ଓଡିଶା

odisha

27ରେ ଓଡ଼ିଶା ଆସୁଛନ୍ତି ମଲିକାର୍ଜୁନ ଖଡ଼ଗେ, ବାଲେଶ୍ୱର ଏବଂ ଭଦ୍ରକରେ ଜୋରଦାର ପ୍ରଚାର - Mallikarjun Kharge To Visit Odisha

By ETV Bharat Odisha Team

Published : May 24, 2024, 12:37 PM IST

Updated : May 24, 2024, 12:53 PM IST

MALLIKARJUN KHARGE TO VISIT ODISHA: ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା ୨୭ ତାରିଖରେ ବାଲେଶ୍ୱର ଏବଂ ଭଦ୍ରକ ଆସୁଛନ୍ତି AICC ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ । ଅଧିକ ପଢନ୍ତୁ

MALLIKARJUN KHARGE TO VISIT ODISHA
MALLIKARJUN KHARGE TO VISIT ODISHA (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସକୁ କିଭଳି ଅଧିକ ଜନ ସମର୍ଥନ ମିଳିବ ସେ ନେଇ କଂଗ୍ରେସ ଦୃଢ଼ ଆଶାବାଦୀ ରହିଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଦ୍ୱାର ଦେଶରେ , 6ଟି ଲୋକସଭା ମଣ୍ଡଳୀର 42ଟି ବିଧାନସଭା କ୍ଷେତ୍ରରେ ହେବ ଭୋଟ। ଜନସାଧାରଣଙ୍କୁ ନିଜ ସପକ୍ଷରେ ନେବାକୁ ଚାଲିଛି ହାଇ ଭୋଲ୍ଟେଜ ପ୍ରଚାର । କଂଗ୍ରେସ ପକ୍ଷରୁ AICC ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଆସନ୍ତା 27 ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ । ସେ ବାଲେଶ୍ୱର ,ଭଦ୍ରକରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଚତୁର୍ଥ ପର୍ଯ୍ୟାୟରେ ସେ ପ୍ରଚାର କରିବେ ବୋଲି ସୂଚନା ଦେଇଛନ୍ତି ଓପିସିସି ମିଡିଆ ସେଲର ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ମହାନ୍ତି ।

MALLIKARJUN KHARGE TO VISIT ODISHA (ETV Bharat Odisha)

ଆସନ୍ତା 25 ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେବ । ଆଜି ପ୍ରଚାରର ଶେଷ ଦିବସରେ କଟକ ବାରବାଟୀ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ ଙ୍କ ପାଇଁ ହାଇ ଭୋଲ୍ଟେଜ ପ୍ରଚାର କରିଛନ୍ତି AICC ମିଡିଆ ସେଲ ଅଧ୍ୟକ୍ଷ ପବନ ଖେରା । ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କେନ୍ଦ୍ରାପଡା କୁଳିଆ, ଖୋର୍ଦ୍ଧାର ବାଣପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାସର୍ମା ମଧ୍ୟ ବିଭିନ୍ନ ସ୍ଥାନରେ ବିଜେପି ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କୁ ଘନ ଘନ ଅଟାକ୍ କରିଛନ୍ତି । ସେହିପରି ଶାସକ ଦଳ ଟପ ନେତା ଭିକେ ପାଣ୍ଡିଆନ ନିମାପଡା ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।

ଏହା ମଧ୍ୟ ପଢନ୍ତୁ......କଂଗ୍ରେସ ପାଇଁ ଭୋଟ ମାଗିଲେ ଇଣ୍ଡିଆ ମେଣ୍ଟର ନେତା - Campaign In Balasore

ସେପଟେ କଂଗ୍ରେସ ନେତା ବିଶ୍ବ ରଞ୍ଜନ ମହାନ୍ତି କହିଛନ୍ତି ଯେ, ବିଭିନ୍ନ ପର୍ଯ୍ୟାୟରେ କଂଗ୍ରେସ ଭଲ ପଦର୍ଶନ କରିଛି ।କଂଗ୍ରେସ ଗ୍ୟାରେଣ୍ଟି ସହ ରାଜ୍ୟରେ ଥିବା ଉଭୟ ବିଜେଡି ବିଜେପିର ବିଫଳତାକୁ ଲୋକେ ବୁଝି ସାରିଲେଣି ।ମୋଦି ଅମିତ ସାହା ଙ୍କ ପାଦ ତଳୁ ମାଟି ଖସିଲାଣି । ବିଜେପି ଭୟଭୀତ ହୋଇଗଲାଣି । ଜନତା ଉଭୟ ବିଜେଡି ଏବଂ ବିଜେପି ଠାରୁ ମୁଁହ ଫେରାଇଲେଣି । କଂଗ୍ରେସ ହିଁ ବିକଳ୍ପ । କଂଗ୍ରେସ ଗ୍ୟାରେଣ୍ଟି ନେଇ କଂଗ୍ରେସ ପ୍ରାର୍ଥୀମାନେ ଭୋଟରମାନଙ୍କୁ ଅବଗତ କରୁଛନ୍ତି । କଂଗ୍ରେସ ଭଲ ସ୍ଥିତିରେ ଅଛି ଆଉ ଭଲ ପଦର୍ଶନ କରିବ ମଧ୍ୟ । ରାଜ୍ୟରେ ଶେଷ ତଥା ଅନ୍ତିମ ପର୍ଯ୍ୟାୟରେ ଭୋଟ ଜୁନ 1 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ବିଜେପି ପକ୍ଷରୁ 29 ତାରିଖରେ ମୋଦି ବାଲେଶ୍ୱର ,କେନ୍ଦ୍ରାପଡା ଏବଂ ଅନ୍ୟ କିଛି ସ୍ଥାନରେ ପ୍ରଚାର କରିବେ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ମଧ୍ୟ ପ୍ରଚାର ମଙ୍ଗ ଧରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 24, 2024, 12:53 PM IST

ABOUT THE AUTHOR

...view details