ଭବାନୀପାଟଣା:କିଛି ଦିନର ବ୍ୟବଧାନ ପରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ । କଳାହାଣ୍ଡି ଜିଲ୍ଲା ସମେତ ସୀମାବର୍ତ୍ତୀ ଅଞ୍ଚଳମାନଙ୍କରେ ପୋଷ୍ଟର ଜାରି କରିଛନ୍ତି ଲାଲବାହିନୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ଆଜିଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ ହେଉଥିବାବେଳେ ଆଜି କଳାହାଣ୍ଡି ଜିଲ୍ଲାରେ ପୋଷ୍ଟର ମାଧ୍ୟମରେ ସେମାନେ ନିଜର ସ୍ଥିତି ଜାହିର କରିଛନ୍ତି । ଭବାନୀପାଟଣା ଯୁଗସାଇପାଟଣାକୁ ସଂଯୋଗ କରୁଥିବା ରାସ୍ତାର ସିକରଗୁଡ଼ା ଗାଁରେ ଏକ ଗଛରେ ଠାବ ହୋଇଛି ମାଓ ପୋଷ୍ଟର । ଏହାସହ ପୋଷ୍ଟର ନିକଟରେ ଏକ ଶହୀଦ ସ୍ତମ୍ଭ ମଧ୍ୟ ତିଆରି କରିଛନ୍ତି ମାଓବାଦୀ ।
Maoist Martyrs Week (ETV Bharat Odisha) ମାଓବାଦୀଙ୍କ ଶହୀଦ ସପ୍ତାହ:
ନିଜ ସଂଗଠନର ସଦସ୍ୟଙ୍କ ବଳିଦାନ କଥା ମନେ ପକାଇ ଏହି ଶହାଦ ସପ୍ତାହ ପାଳିଥାନ୍ତି ମାଓବାଦୀ । ଜୁଲାଇ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସପ୍ତାହକ ଧରି ଶହୀଦ ସପ୍ତାହ ପାଳନ କରିବାକୁ ପୋଷ୍ଟରରେ ଜନ ସାଧାରଣଙ୍କୁ ଆହ୍ୱାନ କରିଛନ୍ତି ମାଓବାଦୀ । ତେବେ ସରକାରଙ୍କ ମାଓଦମନ ନୀତିକୁ ବିରୋଧ କରାଯିବା କଥା ପୋଷ୍ଟରର ଉଲ୍ଲେଖ ରହିଛି ।
ଶହୀଦ ସ୍ତମ୍ଭ:
ଠାବ ହୋଇଥିବା ମାଓ ପୋଷ୍ଟର ନିକଟରେ ରହିଛି ଏକ ଶହୀଦ ସ୍ତମ୍ଭ । ଏହି ସ୍ତମ୍ଭ ମଧ୍ୟରୁ ଏକ ଛୋଟ ଲାଇଟ୍ ଦେଖାଯାଉଥିବାବେଳେ ଏଥିରେ ବିସ୍ପୋରକ ଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତେବେ ଶହୀଦ ସପ୍ତାହ ପାଳନ ନେଇ ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି ।
ଏହା ବି ପଢନ୍ତୁ...କଦମଗୁଡା ଜଙ୍ଗଲରୁ ୨ଟି ଲ୍ୟାଣ୍ଡମାଇନ ଠାବ କଲା ଅନକାଡେଲି ବିଏସଏଫ - Landmines In Kadamguda
CPIର ମାଓ ପୋଷ୍ଟର:
ଏହି ପୋଷ୍ଟରଟି CPI ମାଓବାଦୀ ପକ୍ଷରୁ ଜାରି କରାଯାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି । ସେପଟେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସୀମାନ୍ତରେ ମଧ୍ୟ ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ଶହୀଦ ସପ୍ତାହ ପାଳନ କରିବାକୁ ପୋଷ୍ଟରରେ ସେମାନେ ଉଲ୍ଲେଖ କରିଛନ୍ତି । ପୋଷ୍ଟରରେ ବଂଶଧାରା,ଘୁମୁସର, ନାଗାବଳୀ ଡିଭିଜନ ସିପିଆଇ ମାଓବାଦୀ ବୋଲି ଉଲ୍ଲେଖ ରହିଛି । ଅନେକ ସମୟରେ ଏହି ଅଞ୍ଚଳମାନଙ୍କରେ ମାଓ ଉପଦ୍ରବ ଦେଖିବାକୁ ମିଳିଥାଏ । କିଛି ଦିନର ବ୍ୟବଧାନ ପରେ ଲାଲବାହିନୀ ପୁଣି ସକ୍ରିୟ ହୋଇଉଛନ୍ତି । ଗୋଟିଏପଟେ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରୁଥିବାବେଳେ ଅନ୍ୟପଟେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ଇଟିଭି ଭାରତ, କଳାହାଣ୍ଡି