ଓଡିଶା

odisha

ETV Bharat / state

‘ଏବେ ନିର୍ବାଚନ ହେଲେ 14 ଟପିବେ ନାହିଁ’: ବିଜେଡିକୁ ଯୋଗାଣ ମନ୍ତ୍ରୀଙ୍କ ଚ୍ୟାଲେଞ୍ଜ - MINISTER KRUSHNA PATRA TARGET BJD

140 କହୁଛନ୍ତି, ହେଲେ 14 ଟପିବେନାହିଁ । 24 ବର୍ଷ ଧରି ରାଜ୍ୟକୁ ଖୋଳ କରିଛନ୍ତି, 30 ବର୍ଷ ପର୍ଯ୍ୟନ୍ତ ଶାସନକୁ ଆସି ପାରିବେନି । ଗୃହରେ ବିଜେଡି ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ

‘ଏବେ ନିର୍ବାଚନ ହେଲେ 14 ଟପିବ ନାହିଁ’: ବିଜେଡିକୁ ଯୋଗାଣ ମନ୍ତ୍ରୀଙ୍କ ଚ୍ୟାଲେଞ୍ଜ
‘ଏବେ ନିର୍ବାଚନ ହେଲେ 14 ଟପିବ ନାହିଁ’: ବିଜେଡିକୁ ଯୋଗାଣ ମନ୍ତ୍ରୀଙ୍କ ଚ୍ୟାଲେଞ୍ଜ (ETV Bharat odisha)

By ETV Bharat Odisha Team

Published : Dec 10, 2024, 12:05 PM IST

ଭୁବନେଶ୍ବର:ପ୍ରତିଷ୍ଠା ପରଠାରୁ ଦୀର୍ଘ 24 ବର୍ଷ ପରେ ରାଜ୍ୟରେ କ୍ରମାଗତ କ୍ଷମତା ଉପଭୋଗ କରିଆସିଥିବା ବିଜୁ ଜନତା ଦଳ (ବିଜେଡି) ଚଳିତ ବିଧାନସଭା ନିର୍ବାଚନରେ ଧରାଶାୟୀ ହୋଇଛି । ଶୋଚନୀୟ ପରାଜୟ ପରେ ମଧ୍ୟ ପୁଣି ଥରେ କ୍ଷମତାକୁ ଆସିବେ ବୋଲି ଦଳୀୟ ନେତାମାନେ ବିଭିନ୍ନ ସ୍ଥାନରେ ଦମ୍ଭୋକ୍ତି ମଧ୍ୟ ଦେଖାଉଥିବା ଦେଖିବାକୁ ମିଳିଛି । ବିଧାନସଭା ଗୃହ ଆଲୋଚନା ବେଳେ ଏହି ପ୍ରସଙ୍ଗରେ କଟାକ୍ଷ କରି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଏବେ ଯଦି ନିର୍ବାଚନ ହୁଏ, ତେବେ ବିଜେଡି 14 ଆସନରୁ ଅଧିକ ଜିତି ପାରିବନାହିଁ ବୋଲି କୃଷ୍ଣ କହିଛନ୍ତି ।

  • 24 ବର୍ଷ ଧରି ରାଜ୍ୟକୁ ଖୋଳ କରିଛନ୍ତି, 30 ବର୍ଷ ପର୍ଯ୍ୟନ୍ତ ଶାସନକୁ ଆସିପାରିବେନି: କୃଷ୍ଣ

ଗତକାଲି (ସୋମବାର) ଗୃହରେ ବିବୃତି ରଖିବା ବେଳେ ବିରୋଧୀ ଦଳ ‘ବିଜେଡି’କୁ ଚ୍ୟାଲେଞ୍ଜ କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । କହିଥିଲେ, ‘‘ବିଜେଡି କହୁଛି ଏବେ ନିର୍ବାଚନ ହେଲେ ଆମେ 140 ଜିତିବୁ କିନ୍ତୁ ଯଦି ସତରେ ଏବେ ନିର୍ବାଚନ ହୁଏ ବିଜେଡି 140 କ’ଣ 14 ଆସନ ଟପି ପାରିବନାହିଁ । ପାଣି ବିନା ମାଛର ସ୍ଥିତି ଯାହା, କ୍ଷମତାରୁ ଦୂରରେ ଥାଇ ଏମାନଙ୍କ ସ୍ଥିତି ମଧ୍ୟ ସେହିପରି । ଏମାନେ ଚାଷୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି । ଆଗାମୀ 20-30 ବର୍ଷ ଭିତରେ ଏମାନେ ଆଉ ସରକାରକୁ ଆସିବେ ନାହିଁ । ପ୍ରତ୍ୟକ କୁଇଣ୍ଟାଲ ପିଛା ମିଲରଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ବିରୋଧୀଙ୍କ ଆଚରଣ ଓ ଉଚ୍ଚାରଣ ସଂଯମ ହେବାକୁ ପଡ଼ିବ । ନବୀନଙ୍କୁ କହିବାକୁ କ’ଣ ଏମାନଙ୍କଠାରୁ ଅନୁମତି ନେବାକୁ ପଡିବ । 24 ବର୍ଷ ଶାସନ କରି ରାଜ୍ୟକୁ ଏମାନେ ଖୋଳ କରିଦେଇଛନ୍ତି ।’’

