ଓଡିଶା

odisha

ETV Bharat / state

ମା' ରାମାୟାଣାମ୍ମାଙ୍କ ଯାତ୍ରାରେ ଆରମ୍ଭ ହେଲା ଘଟ ପରିକ୍ରମା, ପ୍ରଥମ ଦିନରେ ରାଜଭୋଗ ଲାଗି - Maa Ramayanamma yatra - MAA RAMAYANAMMA YATRA

Maa Ramayanamma Yatra: ଛତ୍ରପୁରର ପ୍ରସିଦ୍ଧ ମା' ରାମାୟାଣାମ୍ମାଙ୍କ ଯାତ୍ରାରେ ଆରମ୍ଭ ହେଲା ଘଟ ପରିକ୍ରମା । ପ୍ରଥମ ଦିନରେ ନିଜ ବାପ ଘରୁ ବାହାରି ରାଜଭୋଗ ଗ୍ରହଣ କଲେ ମାଆ । ଅଧିକ ପଢନ୍ତୁ

Etv Bharat
Etv Bharat (ETV Bharat Odisha)

By ETV Bharat Odisha Team

Published : May 30, 2024, 8:29 AM IST


ବ୍ରହ୍ମପୁର: ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟାଣାମ୍ମାଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି । ଗତକାଲି (ବୁଧବାର) ମା'ଙ୍କ ଘଟ ପରିକ୍ରମା ହୋଇଛି । ଘଟ ପରିକ୍ରମାର ପ୍ରଥମ ଦିନରେ ମୁଖ୍ୟ ଘଟ ସହିତ ସମସ୍ତ ପାର୍ଶ୍ବ ଘଟ ବିରାଟ ପଟୁଆରରେ ରିକାପଲ୍ଲୀଠାରେ ପହଞ୍ଚିବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ରାଜଭୋଗ କରାଯାଇଥିଲା । ରିକାପଲ୍ଲୀ ସ୍ଥିତ ସ୍ୱର୍ଗୀୟ ୱାଇ. କାମରାଜୁଙ୍କ ଘରକୁ ଯାଇ ରାଜଭୋଗ ଗ୍ରହଣ କରିଥିଲେ ମାଆ । ଏହି ପ୍ରସିଦ୍ଧ ରାମାୟାଣାମ୍ମା ଯାତ୍ରା ଛତ୍ରପୁରରେ ଏକ ମାସ ଧରି ଆୟୋଜିତ ହେବ ।

ମା' ରାମାୟାଣାମ୍ମାଙ୍କ ଯାତ୍ରାରେ ଆରମ୍ଭ ହେଲା ଘଟ ପରିକ୍ରମା, ପ୍ରଥମ ଦିନରେ ରାଜଭୋଗ ଲାଗି (ETV Bharat Odisha)

ମା' ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରାର ଘଟ ପରିକ୍ରମାର ପ୍ରଥମ ଦିନରେ ମା' ନିଜ ବାପ ଘର କୁହାଯାଉଥିବା ଅସ୍ଥାୟୀ ମନ୍ଦିରରୁ ବାହାରିବା ପରେ ରିକାପଲ୍ଲୀ ସ୍ଥିତ ସ୍ୱର୍ଗୀୟ ୱାଇ. କାମରାଜୁଙ୍କ ଘରକୁ ଯାଇଥିଲେ । ସେଠାରେ ମା'ଙ୍କ ନିକଟରେ ରାଜଭୋଗ ଲାଗି ହୋଇଥିଲା ।‌ ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀ ଯାତ୍ରାର ଗୋଟିଏ ବର୍ଷ ଅବଧି ପରେ ମା' ରାମାୟାଣାମ୍ମାଙ୍କ ଏହି ଯାତ୍ରା ହେଉଥିବାବେଳେ ମା' ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହି ଘଟ ଦର୍ଶନ କରିବା ପାଇଁ ଛତ୍ରପୁର ସହର ଏବଂ ଆଖପାଖ ଅଞ୍ଚଳର ବହୁ ଭକ୍ତ ଭିଡ ଜମାଉଥିବା ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ: ପରୁଆମାଳି ଗୁମ୍ଫାରେ ଚନ୍ଦନ ଯାତ୍ରା ଓ ଲିଆଖିଆ ପର୍ବ ଆରମ୍ଭ - Chandan Yatra In Paruamali Cave

ଏହା ମଧ୍ୟ ପଢନ୍ତୁ: ପ୍ରସିଦ୍ଧା ମାଇପି ମେଳା, ଯେଉଁଠି ଗୁହାରିଆ ପଡିଲେ ମାନସିକ ହୁଏ ପୂରଣ ! - Maipi Mela 2024

ଏହି ଯାତ୍ରାକୁ ସୁରୁଖୁରରେ ସମ୍ପାଦନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଗତକାଲି ମା'ଙ୍କ ଘଟ ପରିକ୍ରମା ସମୟରେ ପୋଲିସ, ମନ୍ଦିର ସେବାୟତ, କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ପିଲାଙ୍କ ମନୋରଞ୍ଜନ ପାଇଁ ଆସନ୍ତା ଆସନ୍ତା ୧୨ ତାରିଖରୁ ଯାତ୍ରାରେ ରାମଦୋଳି, ମୀନା ବଜାର ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଯାତ୍ରା କମିଟି ପରିଚାଳକ ସି.ଏଚ ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଡ ପରିଚାଳକ ସମରେନ୍ଦ୍ର ନାପତି, କୋଷାଧ୍ଯକ୍ଷ ପି. ରାଜୁ ରେଡ୍ଡୀ ଏବଂ ସମସ୍ତ କମିଟି ସଦସ୍ୟ, ସ୍ୱେଚ୍ଛାସେବୀ ଏବଂ ସ୍ଥାନୀୟ ବାସିନ୍ଦାମାନେ ସହଯୋଗ କରୁଛନ୍ତି । ଏକ ମାସ ଧରି ଏହି ଯାତ୍ରା ଚାଲିବ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details