ର । ଏହି ହତ୍ୟାକାଣ୍ଡରେ ଗୋପାଳ କେବଳ ମୋହରା । ଜଣେ ଆଇଏଏସ, ଜଣେ ଆଇପିଏସ ଓ ଜଣେ ତତ୍କାଳୀନ ବିଧାୟକଙ୍କ ସମ୍ପୃକ୍ତି କଥା କହିଥିଲେ ଜୟ । ଯଦି ଦୀପାଳି ଚାହାନ୍ତି, ତେବେ ଲେଖିକି ଦେଲେ ସିବିଆଇ ତଦନ୍ତ କଥା ରାଜ୍ୟ ସରକାର ଚିନ୍ତା କରିବେ ବୋଲି ଜୟ କହିଥିଲେ । ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ନବଙ୍କ ପରିବାର ଲିଖିତ ଦେଲେ, କେନ୍ଦ୍ରୀୟ ତଦନ୍ତ ନେଇ ବିଚାର କରାଯିବ ବୋଲି ଏକାଧିକ ଥର କହିସାରିଛନ୍ତି । ଦୀପାଳି ମଧ୍ୟ ଆଜି ଏହି ପ୍ରସଙ୍ଗରେ କହିଛନ୍ତି, ସେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରୁଛନ୍ତି । ଖୁବଶୀଘ୍ର ଲିଖିତରେ ଦାବି କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details