ଓଡିଶା

odisha

ETV Bharat / state

ପର୍ଯ୍ୟଟନ ସଚିବଙ୍କୁ ଭେଟିଲେ ସୋଫିଆ, କଟକକୁ 'କଲଚର ହେରିଟେଜ କ୍ୟାପିଟାଲ' କରିବାକୁ ଦାବି - SOFIA MEETS TOURISM SECRETARY

ପର୍ଯ୍ୟଟନ ସଚିବଙ୍କୁ ଭେଟିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । କଟକ ସହରର ପ୍ରାଚୀନ ଭିତ୍ତିଭୂମିକୁ ସଜାଡିବା ପାଇଁ ଦାବି ।

SOFIA MEETS TOURISM SECRETARY
SOFIA MEETS TOURISM SECRETARY (ETV Bharat Odisha)

By ETV Bharat Odisha Team

Published : Nov 15, 2024, 12:37 PM IST

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ପର୍ଯ୍ୟଟନ ସଚିବଙ୍କୁ ଭେଟିଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । କଟକ ସହରର ପ୍ରାଚୀନ ଭିତ୍ତିଭୂମିକୁ ସଜାଡି ବିକାଶ ଦିଗରେ ଅଗ୍ରସର କରାଇବାକୁ ଅଣ୍ଟା ଭିଡିଛନ୍ତି ସୋଫିଆ । ବିଭିନ୍ନ ଦାବି ସମ୍ମିଳିତ ଏକ ଦାବି ପତ୍ର ପର୍ଯ୍ୟଟନ ସଚିବଙ୍କୁ ଭେଟି ପ୍ରଦାନ କରିଛନ୍ତି ।

SOFIA MEETS TOURISM SECRETARY (ETV Bharat Odisha)


'କଟକ କଲଚର ହେରିଟେଜ କ୍ୟାପିଟାଲ ହୋଇପାରିବ':
ଆଜିଠାରୁ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି । ଏହାର ଦିନକ ପୂର୍ବରୁ ଅର୍ଥାତ ଗୁରୁବାର ସଫଳ ବାଲିଯାତ୍ରା ଓ ବିଭିନ୍ନ ଦାବି ନେଇ ପର୍ଯ୍ୟଟନ ବିଭାଗର ସଚିବ ବଲବନ୍ତ ସିଂଙ୍କ ସହିତ ଆଲୋଚନା କରିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ।" କଟକର ପର୍ଯ୍ୟଟନ କ୍ଷେତ୍ରରେ କିଭଳି ଉନ୍ନତି ହେଇ ପାରିବ ସେନେଇ ଆଲୋଚନା ହୋଇଛି । କଟକ କଲଚର ହେରିଟେଜ କ୍ୟାପିଟାଲ ହୋଇପାରିବ । ଏହା ସହ ଭୁବନେଶ୍ବର ଓ ପୁରୀ ଭଳି ପର୍ଯ୍ୟଟକମାନେ କେମିତି କଟକ ଆସିବେ ଆଉ କେଉଁ ଜାଗାର ବିକାଶ ହୋଇପାରିବ ସେ ଉପରେ ଆଲୋଚନା ହୋଇଛି । ଏହା ସହ ଗଡ଼ଖାଇ, ବାରବାଟୀ ଦୁର୍ଗ, ରୂପା ତାରକସି କାମ, ଫୁଡ୍ କୋର୍ଟ ଗୁଡିକର କାର୍ଯ୍ୟ ସହ ଦହିବରା ଓ ଆଲୁଦମକୁ କେବେ ଜିଆଇ ଟ୍ୟାଗ ପ୍ରମୋଟ କରିବା ନେଇ ଆଲୋଚନା ହୋଇଛି" ବୋଲି କହିଛନ୍ତି ସୋଫିଆ ।

SOFIA MEETS TOURISM SECRETARY (ETV Bharat Odisha)

'ବାଲିଯାତ୍ରାର ସଫଳତା ପାଇଁ ଆଲୋଚନା':
ସେ ଆହୁରି କହିଛନ୍ତି,"କଟକର ପର୍ଯ୍ୟଟନ ବିକାଶ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯିବ । ବିଶ୍ବବିଖ୍ୟାତ ବାଲିଯାତ୍ରାର ସଫଳତା ପାଇଁ ଆଲୋଚନା ହେଲା । ସଂସ୍କୃତିର ସହର କଟକ କିଭଳି ଅନନ୍ୟ ହେବ, ସଂସ୍କୃତିର ରାଜଧାନୀ ପାଳଟିବ ସେନେଇ ପ୍ରସ୍ତାବ ରଖିଛି । ରୌପ୍ୟ ନଗରୀର ତାରକସି କାର୍ଯ୍ୟ ବେଶ ଆଦୃତ ଲାଭ କରିଛି । ଓଡ଼ିଶା ଆସିଥିବା ପର୍ଯ୍ୟଟକ ପୁରୀ ବୁଲିବା ସହ କଟକକୁ ମଧ୍ୟ ଆସିବେ । ପର୍ଯ୍ୟଟନ କ୍ଷେତ୍ରରେ କିପରି କଟକକୁ ଆକର୍ଷିତ କରିବେ ସେନେଇ ଆଲୋଚନା ହେଲା ।"

SOFIA MEETS TOURISM SECRETARY (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ଆରମ୍ଭ ହେଲା କଳିଙ୍ଗ ବାଲିଯାତ୍ରା , ପାରାଦ୍ୱୀପ ବିଜୁ ମଇଦାନରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...କାଲିଠୁ ଦୁଲୁକିବ କଟକ, ବାଲିଯାତ୍ରାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: କିଏ ହାତେଇଲେ କେଉଁ ପୁରସ୍କାର ?

କଟକର ସାର୍ବଜନୀନ ବିକାଶ ପାଇଁ ସ୍ବର ଉଠାଇଲେ ସୋଫିଆ:
ପୂର୍ବରୁ ସୋଫିଆ ବିଧାନସଭାରେ କଟକର ସାର୍ବଜନୀନ ବିକାଶ ପାଇଁ ସ୍ବର ଉଠାଇଥିଲେ । କଟକର ଦହିବରା ଆଲୁଦମକୁ GI ଟ୍ୟାଗ ମିଳିବା ନେଇ ଜାତୀୟ ସ୍ତରରେ ପ୍ରସ୍ତାବ ଦେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନା ଥାଉ କି, ପ୍ରାଚୀନ ସହର କଟକରେ 52 ବଜାର 53 ଗଳି । ଭାଇଚାରାର ଏକାନ୍ତ ଉତ୍ତମ ପରିବେଶ କଟକରେ ଦେଖିବାକୁ ମିଳେ । କଟକର ବାରବାଟୀ ଦୁର୍ଗ ଆଜିବି ବୀର ଓଡ଼ିଆଙ୍କ ଗାଥା ଗାଉଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details