ଓଡିଶା

odisha

ETV Bharat / state

ବାତ୍ୟାରେ 2201 ମହିଳାଙ୍କ ସନ୍ତାନ ପ୍ରସବ, ଶୂନ ପ୍ରସବଜନିତ ମାତୃ ମୃତ୍ୟୁ

ବାତ୍ୟାରେ ଶୂନ ପ୍ରସବଜନିତ ମାତୃ ମୃତ୍ୟୁ । ବାତ୍ୟାରେ ୨୨୦୧ ମହିଳା କରିଛୁନ୍ତି ସନ୍ତାନ ପ୍ରସବ । ୧୮୫୮ ଜଣ ସାଧାରଣ ପ୍ରସବ ଏବଂ ୩୪୩ ଜଣ ଅସ୍ତ୍ରୋପଚାର।

babies delivered at cyclone shelters
babies delivered at cyclone shelters (ETV Bharat Odisha)

By ETV Bharat Odisha Team

Published : 4 hours ago

ଭୁବନେଶ୍ୱର:ରାଜ୍ୟରେ ବାତ୍ୟା ଦାନା କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଥିଲା। ବାତ୍ୟା ସମୟରେ ଗର୍ଭବତୀ ମହିଳା ମାନଙ୍କ ପାଇଁ ଥିଲା ଏକ ବଡ଼ ଚାଲେଞ୍ଜ। ବାତ୍ୟା ପୂର୍ବରୁ ଏବଂ ବାତ୍ୟା ପରେ ସମସ୍ତଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିଛି ସ୍ୱାସ୍ଥ୍ୟ ବିଭାଗ। ସାପ କାମୁଡା ସହିତ ପାଣି ଜନିତ ରୋଗ ଉପରେ ଗୁରୁତ୍ବ ଦିଆଯାଇଛି।



ବାତ୍ୟା ସମୟରେ ୨୨୦୧ ମହିଳା କରିଛୁନ୍ତି ସନ୍ତାନ ପ୍ରସବ:-
ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, "ବାତ୍ୟା ଆସିବା ପୂର୍ବରୁ ୧୪ ଟି ଜିଲ୍ଲାର ୩୪ ହଜାର ୮୦ ଜଣ ଗର୍ଭବତୀ ମହିଳାଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଚଳିତ ସପ୍ତାହରେ ପ୍ରସବ ତାରିଖ ଥିବା ୯ ହଜାର ୮୭୭ ଜଣ ମହିଳାଙ୍କ ମଧ୍ୟରୁ ୪ ହଜାର ୭୯୭ ଜଣ ମହିଳାଙ୍କୁ ନିକଟସ୍ଥ ଡ଼ାକ୍ତରଖାନାର ପ୍ରସବ କେନ୍ଦ୍ର/ମା’ଗୃହକୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପ୍ରକୃତପକ୍ଷେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ୬୨ ଜଣଙ୍କୁ ଏହିପରି ମୋଟାମୋଟି ୪୮୫୯ ମହିଳାଙ୍କୁ ପ୍ରସବ କେନ୍ଦ୍ର/ମା’ଗୃହକୁ ବିଭାଗ ପକ୍ଷରୁ ସ୍ଥାନାନ୍ତରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୨୦୧ ଜଣ ମହିଳା ସନ୍ତାନ ପ୍ରସବ କରିଛନ୍ତି। ତା’ ମଧ୍ୟରୁ ୧୮୫୮ଜଣ ସାଧାରଣ ପ୍ରସବ ଏବଂ ୩୪୩ଜଣ ଅସ୍ତ୍ରୋପଚାର ମାଧ୍ୟମରେ ଶିଶୁ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି," ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।



ହୋଇନାହିଁ ପ୍ରସବଜନିତ ମାତୃ ମୃତ୍ୟୁ:-
"ବାତ୍ୟା ସମୟରେ କୌଣସି ପ୍ରସବ ଜନିତ ମାତୃ ମୃତ୍ୟୁ ହୋଇନାହିଁ। ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗୁଣାତ୍ମକ ଏବଂ ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରମାଣିତ କରିଛି। ପାଣିପାଗ ଅନୁକୂଳ ହେବା ଏବଂ ସେମାନଙ୍କ ରହିବାର ସୁବନ୍ଦୋବସ୍ତ ହେବା ପର୍ଯ୍ୟନ୍ତ ସେମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରହିବାର ବ୍ୟବସ୍ଥା କରାଯାଇଥିଲା। ତେବେ ଏହି ସମସ୍ତ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ରଖାଯାଇ ସେମାନଙ୍କ ପ୍ରସବ ପରବର୍ତ୍ତୀ ଅବସ୍ଥାର ଯତ୍ନ ନିଆଯାଉଛି। ଆନନ୍ଦର କଥା, ମା’ ଓ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି" ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ।

ଏହା ବି ପଢନ୍ତୁ- ବାତ୍ୟାରେ ଜନ୍ମ ନେଲା ପୁଅ, ପରିବାର ଲୋକେ ନାମକରଣ କଲେ 'ଦାନା'

ଏହା ବି ପଢନ୍ତୁ- ବାତ୍ୟା ବେଳେ ଜନ୍ମ ନେଲା ଶିଶୁପୁତ୍ର, ନାମକରଣ ହେଲା 'ଦାନା'


ବାତ୍ୟା ମୁକାବିଲା ପାଇଁ ୨୮ ଡାକ୍ତର ୪୫ଜଣ କର୍ମଚାରୀଙ୍କୁ ସାଲୁଟ:-
ବାତ୍ୟା ଦାନାର ସଫଳ ମୁକାବିଲା ପାଇଁ ତିନୋଟି ଜିଲ୍ଲା ଯଥା କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ତିନି ଜଣ ଅତିରିକ୍ତ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହାୟତା ନିମନ୍ତେ ଅବସ୍ଥାପିତ କରାଯାଇଛି। ଏହା ସହିତ ଜିଲ୍ଲା ଗୁଡ଼ିକରେ ୨୮ ଜଣ ଡ଼ାକ୍ତର ଏବଂ ବିଭିନ୍ନ ବର୍ଗର ୪୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବାତ୍ୟା ଆସିବା ପୂର୍ବରୁ ୧୨୪୦ ଟି ଜେନେରେଟରକୁ ଇନ୍ଧନ ସହ ପ୍ରସ୍ତୁତ କରି ରଖାଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସାପକାମୁଡ଼ା ଇଞ୍ଜେକ୍ସନ ଏବଂ ଅନ୍ୟାନ୍ୟ ଦରକାରୀ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ କରି ରଖାଯାଇଛି। ତା’ ସହ ରକ୍ତ ଭଣ୍ଡାରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ମହଜୁଦ୍ ରଖାଯାଇଛି। ୧୪ ଟି ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ୨୩୮ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳକୁ ନିୟୋଜିତ କରାଯାଇଛି" ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।

ABOUT THE AUTHOR

...view details