ଓଡିଶା

odisha

ETV Bharat / state

ସୃଷ୍ଟି ହେଲା ଲଘୁଚାପ; ୨୪ ସୁଦ୍ଧା ଅବପାତ, ଆଜି ବିଭିନ୍ନ ସ୍ଥାନରେ ବର୍ଷା ! - LOW PRESSURE FORMED

Odisha Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆସନ୍ତା ୨୪ ତାରିଖ ସକାଳ ସୁଦ୍ଧା ଡିପ୍ରେସନ ବା ଅବପାତରେ ରୂପ ନେବା ସମ୍ଭାବନା । ଅଧିକ ପଢନ୍ତୁ

By ETV Bharat Odisha Team

Published : May 22, 2024, 10:34 AM IST

Updated : May 22, 2024, 2:22 PM IST

ସୃଷ୍ଟି ହେଲା ଲଘୁଚାପ; ୨୪ ସୁଦ୍ଧା ଅବପାତ ସମ୍ଭାବନା
ସୃଷ୍ଟି ହେଲା ଲଘୁଚାପ; ୨୪ ସୁଦ୍ଧା ଅବପାତ ସମ୍ଭାବନା (ETV Bharat Odisha)

ସୃଷ୍ଟି ହେଲା ଲଘୁଚାପ; ୨୪ ସୁଦ୍ଧା ଅବପାତ, ଆଜି ବିଭିନ୍ନ ସ୍ଥାନରେ ବର୍ଷା ! (ETV Bharat Odisha)

ଭୁବନେଶ୍ବର:ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ବୁଧବାର) ଦକ୍ଷିଣପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତରପୂର୍ବ ଦିଗରେ ଗତି କରିବା ସହ ଆସନ୍ତା ୨୪ ତାରିଖ ସକାଳେ ଅବପାତର ରୂପ ନେବ । ପରବର୍ତ୍ତୀ ସମୟରେ ଏହା ଉତ୍ତରପୂର୍ବ ଦିଗରେ ଗତି ବଜାୟ ରଖିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ସୃଷ୍ଟି ହେଲା ଲଘୁଚାପ (ETV Bharat Odisha)

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ଲଘୁଚାପର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ସମୁଦ୍ର ଅଶାନ୍ତ ରହିବ । ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିପାରେ । ୨୪ ତାରିଖରେ ପବନରେ ବେଗ ଅଧିକ ରହିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ମାଛ ମାରିବାକୁ ସମୁଦ୍ର ମଧ୍ୟରେ ଅଛନ୍ତି, ଫେରି ଆସିବାକୁ ସତର୍କ କରାଯାଇଛି । ତେବେ ଲଘୁଚାପ ଅବପାତରେ ପରିଣତ ହୋଇ ଅଧିକ ଘନୀଭୂତ ହେଲେ ଅଥବା ଗଭୀର ଅବପାତର ରୂପ ନେଲେ ବାତ୍ୟା ଆଶଙ୍କା ରହିଛି ।

ଏହା ମଧ୍ୟ ପଢନ୍ତୁ: ମତ୍ସ୍ୟଜୀବୀଙ୍କୁ ବର୍ଷା ଆଲର୍ଟ, ସମୁଦ୍ର କୂଳକୁ ୨୩ ତାରିଖ ସୁଦ୍ଧା ଫେରିଆସିବାକୁ ପରାମର୍ଶ - Odisha Weather Update

ସେହିପରି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ୨୫ ତାରିଖ ବେଳକୁ କିଛି ସ୍ଥାନରେ ବର୍ଷା ହେବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷକରି ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏଥିପାଇଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।

ଅପରପକ୍ଷେ, ଗତକାଲି ରାଜ୍ୟରେ ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ନୂଆପଡାରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୁନ୍ଦରଗଡରେ ୪୧.୨, ବୌଦ୍ଧ ଓ ଖୋର୍ଦ୍ଧାରେ ୪୦.୫, ଝାରସୁଗୁଡାରେ ୪୦.୪, ବଲାଙ୍ଗୀରରେ ୪୦.୪, ଭବାନୀପାଟଣା ଓ ଟିଟଲାଗଡ଼ରେ ୪୦ ଡିଗ୍ରୀ ରେକର୍ଡ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 22, 2024, 2:22 PM IST

ABOUT THE AUTHOR

...view details