  • ଧାନ କିଣାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା: ଯୋଗାଣ ମନ୍ତ୍ରୀ

ସେହିପରି ଚଳିତବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ସମ୍ପର୍କରେ ବିବୃତ୍ତି ରଖି ମନ୍ତ୍ରୀ କହିଛନ୍ତି, ଧାନ ମଣ୍ଡି ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରତ୍ୟକ ମଣ୍ଡି ପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି 4-5ଟି ମଣ୍ଡି ପାଇଁ ସରକାର ଜଣେ ସୁପରଭାଇଜରଙ୍କୁ ଦାୟିତ୍ୱ ଦେଇଛନ୍ତି । ସାଟେଲାଇଟ୍‌ ମାଧ୍ୟମରେ ସରକାର ପ୍ରକୃତ ମାଲିକ, ଚାଷ ଜମିର ଫୋଟୋ ସଂଗ୍ରହ କରିଛନ୍ତି । ସେଥିପାଇଁ ଆଉ ଦଲାଲ ରହିଲେ ନାହିଁ । ‘ଆନାଲାଇଜର ଏଫଏକ୍ୟୁ’ ମାନର ଧାନ ନିର୍ଣ୍ଣୟ କରିବାରେ ସହାୟକ ହୁଏ । ସେଥିପାଇଁ ଏହାକୁ ବ୍ୟବହାର କରାଯାଉଛି । ବିରୋଧୀଙ୍କ ବିଭ୍ରାନ୍ତିକର ତଥ୍ୟ ଗୃହକୁ ଭ୍ରମିତ କରୁଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ;- ସରକାରୀ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ୧୪ ପୂର୍ବତନ ବିଧାୟକ

ଏହା ମଧ୍ୟ ପଢନ୍ତୁ :-ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ପାରିତ, ହେରଫେର କଲେ ଗଣିବେ କୋଟିଏ

ଏହା ମଧ୍ୟ ପଢନ୍ତୁ:ନିଯୁକ୍ତି ଚଞ୍ଚକତା ନେଇ ବର୍ଷିଲେ ମୋହନ ମାଝୀ, 'ପୂର୍ବ ସରକାରରେ ହୋଇଥିଲା ASO ସିଟ୍ ବିକ୍ରି'

  • ଧାନ କିଣାରେ ଅବ୍ୟବସ୍ଥା ସୃଷ୍ଟି ପାଇଁ ଷଡଯନ୍ତ୍ର କରାଯାଇଥିଲା: ମନ୍ତ୍ରୀ

ଶେଷରେ ମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ଧାନ କିଣାରେ କିପରି ଅବ୍ୟବସ୍ଥା ସୃଷ୍ଟି ହେବ, ସେଥିପାଇଁ ଚକ୍ରାନ୍ତ କରିଥଲେ । ଧାନ ନଉଠାଇବା ପାଇଁ ମିଲରଙ୍କୁ ଧମକ ଦେଉଛନ୍ତି । ପୂର୍ବରୁ ଧାନ ଡିପୋଜିଟ ପାଇଁ ମିଲରଙ୍କଠାରୁ କୁଇଣ୍ଟାଲ ପିଛା 20 ଟଙ୍କା ଆଦାୟ କରାଯାଉଥିଲା । ଏବେ ଯିଏ ଏଭଳି କରିବ ତା’ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିରୋଧୀ ଦଳ ସଦସ୍ୟମାନେ ଆଚରଣ,ଉଚ୍ଚାରଣ ଠିକ୍‌ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details