ଓଡିଶା

odisha

By ETV Bharat Odisha Team

Published : Mar 26, 2024, 1:20 PM IST

Updated : Mar 26, 2024, 1:26 PM IST

ETV Bharat / state

ଭଦ୍ରକରେ ବିଜେପି କାର୍ଯ୍ୟାଳୟର ଲୋକସଭା ଭବନ ଉଦଘାଟିତ - Lok Sabha Bhavan Inaugurated

BJP Lok Sabha Bhavan Inaugurated: ଭଦ୍ରକ ବିଜେପି କାର୍ଯ୍ୟାଳୟରେ ଲୋକସଭା ଭବନ ଉଦଘାଟିତ । ପରବର୍ତ୍ତୀ ସମୟରେ ନୂତନ କାର୍ଯ୍ୟାଳୟଙ୍କୁ ଉଦଘାଟନ କରିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ

Lok Sabha Bhavan
Lok Sabha Bhavan

BJP Lok Sabha Bhavan Inaugurated

ଭଦ୍ରକ:ଭଦ୍ରକରେ ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟାଳୟରେ ଲୋକସଭା ଭବନ ଉଦଘାଟିତ ହୋଇଯାଇଛି । ସୋମବାର ଜିଲ୍ଲା ବିଜେପି ନେତୃତ୍ୱରେ ଏହା ଉଦଘାଟିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ନୂତନ କାର୍ଯ୍ୟାଳୟ ସହ ସମସ୍ତ ଭବନକୁ ଆନୁଷ୍ଠାନିକ ଭାବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ଜିଲ୍ଲାର ନୂତନ ବିଜେପି କାର୍ଯ୍ୟାଳୟ ଗେଲପୁର ଛକ ନିକଟରେ ନିର୍ମାଣ କରାଯାଇଛି । ଦଳର ନବ ନିର୍ମିତ କାର୍ଯ୍ୟାଳୟକୁ ନେଇ ସମସ୍ତ ବିଜେପି କର୍ମକର୍ତ୍ତା ବେଶ ଖୁସି ଅଛନ୍ତି ।

ଭଦ୍ରକ ଲୋକସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଭିମନ୍ୟୁ ସେଠୀ ସୋମବାର ବିଜେପିର ନୂତନ ଜିଲ୍ଲା କାର୍ଯ୍ୟାଳୟଠାରେ ପହଞ୍ଚିଲେ । ସେଠାରେ ତାଙ୍କୁ ଦଳର ସମସ୍ତ କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ନୂତନ ଜିଲ୍ଲା କାର୍ଯ୍ୟାଳୟରେ ପୂଜା କରିବା ସହ ସେଠାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଥିଲେ । ତାଙ୍କ ଉପରେ ପୁଣିଥରେ ଦଳ ଆସ୍ଥା ପ୍ରକଟ କରି ଟିକେଟ ଦେଇଥିବାରୁ ସେ କେନ୍ଦ୍ର ନେତୃତ୍ୱ, ରାଜ୍ୟର ସମସ୍ତ ନେତୃତ୍ୱ ଏବଂ CECର ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

ସେ କହିଥିଲେ, ''ଏଥର ଭାରତୀୟ ଜନତା ପାର୍ଟି ଓଡିଶାରେ ବିଜୟ ଲାଭ କରିବ । କେନ୍ଦ୍ରରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ସରକାର ଗଠନ କରିବେ । ମୋଦି ଦେଇଥିବା ଇସ୍ ବାର 400 ପାର ନାରା ସଫଳ ହେବ । ଆମେ ସମସ୍ତେ ନରେନ୍ଦ୍ର ମୋଦିଜୀଙ୍କ ସାଙ୍ଗରେ ଅଛୁ । ମୋଦି ଦେଶ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ନିଶ୍ଚିତ ଭାବେ ସାକାର ହେବ ।''

ଏହା ମଧ୍ୟ ପଢନ୍ତୁୃ-ଭଦ୍ରକବାସୀଙ୍କୁ କଂଗ୍ରେସର ଗ୍ୟାରେଣ୍ଟି, ବିଶ୍ବ ବିଦ୍ୟାଳୟ ସହ ମେଡିକାଲ କଲେଜ ପ୍ରତିଷ୍ଠା ହେବ - congress guarantee card

ଅଭିମନ୍ୟୁ ସେଠୀ ଆହୁରି ମଧ୍ୟ କହିଥିଲେ ଯେ, ଭଦ୍ରକ ସଂସଦୀୟ କ୍ଷେତ୍ରରେ ବହୁ ସମସ୍ୟା ରହିଛି, ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତରଣ, ଜିଲ୍ଲାରେ ପ୍ରାୟ ପ୍ରତିବର୍ଷ ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡ଼ି ଆଦି ବ୍ଲକରେ ହେଉଥିବା ବନ୍ୟା ସମସ୍ୟାର ସମାଧାନ କିପରି ହୋଇପାରିବ, ସେନେଇ ଆମେ ପ୍ରୟାସ କରିବୁ । ଭଦ୍ରକରେ କିଛି ନୂତନ କରିବା ପାଇଁ ଆମେ ଚେଷ୍ଟା କରିବୁ । ଦଳ ଭିତରେ ଆଲୋଚନା କରି ଆଉ କଣ ନୂଆ ଯୋଡ଼ା ଯାଇପାରିବ ସେନେଇ ନିଷ୍ପତ୍ତି ନେବୁ । ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମକର୍ତ୍ତାମାନେ ଲୋକମାନଙ୍କ ସହିତ ରହିଛନ୍ତି । ଲୋକଙ୍କ ପାଖକୁ 5 ବର୍ଷ ହେବ ଯାଉଛୁ ଆଉ ଆଗକୁ ବି ଯିବୁ । ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ନେଇ ସାଧାରଣ ଲୋକଙ୍କ ପାଖକୁ ଯିବୁ ।

ଇଟିଭି ଭାରତ, ଭଦ୍ରକ

Last Updated : Mar 26, 2024, 1:26 PM IST

ABOUT THE AUTHOR

...view details